Odisha news

ବାସି ରୁଟିର ସ୍ୱାସ୍ଥ୍ୟକର ଗୁଣ : ମିଳିଥାଏ ଏହିସବୁ ରୋଗରୁ ମୁକ୍ତି

0

ପ୍ରାୟ ସମସ୍ତ ଭାରତୀୟ ପରିବାରରେ ରାତ୍ରି ଭୋଜନ ରେ ରୁଟି ପ୍ରସ୍ତୁତ ହୋଇଥାଏ, ଯାହାକି ସକାଳୁ ଖଣ୍ଡିଏ ହେଉ କିମ୍ବା ୨ଖଣ୍ଡ ରୁଟି ବଳି ପଡେ l ଏହାକୁ ପ୍ରାୟ ଅଧିକାଂଶ ଲୋକ ନଖାଇ ଫିଙ୍ଗି ଦେଇ ଥାଆନ୍ତି l କିନ୍ତୁ ଏହାର ଲାଭ ବିଷୟରେ ଯଦି ଆପଣ ଜାଣିବେ ତେବେ ଆଉ ଫିଙ୍ଗିବେ ନାହିଁ l ନିକଟରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ବାସି ରୁଟି ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ଅଟେ l ଦୀର୍ଘ ସମୟଧରି ରହୁଥିବା କାରଣରୁ ଏଥିରେ ଥିବା ବ୍ୟାକ୍ଟେରିଆ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ଅଟେ l ବାସି ରୁଟି ରେ ଗୁଲକୋଜ ମାତ୍ରା କମ ରହିଥାଏ l

– ଯଦି ଆପଣ ଉଚରକ୍ତଚାପ ଓ ମଧୁମେହ ରେ ପୀଡିତ ଅଛନ୍ତି ତେବେ ସକାଳ ସମୟରେ ବାସି ରୁଟି କୁ ଚା କିମ୍ବା ଦୁଗ୍ଧ ସହିତ ସେବନ କରନ୍ତୁ l ଏହାଦ୍ୱାରା ଆପଣଙ୍କ ରକ୍ତଚାପ ନିୟନ୍ତ୍ରିତ ହେବା ସହିତ ମଧୁମେହ ଦ୍ୱାରା ଶରୀର ମଧ୍ୟ ଅଧିକ ପ୍ରଭାବିତ ହୋଇ ନଥାଏ ଏବଂ ଇନ୍ସୁଲିନ ସ୍ତର ମଧ୍ୟ ରକ୍ତରେ ନିୟନ୍ତ୍ରିତ ରହିଥାଏ l

– ବାସି ରୁଟି ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l ଯେପରିକି ଏସିଡ଼ିଟି ଓ କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇଥାଏ l ଏଥିରେ ଥିବା ଗୁଡ଼ ବ୍ୟାକ୍ଟେରିଆ ପାଚନ ସମସ୍ୟାକୁ ଦୂର କରିଥାଏ l

– ବାସି ରୁଟି ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ l ତା ସହିତ ଶରୀରକୁ ସତେଜ ଓ ଫୁର୍ତି ରଖିଥାଏ l ତେଣୁ ନିୟମିତ ସକାଳୁ ନିଜକୁ ସୁସ୍ଥ ରଖିବା ପାଇଁ ବାସି ରୁଟି ସେବନ କରିବା ଆବଶ୍ୟକ l

– ଯଦି ଆପଣ ନିୟମିତ ବ୍ୟାୟାମ କରୁଛନ୍ତି କିମ୍ବା ଜିମ ଯାଉଛନ୍ତି ତେବେ ବସି ରୁଟି ନିହାତି ସେବନ କରିବା ଆବଶ୍ୟକ l ଏହା ଆପଣଙ୍କ ମସଲସ କୁ ମଜବୁତ କରିବା ସହିତ ଥକାପଣ ଦୂର କରିଥାଏ l

– ବାସି ରୁଟିରେ ଥିବା ପୌଷ୍ଟିକ ଅଂଶ ହାର୍ଟକୁ ସୁସ୍ଥ ରଖିଥାଏ l ଯେପରିକି ରକ୍ତ ସଂଚାଳନ ଠିକ ଭାବରେ କରାଇ ହାର୍ଟ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ହାର୍ଟ ରୋଗୀ ମାନେ ମଧ୍ୟ ନିୟମିତ ବାଷିରୁଟି ସେବନ କରିବା ଉଚିତ l

Leave A Reply