Odisha news

ଆମ ଗର୍ବ ଆମ ରାଉରକେଲା କାର୍ଯ୍ୟକ୍ରମ ନିମନ୍ତେ ପ୍ରତିଯୋଗିତା ଅନୁଷ୍ଠିତ

0
ସ୍ମାର୍ଟ ସିଟି ରାଉରକେଲା ର ଅଗ୍ରଣୀ ତଥା ଉର୍ଦ୍ଧଗାମୀ ସାମାଜିକ ସଂଗଠନ ଅନନ୍ତ ଉଦୟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ‘ ଆମ ରାଉରକେଲା ‘ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ଛେଣ୍ଡ ସ୍ଥିତ ରିମସ୍ ଶିକ୍ଷା ଅନୁଷ୍ଠାନ ରେ ପ୍ରଥମ ରୁ 8ମ ଶ୍ରେଣୀ ପର୍ଯ୍ୟନ୍ତ ଜୁନିୟର ଓ 9 ରୁ 12 କ୍ଲାସ୍ କୁ ନେଇ ସିନିୟର୍ ଛାତ୍ରଛାତ୍ରୀ ଙ୍କ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟ ର ଅଧ୍ୟକ୍ଷା ରାଜଲକ୍ଷ୍ମୀ ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରାୟ 500 ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରତିଯୋଗିତା ଗୁଡ଼ିକ ମଧ୍ୟରେ ବକୃତା, ଚିତ୍ରାଙ୍କନ, ଗୀତ, ନୃତ୍ୟ ଓ ରଚନା ରେ ସ୍କୁଲ ର ଛାତ୍ରଛାତ୍ରୀ ମାନେ ଉତ୍ସାହର ସହ ଭାଗ ନେଇ ନିଜର ସମସ୍ତ ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତା ରେ ପ୍ରତିଯୋଗୀ ଙ୍କୁ ମୂଲ୍ୟାୟନ କରିବା ପାଇଁ ସଙ୍ଗୀତ ରେ ନିଶି ନନ୍ଦ ଓ ସ୍ମିତା, ନୃତ୍ୟ ରେ ସୋନୀ ପିଲାଇ ଓ ସାନ୍ତ୍ଵନା, ଅଗ୍ନିରେଖା ଘୋଷ ଓ ପ୍ରତିକୋନା ବାରାତ ଚିତ୍ରାଙ୍କନ ରେ ସିରାଜ ପାତ୍ର ଓ ଗୋକୁଳି ସାର ଙ୍କ ସହ ଇଞ୍ଜିନିୟର ପି.କେ.ରାୟ ଦାୟିତ୍ବ ନିର୍ବାହ କରିଥିଲେ।କୃତି ଛାତ୍ରଛାତ୍ରୀ ଙ୍କୁ ବଢାର୍ଣ୍ଯ ପରିବେଶ ରେ ଆୟୋଜିତ ଆମ ରାଉରକେଲା କାର୍ଯ୍ୟକ୍ରମ ରେ ସ୍ବତନ୍ତ୍ର ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯିବ ବୋଲି ଆୟୋଜକ ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ର ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ କୁ ସଫଳ କରିବା ରେ ରିମସ୍ ର ଅଧ୍ୟକ୍ଷା ନଳୀନୀ ପ୍ରଭା ପଟ୍ଟନାୟକ ସଂଯୋଜିକା ଲୀନା ନାୟକ ଓ ସଂଯୋଜକ ବିଶ୍ବଜିତ ରାଉତ ପ୍ରମୁଖ ସହଯୋଗ କରିଥିଲେ।
Nalco
Leave A Reply