ରଣପୁର : ନୟାଗଡ ଜିଲ୍ଲା ରଣପୁର ର ଆଂଚଳିକ ସି.ପି.ଆଇ.ଏମ୍ କମିଟି ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ରଣପୁର ବ୍ଲକ୍ ସମ୍ମୁଖରେ ବିକ୍ଷୋଭ କରାଯାଇ ବିଡିଓଙ୍କୁ ଏକ ୧୦ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡିକ ହେଲା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ମାନଙ୍କୁ ଲକ୍ଡାଉନ୍ ସମୟର ମାସିକ ପ୍ରାପ୍ୟ ଯୋଗାଇଦେବା, ଶ୍ରମିକ, କୃଷକ, ବୁଲା ବିକାଳି, ଭୁମିହୀନ, ହରିଜନ, ଆଦିବାସୀ ଏବଂ ଗରୀବ ଶ୍ରେଣୀୟ ଲୋକମାନଙ୍କୁ ଲକ୍ଡାଉନ୍ ସମୟରେ ମାସିକ ୭୫୦୦ ଟଙ୍କା ଲେଖାଏଁ ୬ ମାସ ପର୍ଯ୍ୟନ୍ତ ସହାୟତା ଦେବା, ଆୟକର ଦେଉନଥିବା ପରିବାରଙ୍କୁ ଜଣକ ପିଛା ୧୦କିଲୋ ଚାଉଳ କିମ୍ବା ଗହମ ଯୋଗାଇ ଦେବା, ଶ୍ରମିକ ମାନଙ୍କୁ ୮ଘଣ୍ଟା ପରିବର୍ତ୍ତେ ଆଇନ୍ କୁ ବାତିଲ କରିବା, ମନରେଗା କାର୍ଯ୍ୟଦିବସକୁ ୧୦୦ଦିନ ପରିବର୍ତ୍ତେ ୨୦୦ ଦିନ କରିବା ଏବଂ ଶ୍ରମିକ ମାନଙ୍କ ମଜୁରୀ ସର୍ବନିମ୍ବ ୩୦୦ ଟଙ୍କା କରିବା, ବାର୍ଧକ୍ୟ ବିଧବା ଅର୍କମଣ୍ୟ ମାନଙ୍କୁ ୨୦୦୦ ଟଙ୍କା ପ୍ରଦାନ କରିବା, କରୋନାରେ ମୃତୁ୍ୟ ବରଣ କଲେ ପ୍ରତି ପରିବାରକୁ ୫୦ ଲକ୍ଷ ଟଙ୍କାର ବୀମା ସହାୟତା ପ୍ରଦାନ କରିବା, ଯୋଗ୍ୟତା ଆଧାରରେ ପ୍ରବାସୀ ମାନଙ୍କୁ ନିଯୁକ୍ତି ଦେବା ଏବଂ ମାସ୍କ କିଣା ବିକାରେ ସିବିଆଇ ତଦନ୍ତକୁ ପରିଷରଭୁକ୍ତ କରିବା । ଏହିଭଳି ୧୦ଦଫା ଦାବିକୁ ନେଇ ବିକ୍ଷୋଭ କରିବା ସହ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।