Odisha news

ଏହି ୫ଟି ବାସୀ ଖାଦ୍ୟ ଶରୀର ପାଇଁ ଅମୃତ ସମାନ, ଫିଙ୍ଗିବା ପୂର୍ବରୁ ଥରେ ଚିନ୍ତା କରନ୍ତୁ

0

ସବୁବେଳେ ଆମେ ଯେତିକି ଖାଇବୁ ସେତିକି ରାନ୍ଧିଥାଉ , କିନ୍ତୁ ବେଳେବେଳେ ଅନୁମାନ ନପାଇ କିମ୍ବା ପରିବାରର କୌଣସି ସଦସ୍ୟ ଖାଦ୍ୟ ନଖାଇବା ଦ୍ୱାରା ସେହି ଖାଦ୍ୟ ବଳି ପଡିଥାଏ l ଏବଂ ଆମେ ସେହି ଖାଦ୍ୟ କୁ ଫ୍ରିଜ ରେ ରଖି ଦେଇଥାଉ, ପୁନର୍ବାର ତାହାକୁ ଗରମ କରି ଖାଇଥାଉ, କିନ୍ତୁ ଏଭଳି କରିବା ଦ୍ୱାରା ଖାଦ୍ୟର ପୋଷାକ ତତ୍ୱ ଖରାପ ହୋଇଯାଇଥାଏ l କିନ୍ତୁ କିଛି ଖାଦ୍ୟ ଏଭଳି ଥାଏ ଯାହା କି ବାସୀ ହେବା ଦ୍ୱାରା ମଧ୍ୟ ଅଧିକ ସ୍ୱାଦିଷ୍ଟ ଓ ପୌଷ୍ଟିକ ହୋଇଥାଏ, ଏବଂ ଶରୀର ପାଇଁ ଖୁବ ଲାଭ ଦାୟକ ହୋଇଥାଏ l

ସେହି ଖାଦ୍ୟ ଗୁଡିକ ହେଲା –
– ରାତିର ବାସୀ ରୁଟି ପ୍ରାୟ ସମସ୍ତ ଘରେ କିଛିନା କିଛି ବଳିପଡି ଥାଏ, ଯାହାକୁ ଆମେ ପରଦିନ ଫିଙ୍ଗି ନଦେଇ ଗରମ କରି ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ, ବାସୀ ରୁଟି ପାଚନ ସମସ୍ୟା ରେ ସୁଧାର ଆଣୁଥାଏ l ଏବଂ ଶରୀର ରେ ଡ଼ାଈବିଟିଜ କୁ ମେଣ୍ଟନ କରିବାରେ ସାହାଯ୍ୟ କରିଥାଏ l

– ଯଦି ବାସୀ ଭାତ କିଛି ରହି ଯାଉଛି ତାପରଦିନ ତାକୁ ଖାଇନେବା ଆବଶ୍ୟକ, ଭାରତର ଅନେକ ରାଜ୍ୟ ରେ ବାସୀ ଭାତ କୁ ପରଦିନ ପଖାଳ ଭାବରେ ପ୍ରସ୍ତୁତ ଖିଆଯାଇ ଥାଏ l ଯାହାକି ଫାର୍ମେଣ୍ଟେଡ ରାଇସ ଭାବରେ ପେଟ ପାଇଁ ଖୁବ ହିତକର, ଏହାଛଡା ଏଥିରେ ଆଇରନ, ସୋଡିୟମ, ପୋଟାସିୟମ ଓ କ୍ୟାଲସିୟମ ଭଳି ପୋଷାକ ତତ୍ୱ ରହିଛି ଯାହାକି ଖୁବ ହିତକର l

– ଭାରତୀୟ ପରିବାର ରେ ପ୍ରାୟତଃ କିଛିନା କିଛି ମିଠା ଜିନିଷ ପ୍ରସ୍ତୁତ ହୋଇଥାଏ, ଏହା ଖାଇବାକୁ ଖୁବ ସ୍ୱାଦିଷ୍ଟ ଲାଗିଥାଏ, ସେହି ମିଠା ଜିନିଷ ମଧ୍ୟରେ ଗୋଟିଏ ହେଉଛି କ୍ଷୀରି , କ୍ଷୀରି ବାସି ଖାଇବାକୁ ଖୁବ ସ୍ୱାଦିଷ୍ଟ ଲାଗିଥାଏ, ବାସୀ କ୍ଷୀରି କେବଳ ସ୍ୱାଦିଷ୍ଟ ଲାଗି ନଥାଏ ଏହା ଗଟ ହେଲଥ ପାଇଁ ମଧ୍ୟ ଖୁବ ହିତକର l

– ଗରମ ଦିନ ହେଉ କି ଥଣ୍ଡା ଦିନ ଭାରତର ବିଭିନ୍ନ ରାଜ୍ୟରେ ବର୍ଷକ ୧୨ ମାସ ଦହିର ଚାହିଦା ରହିଥାଏ, କିନ୍ତୁ ସଜ ଦହି ଅପେକ୍ଷା ବାସୀ ଦହି ଶରୀର ପାଇଁ ଖୁବ ହିତକର ଅଟେ, ବାସୀ ଦହି ଭିଟାମିନ ସି ର ଗୋଟିଏ ଭରପୁର ସ୍ରୋତ ଅଟେ, ଏହା ପାଚନ ରେ ସୁଧାର ଆଣିବା ସହିତ ଇମ୍ୟୁନିଟି ବୁଷ୍ଟ କରିବାରେ ସାହାଯ୍ୟ କରେ l

– ଅନ୍ୟ ଖାଦ୍ୟ ପଦାର୍ଥ ମଧ୍ୟରେ ରାଜମା, ଛୋଲେ ଇତ୍ୟାଦି ମଧ୍ୟ ବାସୀ ହେବା ଦ୍ୱାରା ଶରୀର ପାଇଁ ଖୁବ ହିତକର ହୋଇଥାଏ, ବାସି ରାଜମା ଓ ଛୋଲେ ହଜମ କରିବାରେ ସୁବିଧା ହୋଇଥାଏ l ରାଜମା ରେ ଭରପୁର ମାତ୍ରାରେ ପ୍ରୋଟିନ, ଫାଇବର ଓ ଆଇରନ ଏବଂ ପୋଟାସିୟମ ରହିଥାଏ l ଯାହାକି ଶରୀର କୁ ଅଧିକ ଶକ୍ତି ଦେଇଥାଏ l

Leave A Reply