Odisha news

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କୋଣାର୍କ ଶାଖା ପକ୍ଷରୁ କୋଣାର୍କ ବଜାର ସାନିଟାଇଜର କରାଗଲା

0
କୋଣାର୍କ :-ମହାମାରୀ କରୋନା ର କରାଳ କାୟା ରୁ ନିବୃତ୍ତ ହେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗ ବାସ୍ତବ ରେ ପ୍ରେରଣା ଦାୟୀ। ଏହି ପରିପ୍ରେକ୍ଷୀରେ କରୋନା କୁ ପ୍ରତିହତ କରିବାକୁ ପ୍ରୟାସ ରଖି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଗୋପ ଖଣ୍ଡ ପକ୍ଷରୁ ଶୁକ୍ରବାର କୋଣାର୍କ ରେ ଏକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଯେଉଁ କାର୍ଯ୍ୟକ୍ରମ ରେ ପ୍ରାୟ 30 ଜଣ ରୁ ଉର୍ଦ୍ଧ୍ବ ସେବକ ମାନେ ଏକତ୍ରିତ ହୋଇ ଭାରତ ମାତା ଙ୍କ ପ୍ରତି ସମର୍ପଣ ର ଭାବ ସଙ୍ଘ ପ୍ରାର୍ଥନା କରି କୋଣାର୍କ ର ବିଭିନ୍ନ ସ୍ଥାନରେ ଯଥା ମାଧିପୂର ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସମସ୍ତ ଦୋକାନ, ରାସ୍ତା, ଅଫିସ, ପୋଲିସ ଷ୍ଟେସନ, କୋର୍ଟ, ମେଡିକାଲ ଆଦି କୁ ସାନିଟାଇଜ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ସଙ୍ଘ ଚାଳକ ମନୋରଞ୍ଜନ ସାହୁ,ଜିଲ୍ଲା କାର୍ଯ୍ୟବାହ ପ୍ରଫୁଲ ପଣ୍ଡା,ଜିଲ୍ଲା ପ୍ରଚାରକ ରଞ୍ଜନ କୁମାର ନାୟକ ସହ ସ୍ଥାନୀୟ ପ୍ରଶାସନ ଙ୍କ ସହାୟତା ରେ ଖଣ୍ଡ କାର୍ଯ୍ୟବାହ ପ୍ରଦୀପ୍ତ ପରିଡା, ସେବା ପ୍ରମୁଖ ଅରୁଣାଭ କର,ପ୍ରଚାର ପ୍ରମୁଖ କେଦାର ମଲ୍ଲିକ ଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ହୋଇଥିଲା।
Leave A Reply