Odisha news

ରାଉରକେଲା ଠାରେ ୭୫ ତମ ସ୍ୱାଧୀନତା ଦିବସ ସମାରୋହ ପାଳିତ।

ରାଉରକେଲା ,ଚଳିତବର୍ଷ ରାଉରକେଲା ମହାନଗର ନିଗମ ପକ୍ଷରୁ ଉଦିତନଗର ହାଇସ୍କୁଲ ପଡିଆ ଠାରେ ୭୫ ତମ ସ୍ୱାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି।ଏହି ଉତ୍ସବରେ ସୁନ୍ଦରଗଡ ର ଜିଲ୍ଲାପାଳ ଶ୍ରୀ ନିଖିଳ ପବନ କଲ୍ୟାଣ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହିତ ପରେଡ଼ ଅଭିବାଦନ ଗ୍ରହଣ କରିଥିଲେ।

ଏହି ଉତ୍ସବ ରେ ରାଉରକେଲା ମହାନଗର ନିଗମ କମିଶନର ଶ୍ରୀ ଦିବ୍ୟଜ୍ୟୋତି ପରିଡା ଏବଂ ରାଉରକେଲା SP ଶ୍ରୀ ମୁକେଶ କୁମାର ଭାମ୍ବୁ ଓ ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ।ସଂପୂର୍ଣ୍ଣ କୋଭିଡ ସତର୍କତା ଭିତରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସର ରେ ମାନ୍ୟବର ଜିଲ୍ଲାପାଳ ସଂକ୍ଷିପ୍ତ ବକ୍ତବ୍ୟ ରଖିବା ସହିତ ଅଲମ୍ପିକ ରେ ଭାଗ ନେଇଥିବା ସୁନ୍ଦରଗଡ ଜିଲ୍ଲାର ହକି ଖେଳାଳୀ ଙ୍କ ପ୍ରଶଂସା କରିଥିଲେ ଏବଂ ରାଉରକେଲା ସହରର ବିଭିନ୍ନ କୋଭିଡ ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ୧୫ଜଣ ଦିବ୍ୟାଙ୍ଗ ପୁରୁଷ ଓ ମହିଳା ମାନଙ୍କୁ କୃତିମ ଅଙ୍ଗ ପ୍ରଦାନ କରାଯାଇଥିଲା

Comments are closed.