Odisha news

କେଉଁ ରୁଦ୍ରାକ୍ଷ ହୋଇଥାଏ ଲାଭକାରୀ ଓ କଣ ମିଳିଥାଏ ଲାଭ

0

ଆମ ହିନ୍ଦୁଧର୍ମ ରେ ରୁଦ୍ରାକ୍ଷର ଖୁବ ମହତ୍ୱ ରହିଛି l ମାନ୍ୟତା ଅନୁସାରେ ରୁଦ୍ରାକ୍ଷ ଶାରୀରିକ – ମାନସିକ , ଘର ପରିବାରରେ ସୁଖଶାନ୍ତି ଆଣିଥାଏ l ଏହାଛଡା କୁହାଯାଏ ଯେ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ସ୍ୱାସ୍ଥ୍ୟରୁ ନେଇ କ୍ୟାରିଅର ସବୁଥିରେ ଲାଭ ମିଳିଥାଏ l ମନରେ ସକାରାତ୍ମକ ଉର୍ଜା ମିଳିଥାଏ l କୁଣ୍ଡଳୀ ରେ ଶନି ଦେବଙ୍କ ପ୍ରଭାବ ରହିଥାଏ ତେବେ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ସମସ୍ତ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ l

* ପଞ୍ଚମୁଖୀ ରୁଦ୍ରାକ୍ଷ ଧାରଣା କରିବା ଖୁବ ଶୁଭ ହୋଇଥାଏ l ଏହାଦ୍ୱାରା ଧାନ ଲାଭ ହେବା ସହିତ ଜୀବନ ରେ ସୁଖ ସମୃଦ୍ଧି ମଧ୍ୟ ଲାଭ ହୋଇଥାଏ l ସିଦ୍ଧ କରାଯାଇଥିବା ରୁଦ୍ରାକ୍ଷ ଦ୍ୱାରା ୭ଦିନ ମଧ୍ୟରେ ଫଳପ୍ରାପ୍ତି ହୋଇଥାଏ l

* ବାର ମୁଖି ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ସୂର୍ଯ୍ୟଙ୍କ ଚମକ ଓ ତେଜ ପ୍ରାପ୍ତି ହୋଇଥାଏ l ୧୨ ମୁଖି ରୁଦ୍ରାକ୍ଷ ନକାରାତ୍ମକ ପ୍ରଭାବ ଓ କ୍ଳେଶ କୁ ଦୂର କରିଥାଏ l ବ୍ୟକ୍ତି ଏହି ରୁଦ୍ରାକ୍ଷ ଧାରଣ କରି ନିର୍ଭିକ ମନା ହୋଇଥାଏ l ଏହି ରୁଦ୍ରାକ୍ଷ କୁ ଧାରଣ କରିବା ଦ୍ୱାରା ମାନସିକ ଓ ଶାରୀରିକ ସମସ୍ୟା ଦୂର ହୋଇଥାଏ l

* ରୁଦ୍ରାକ୍ଷ ଗଳାରେ ଧାରଣ କରିବା ସବୁଠୁ ଉତ୍ତମ ଅଟେ l  ଏହାଛଡା ହାତରେ ୧୨, ଗଳାରେ ୩୬ ଓ ହୃଦୟ ଉପରେ ୧୦୮ ଟି ମାଳି ଥିବା ରୁଦ୍ରାକ୍ଷ ଧାରଣ କରାଯାଇ ଥାଏ l

* ୧ ମୁଖି ଓ ୧୧ ମୁଖି ରୁଦ୍ରାକ୍ଷ ଏକ ସାଙ୍ଗରେ ଧାରଣ କରାଯାଇଥାଏ l ଯାହାକି ଜୀବନ ରୁ ନକାରାତ୍ମକ ଶକ୍ତି ଦୂର କରିଥାଏ l

* ରୁଦ୍ରାକ୍ଷ ପିନ୍ଧିବାର କିଛିଟା ନିୟମ ରହିଛି l ନଚେତ ଏହା ଅଶୁଭ ଫଳ ଦେଇଥାଏ l ରୁଦ୍ରାକ୍ଷ ଧାରଣ କରି କଦାପି ଆମିଷ ସେବନ ଓ ମଦ୍ୟପାନ କରିବା ଉଚିତ ନୁହେଁ l

Leave A Reply