ମହାଦେବଙ୍କ କୃପା ପାଇବା ପାଇଁ ଶାସ୍ତ୍ର ଅନୁସାରେ ରୁଦ୍ରାଭିଷେକ କରାଯାଇଥାଏ, ଏବଂ ଶାସ୍ତ୍ରରେ ଏହାର ବିଶେଷ ମହତ୍ୱ ମଧ୍ୟ ରହିଛି, ମାନ୍ୟତା ରହିଛି ଯେ ବିଧିବିଧାନ ଦ୍ୱାରା ରୁଦ୍ରାଭିଷେକ କରିବା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାଆନ୍ତି l ଏବଂ ନିଜ ଭକ୍ତର ସମସ୍ତ ମନସ୍କାମନା ପୁର୍ଣ କରନ୍ତି, ବିଶେଷ ଭାବରେ ମହାଶିବରାତ୍ରି ଦିନ ମହାଦେବ ଙ୍କର ରୁଦ୍ରାଭିଷେକ କରାଯାଏ l କିନ୍ତୁ କଣ ଆପଣ ଜାଣିଛନ୍ତି କି ରୁଦ୍ରାଭିଷେକ ର ଉତ୍ପତି କେଉଁଠୁ ହେଲା ?
ରୁଦ୍ରାଭିଷେକ ର ମହତ୍ୱ –
ପୁରାଣ ର କଥା ଅନୁସାରେ ଯେତେବେଳେ ଭଗବାନ ଶିବ ନନ୍ଦୀ ମହାରାଜ ଙ୍କ ଉପରେ ସବାର ହୋଇ ଭ୍ରମଣ କରୁଥିଲେ, ସେହି ସମୟ ରେ ମାତା ପାର୍ବତୀ ମୃତ୍ୟୁଲୋକରେ ଭକ୍ତ ମାନଙ୍କୁ ରୁଦ୍ରାଭିଷେକ କରୁଥିବାର ଦେଖିଲେ, ଏବଂ ସେ ଭଗବାନ ଶିବ ଙ୍କୁ ପଚାରିଲେ ମନୁଷ୍ୟ ରୁଦ୍ରାଭିଷେକ କାହିଁକି କରିଥାଏ ? ଏବଂ ଏହାଦ୍ୱାରା ତାକୁ କେଉଁ ଲାଭ ମିଳିଥାଏ l ଏହାପରେ ମହାଦେବ ଉତର ଦେଇଥିଲେ ଯେଉଁ ବ୍ୟକ୍ତି ଖୁବ ଶୀଘ୍ର ନିଜ ଇଛା ପୂରଣ ଚାହୁଁଚି, ସେ ବିଭିନ୍ନ ଦ୍ରବ୍ୟ ଦ୍ୱାରା ମୋର ଅଭିଷେକ କରିଥାଏ, ଏବଂ ଯେଉଁ ବ୍ୟକ୍ତି ଶୁକଲ୍ୟ ଜୁର୍ବେଦିୟ ରୁଦ୍ରାଷ୍ଟାଧ୍ୟାୟୀ ଦ୍ୱାରା ଅଭିଷେକ କରାଇଥାଏ, ଖୁବ ଶୀଘ୍ର ତାର ମନସ୍କାମନା ପୁର୍ଣ ହୋଇଥାଏ l
କିପରି ହେଲା ରୁଦ୍ରାଭିଷେକ ର ଉତ୍ପତି –
ଶୈବ ପୁରାଣ ଅନୁସାରେ ଏକଦା ବ୍ରହ୍ମ ଦେବ ଓ ଭଗବାନ ବିଷ୍ଣୁ ଙ୍କ ମଧ୍ୟରେ ବିବାଦ ହେଲା କି ଉଭୟ ଙ୍କ ମଧ୍ୟରୁ ଶ୍ରେଷ୍ଠ କିଏ, ଏହି ବିବାଦ କୁ ସମାଧାନ କରିବା ପାଇଁ ମହାଦେବ ଅନନ୍ତ ଜ୍ୟୋତିର୍ଲିଙ୍ଗ ର ରୂପ ଧାରଣ କଲେ ଏବଂ କହିଲେ ଯେ ଯିଏ ଏହି ଜ୍ୟୋତିର୍ଲିଙ୍ଗ ର ଉପର ଓ ତଳ ପାର୍ଶ୍ୱ କୁ ଖୋଜି ବାହାର କରିଦେବ ସେହିଁ ଶ୍ରେଷ୍ଠ ଅଟେ, ଭଗବାନ ବିଷ୍ଣୁ ତଳପାର୍ଶ୍ଵ କୁ ଖୋଜିବାକୁ ଯାଇ ଅସଫଳ ହେଲେ, ଏବଂ ବ୍ରହ୍ମା ଉପର ପାର୍ଶ୍ୱ କୁ ଖୋଜିବାରେ ଅସଫଳ ହେଲେ l କିନ୍ତୁ ବ୍ରହ୍ମା ମିଥ୍ୟା କହିଲେ ଏବଂ ଗୋଟିଏ କେତକୀ ଫୁଲ କୁ ସାକ୍ଷୀ ରଖି କହିଲେ ଯେ ସେ ଜ୍ୟୋତିର୍ଲିଙ୍ଗ ର ଉପର ପାର୍ଶ୍ୱକୁ ଖୋଜି ପାରିଛନ୍ତି ବୋଲି କହିଥିଲେ l
କିନ୍ତୁ ମହାଦେବ ବ୍ରହ୍ମା ମିଛ କହୁଛନ୍ତି ବୋଲି ଜାଣି ପାରିଲେ ଏବଂ ଅଭିଶାପ ଦେଲେ ଯେ ତାଙ୍କ ପୂଜା କୌଣସି ଲୋକ କରିବେ ନାହିଁ, ଏବଂ କେତକୀ ଫୁଲ କୁ ମଧ୍ୟ ଅଭିଶାପ ମିଳିଲା ଯେ ତାକୁ କୌଣସି ପୂଜାରେ ଗ୍ରହଣ କରାଯିବ ନାହିଁ, ଏବଂ ମହାଦେବ ନିଜ କ୍ରୋଧ କୁ ଶାନ୍ତ କରିବା ପାଇଁ ତାଙ୍କ ଭକ୍ତ ଙ୍କୁ କହିଲେ ଯେ ତୁମେ ମାନେ ମୋତେ ଦୁଗ୍ଧ, ଦହି, କପୁର , ବେଲପତ୍ର ଦେଇ ଅଭିଷେକ କର l ଏହି ଦିନ ଠାରୁ ଆରମ୍ଭ ହେଲା ରୁଦ୍ରାଭିଷେକ ପରମ୍ପରା ଓ ସେହିଦିନ ମହାଶିବରାତ୍ରି ଥିଲା l