ଥାଇଲାଣ୍ଡ୍ : ଯେତିକି ଲୋକଙ୍କ ପାଇଁ ଖାଇବା ଅର୍ଡର ରଖି୍ଥିଲେ ତାକୁ ପୂରା ନ କରିପାରିବାରୁ ଥାଇଲାଣ୍ଡ୍ର ଗୋଟିଏ ରେସ୍ତୋରାଁର ଦୁଇ ମାଲିକଙ୍କୁ ୧୫ଶହ ବର୍ଷ ଜେଲ୍ ଦଣ୍ଡାଦେଶ ମିଳିଛି । ଦୁହେଁ ଖାଦ୍ୟ ଅର୍ଡର ରଖି ଲୋକଙ୍କଠାରୁ ଆଡଭାନ୍ସ ଟଙ୍କା ନେବା ସତ୍ତେ୍ୱ ସେବା ଯୋଗାଇପାରି ନ ଥିଲେ । ଥାଇଲାଣ୍ଡ୍ର ଆଇନ ଅନୁଯାୟୀ କାହାରିକୁ ୨୦ରୁ ଅଧିକ ବର୍ଷ ଜେଲ୍ ହୋଇପାରିବ ନାହିଁ । କିନ୍ତୁ ଏ କ୍ଷେତ୍ରରେ ବ୍ୟତିକ୍ରମ ଘଟି କୋର୍ଟ ଶକ୍ତ ଦଣ୍ଡ ବିଧାନ କରିଛନ୍ତି । ୭୫୯ ଟଙ୍କାରେ ୧୦ଜଣ ଲୋକ ସି’ଫୁଡ୍ ବଫେ ଖାଇପାରିବେ ବୋଲି ଏମାନେ ଗତବର୍ଷ ଅଫର୍ ଦେଇଥିଲେ । ସେ ଅନୁସାରେ ୨୦ ହଜାର ଲୋକ ଅନ୍ଲାଇନ୍ରେ ଅର୍ଡର ଦେବା ସହ ଟଙ୍କା ରେସ୍ତୋରାଁର ବ୍ୟାଙ୍କ୍ ଆକାଉଣ୍ଟକୁ ପଠାଇଥିଲେ ।