ନୂଆଦିଲ୍ଲୀ : ସମୟ ସହିତ ବିଭିନ୍ନ ଜିନିଷ ବଦଳିବାରେ ଲାଗିଛି l ସାରା ବିଶ୍ୱ ବର୍ତମାନ ଏହି ମେସିନ ଚଳିତ ଯୁଗ ଉପରେ ନିର୍ଭରଶୀଳ ଅଟେ l ସତେ ଯେମିତି ଲାଗୁଛି ଆଗକୁ ଆସୁଥିଲା ସମୟ ସମ୍ପୂର୍ଣ ଭାବରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ର ହୋଇଯିବ l ଏହି ଯାନ୍ତ୍ରିକ ପଦ୍ଧତି ଖୁବ ଦ୍ରୁତ ଗତିରେ ପ୍ରସାର ଆରମ୍ଭ କରିଛି l ଯାହାକୁ ଅସମ୍ଭବ ଲାଗୁଥିବା କାର୍ଯ୍ୟକୁ ସମ୍ଭବ କରି ଦେଖାଇବା ଭଳି ଲାଗୁଛି l
ଆମେ ହୁଏତ କେବେ କେହି ଭାବି ନଥିବେ ଯେ ରୋବଟ କେବେବି କୋର୍ଟ ରେ ଓକିଲ ଭାବରେ ଠିଆ ହୋଇ କେଶ ଲଢ଼ିବ ? କିନ୍ତୁ ଏହା ବର୍ତମାନ ଘଟିବକୁ ଯାଉଛି l ଘଟଣାଟି ହେଲା ଆମେରିକା ରେ ଦୁନିଆର ପ୍ରଥମ ରୋବଟ ଓକିଲ କେଶ ଲଢ଼ିବାକୁ ଯାଉଛି l ମିଳିଥିବା ସୂଚନା ଅନୁସାରେ ଏହା AI ଟେକ୍ନୋଲୋଜି ଦ୍ୱାରା ସଞ୍ଚାଳିତ ରୋବଟ ଓକିଲ ଅଟେ l ଏହାକୁ ପ୍ରସ୍ତୁତ କରିଥିବା କମ୍ପାନୀ ପକ୍ଷରୁ ଦାବି ହୋଇଛି ଯେ ଏହି ଓକିଲ ରୋବଟ ନିଜ କାର୍ଯ୍ୟରେ ବେଶ ନିପୁଣ l ଏହା ଫେବୃଆରୀ ରେ ଓଭର ସ୍ପିଡିଙ୍ଗ ସହିତ ଜଡିତ ଗୋଟିଏ ମାମଲାରେ ଓକିଲ ହିସାବ ରେ କୋର୍ଟ ରେ ଦଲୀଲ ଦେବ l ୟୁଏସ ଆଧାରିତ ଷ୍ଟାର୍ଟଅପ ‘ଡୁ ନଟ ପେ’ ଏହାକୁ ପ୍ରସ୍ତୁତ କରିଛି l
କୁହାଯାଉଛି ଯେ ପ୍ରଥମେ ଏହି ରୋବଟ କଞ୍ଜ୍ୟୁମର ମାନଙ୍କୁ କେବଳ ଲେଟ ଫି ଓ ଫିଂ ବିଷୟରେ ଅବଗତ କରାଉଥିଲା l କିନ୍ତୁ ବର୍ତମାନ ଏହି ରବର୍ଟ କେଶ ଲଢ଼ଇୟିବ ପାଇଁ ସମ୍ପୂର୍ଣ ପ୍ରସ୍ତୁତ ହୋଇ ସାରିଛି l କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ ଦୁନିଆର ପ୍ରଥମ ଓକିଲ ରୋବଟ ପ୍ରସ୍ତୁତ ହୋଇ ସାରିଛି l ଏହି ରୋବଟ ଟି ସ୍ମାର୍ଟ ଫୋନ ଦ୍ୱାରା ପରିଚାଳିତ ହୋଇଥାଏ l ବର୍ତମାନ ଆମେରିକା
ବାସୀ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି କିଭଳି ଏହି ରୋବଟ ଓକିଲ ନିଜର ପକ୍ଷ ରଖିବ l
