Odisha news

ନଦୀ ରେ ଗାଧୋଇ ଯୁବକ ନିଖୋଜ

0
କାକଟପୁର,30/03 ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଉରିଆକଣ ଦେବୀ ନଦୀ ରେ ଗାଧୋଇ ଥିବା ବେଳେ ଜଣେ ଯୁବକ ନିଖୋଜ ହେଇଛନ୍ତି, ସୂଚନା ମୁତାବକ ଉକ୍ତ ଯୁବକ ଙ୍କ ନାମ ଏସ. କେ ଦାନିସ, ବୟସ 16ରୁ 17ବର୍ଷ, ଘର ଲତାହରଣ ଗ୍ରାମ  ଆଜି ମଧ୍ୟାହ୍ନ ସମୟ ରେ ଉକ୍ତ ଗ୍ରାମ ରୁ ତିନି ଜଣ ଯୁବକ ନଦୀ କୁ ଗାଧୋଇ ବାକୁ ଆସିଥିଲେ ଆଉ ମଜା ନେଇ ଗାଧୋଇ ଥିବା ସମୟ ରେ ନଦୀ ର ଗଣ୍ଡ ସ୍ଥଳ କୁ ଚାଲି ଯାଇଥିଲେ, ସେଠି ଏହି ଯୁବକ ଗଣ୍ଡ ରେ ଭାସି ନିଖୋଜ ହୋଇଯାଇଛନ୍ତି, ଅନ୍ୟ ୨ ଯୁବକ ତାଙ୍କ ପରିବାର କୁ ଖବର ଦେଇଥିଲେ, ପ୍ରଥମେ ସ୍ଥାନୀୟ ଲୋକ ଓ ମସ୍ଚ୍ୟଜୀବି ମାନେ ଜାଲ ନେଇ ଖୋଜାଖୋଜି ଆରମ୍ଭ କରିଥିଲେ କିନ୍ତୁ ମିଳିନଥିଲା ଦାନିସ ଙ୍କ ନିଖୋଜ ଖବର
କାକଟପୁର ପୋଲିସ ଆଉ କାକଟପୁର ଅଗ୍ନିଶମ ବାହିନୀ କୁ ଖବର ଦିଆଯାଇ ଥିଲା, ଘଟଣା ସ୍ଥଳ ରେ ଅଗ୍ନିଶମ ବାହିନୀ ଦୀର୍ଘ 2ଘଣ୍ଟା ହେବ ଖୋଜା ଖୋଜି ଜାରୀ ରଖିଛି କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ନିଖୋଜ ଯୁବକ ଙ୍କ ଶରୀର ମିଳୁନି, ଘଟଣା ସ୍ଥଳ ରେ ଶତାଧିକ ଲୋକ ରୁଣ୍ଡ ହୋଇଛନ୍ତି, ପରିବାର ଲୋକ ଙ୍କ ଭିତରେ ଏକ ପ୍ରକାର ଶୋକ ର ଛାୟା ସୃଷ୍ଟି ହୋଇଛି, ସ୍ଥାନୀୟ ଲୋକ ଓଡ୍ରାଫ ଟିମ୍ମ ପାଇଁ ଦାବୀ କରିଛନ୍ତି
Nalco
Leave A Reply