Odisha news

ବାତ, ପିତ ଓ କଫ ସମସ୍ୟା ବଢିବା ଦ୍ଵାରା ଦେଖା ଦେଇଥାଏ ଏହିସବୁ ଲକ୍ଷଣ , ତେଣୁ ସତର୍କ ରହିବା ଜରୁରୀ

0
ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ରେ ୩ଟି ରୋଗ କୁ ସବୁବେଳେ ଗୁରୁତ୍ଵ ଦିଆ ଯାଇଥାଏ , ତାହା ହେଉଛି ବାତ ପିତ ଓ କଫ । ଯେଉଁ ଲୋକ ନିୟମିତ ଭାବରେ ଆୟୁର୍ବେଦ ସଂସ୍ପର୍ଶ ରେ ଆସି ଥାଆନ୍ତି , ସେମାନେ ଏହାର କାରଣ ଜାଣି ଥିବେ ।
ଆୟୁର୍ବେଦ ଗୋଟିଏ ସମ୍ପୂର୍ଣ୍ଣ ପ୍ରାକୃତିକ ଚିକିତ୍ସା ପଦ୍ଧତି ଅଟେ । ଯାହାଦ୍ଵାରା ଓଷଧିୟ ଓ ଜଡ଼ି ବୁଟି ଦ୍ଵାରା ଚିକିତ୍ସା କୁ ପ୍ରାଥମିକତା ଦିଆ ଯାଇଥିଲା । ଏହାଦ୍ବାରା ବାତ ପିତ ଓ କଫ ଏହି ୩ଟି ରୋଗ ସମସ୍ତ ରୋଗର ମୂଳ ଅଟେ । ଏହି ୩ଟି ଯଦି ସନ୍ତୁଳିତ ରହିବ ତେବେ ସ୍ବାସ୍ଥ୍ୟ ଠିକ୍ ରହିବ ।
ବାତ ବଢିବା ଦ୍ଵାରା କଣ ହୋଇଥାଏ -:
ଶରୀରରେ ବାତ ଅର୍ଥାତ୍ ବାୟୁ ଦୋଷ ବଢିବା ଦ୍ଵାରା ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ, ଯେପରିକି –
– ଦୀର୍ଘ ସମୟ ପର୍ଯ୍ୟନ୍ତ ଉତେଜନା ଦେଖାଦେବା
– ଶରୀର ଭାରି ଲାଗିବା ଓ ଯନ୍ତ୍ରଣା ଅଧିକ ହେବା
– ନିଦ ହୋଇ ନଥାଏ
– ମନ ବିବ୍ରତ ଲାଗିଥାଏ
– ଝାଳ ଅଧିକ ବୋହିଥାଏ
୨) ପିତ୍ତଦୋଷ ର ଲକ୍ଷଣ –
ପିତ ଶରୀରର ତାପମାତ୍ରା କୁ ସନ୍ତୁଳିତ ରଖିଥାଏ ଓ ଭୋକ ଉପରେ ନିୟନ୍ତ୍ରଣ ରଖେ । ପିତ ଅସନ୍ତୁଳିତ ହେବା ଦ୍ବାରା ପାଚନ ସମସ୍ୟା ପ୍ରଭାବିତ ହୋଇଥାଏ । ଯେଉଁ ଲୋକମାନେ ଅଧିକ ଭୋକ ରେ ରୁହନ୍ତି , ଅଧିକ ମସଲା ଯୁକ୍ତ ଖାଦ୍ୟ ଖାଇ ଥାଉ ତେବେ ପିତ୍ତଦୋଷ ର ସମ୍ମୁଖୀନ ହୋଇ ଥାଉ ।
ପିତ ଦୋଷ ଅସନ୍ତୁଳିତ ହେଲେ –
– ଅଧିକ କ୍ରୋଧ ଆସିଥାଏ
– ମୁହଁ ରେ ବ୍ରଣ ବାହାରି ଥାଏ
– ଦେହ ଫୁଲି ଥାଏ
– ଚର୍ମ ରେ ରାସେଶ୍
– ଛାତି ରେ ଜ୍ଵଳନ
– ଆମ୍ବିଳା ହାକୁଡ଼ି
– ବାନ୍ତି ଲାଗିବା
୩) କଫ ବଢିବା ଦ୍ଵାରା କଣ ହୋଇଥାଏ –
କଫ ଦୋଷ ରହିବା ଦ୍ଵାରା କଦାପି ସର୍ଦ୍ଦି କାଶ ନିୟନ୍ତ୍ରିତ ହୋଇ ନଥାଏ । ପିଲାବେଳ ରୁ ଯଦି କଫ ଦୋଷ ରୁହେ ବିଭିନ୍ନ ଶାରିରୀକ ସମସ୍ୟା ଦେଖା ଦେଇଥାଏ । କଫ ଦୋଷ ଶରୀର କୁ ରୋଗଗ୍ରସ୍ତ କରାଇ ଥାଏ ।
– କଫ ଦୋଷ ରହିବା ଦ୍ଵାରା ସର୍ଦ୍ଦି କାଶ ଲାଗି ରହିଥିବା
– ଦେହ ହାତ ଘୋଳା ବିନ୍ଧା ଲାଗି ରହିଥାଏ
– ଗଣ୍ଠି ଯନ୍ତ୍ରଣା ଅନୁଭବ ହୋଇଥାଏ
– ଛାତିରେ କଫ ସମସ୍ୟା ଲଗାତାର ଦେଖା ଦେଇଥାଏ
– ଅଧିକ ଶୋଇବା କାରଣରୁ କଫ ସମସ୍ୟା ହୋଇଥାଏ
– ଅଧିକ ଖାଦ୍ୟ ଖାଇବା
– ବ୍ୟାୟାମ ନକରିବା
– ଅଧିକ ମିଠା ଖାଇବା
– ତୈଳ ଯୁକ୍ତ ଖାଦ୍ୟ ର ଅଧିକ ଭୋଜନ
ତେଣୁ ଆପଣ ଆୟୁର୍ବେଦ ଚିକିତ୍ସା କୁ ଗ୍ରହଣ କରିବେ କି ନାହିଁ ଏହା ଆପଣଙ୍କ ଉପରେ ନିର୍ଭର କରୁଛି । କିନ୍ତୁ ପୁରୁଣା ଚିକିତ୍ସା ପଦ୍ଧତି ଦ୍ବାରା ଅନେକ ରୋଗର ଚିକିତ୍ସା କରାଯାଉଛି ।
Nalco
Leave A Reply