Odisha news

ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ : ବୈଠକରେ ଯୋଗଦେଲେନି ବିଧାୟକ ଓ ଥାନା ଅଧିକାରୀ

0

ରଣପୁର : ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ସ୍ଥାନୀୟ ତହସିଲ୍ଦାର ସଂଜୟ କୁମାର ସାମନ୍ତରାୟଙ୍କ ଅଧକ୍ଷତାରେ ତହସିଲ୍ ଅଫିସ୍ ପରିଷର ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବିଡିଓ ପଂଚାନନ ପଟ୍ଟାୟତ, ଡା.ବୈଦ୍ୟନାଥ ନନ୍ଦ, ରଣପୁର ଅଗ୍ନିଶମ ବିଭାଗ ଅଧିକାରୀ ସରୋଜ କୁମାର ଦାଶ, ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ତାସପ ବି.ସି, ପୁର୍ତ୍ତ ବିଭାଗ ଯନ୍ତ୍ରୀ ଦୟାନିଧି ରାୟଗୁରୁ, ରଣପୁର ଅଂଚଳର ସମାଜସେବୀ, ବୁଦ୍ଧିଜିବୀ, ବ୍ୟବସାୟୀ ଓ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ, ସେବାୟତ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ଚଳିତ ବର୍ଷ ରଥଯାତ୍ରା କରୋନା କଟକଣା ନିୟମ ଅନୁଯାୟୀ ରାଜ୍ୟ ସରକାରଙ୍କ ନିଦେ୍ର୍ଧଶ ଅନୁସାରେ ଅନୁଷ୍ଠିତ ହେବ ବୋଲି ତହସିଲ୍ଦାର ଜଣାଇବା ସହ ରଥଯାତ୍ରାର ପ୍ରସ୍ତୁତି ସମ୍ପର୍କେ ଦେବୋତ୍ତର ମ୍ୟାନେଜର୍ ରମେଶ ପ୍ରଧାନ ନିର୍ଦ୍ଧାରିତ ହୋଇଥିବା ସମୟ ସାରେଣୀ ବିସ୍ତୃତ ଭାବେ ଆଲଚନା କରିଥିଲେ ଏବଂ ଚଳିତ ବର୍ଷ ରଥଯାତ୍ରାକୁ କିଭଳି ଭାବେ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଓ ସୁଚାରୁ ରୁପେ ସମ୍ପାଦିତ ହେବ ସେ ନେଇ ବିଭିନ୍ନ କମିଟି ଗଠନ କରାଯାଇଥିଲା ଓ ସ୍ଥାନୀୟ ସାମ୍ବାଦିକ ସଙ୍ଘ ତରଫରୁ ପ୍ରଚାର ପ୍ରସାର କରିବା ପାଇଁ ଶ୍ରୀମନ୍ଦିର ଭିତରକୁ କ୍ୟାମେରାରେ ଫଟୋ ଉଠାଇବାକୁ ନେଇ ବାରଣ କରାଯାଉଥିବାରୁ ଏ ନେଇ ତହସିଲ୍ଦାରଙ୍କୁ ଅବଗତ କରାଇବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଚାର ପ୍ରସାର କରିବା ପାଇଁ କାହିଁକି ବାରଣ କରାଯାଉଛି ବୋଲି ଏହାର ପ୍ରତିବାଦ କରାଯାଇଥିଲା ।

ତେବେ ରଥଯାତ୍ରା ବୈଠକ ନିମନ୍ତେ ସ୍ଥାନୀୟ ବିଧାୟକ ଓ ରଣପୁର ଥାନା ଅଧିକାରଙ୍କୁ ଚିଠି ହୋଇଥିବା ସତ୍ତ୍ୱେ ଏହି ବୈଠକରେ ରଣପୁର ଥାନା ଅଧିକାରୀ ଓ ରଣପୁର ବିଧାୟକ ଯୋଗ ଦେଇନଥିଲେ । ଏ ନେଇ ବିଧାୟକଙ୍କୁ ଯୋଗା ଯୋଗ କରିବାରୁ ସେ କାର୍ଯ୍ୟ ବ୍ୟସ୍ତତା ପାଇଁ ବୈଠକରେ ବିଳମ୍ବରେ ପହଁଚି ତହସିଲ୍ଦାରଙ୍କ ସହିତ ରଥଯାତ୍ରା ସମ୍ପର୍କେ ବିସ୍ତୃତ ଆଲୋଚନା କରିଥିବା କହିଛନ୍ତି ଏବଂ ଥାନା ଅଧିକାରୀଙ୍କ ସହ ଯୋଗା ଯୋଗ କରିବାରୁ ସେ ଫୋନ୍ ଉଠାଇ ନଥିଲେ । ଏହି ବୈଠକର ଆୟୋଜନ ମନ୍ଦିର ପରିଚାଳନା କମିଟି ମ୍ୟାନେଜର ରମେଶ ପ୍ରଧାନ କରିଥିଲେ ।

Nalco

Leave A Reply