Editorial: ସଂପ୍ରତି ସମଗ୍ର ପୃଥିବୀ ମାରାତ୍ମକ ଅଦୃଶ୍ୟ ଶକ୍ତି କରୋନା ବା କୋଭିଡ-୧୯ ପଂଝାରେ ସମ୍ପୂଣ୍ଣ ରୂପେ କବଳିତ । ବିଶେଷତଃ ଭାରତରେ ମଧ୍ୟ ଏହି ପ୍ରାଣଘାତ ବ୍ୟାଧୀ ବିଭିଷିକା ସୃଷ୍ଟି କରିଛି ତାର କାୟା ବିସ୍ତାର କରି । ୟାର ଶକ୍ତି ପଂଝାରୁ ମୁକୁଳିବା ପାଇଁ ଯଦିଓ ଏଯାପତ କୌଣସି ପ୍ରଭାବୀ ଔଷଦ ବା ଭେସିନ ବିକଶିତ ହୋଇନାହିଁ ତଥାପି ସାମାଜିକ ଦୂରତ୍ୱ ବା ଶାରିରୀକ ଦୂରତା ଅବମ୍ବନକୁ ମହୌଷଧି ରୂପେ ଉପଯୋଗ କରାଯାଉଚି । ଏହା ବ୍ୟତୀତ, ମୁହଁରେ ତୁଣ୍ଡି ବା ମାସ୍କ ଓ ଡାକ୍ତରୀ ଟେଷ୍ଟ ଇତ୍ୟାଦି ସର୍ବଶ୍ରେଷ୍ଠ ବିକଳ୍ପ ରୂପେ ଗ୍ରହଣ କରାଯାଇଛି । ଏପରି ଏକ ସନ୍ଧିକ୍ଷଣରେ ସର୍ବବ୍ୟାପୀ ଈଶ୍ୱରଙ୍କ କୃପାରୁ ଡାକ୍ତର ଓ ସ୍ୱାସ୍ଥ୍ୟାକର୍ମୀମାନେ ଦେବଦୂତ ରୂପେ ଏ ଧରାପୃଷ୍ଟରେ ଅବତରଣ କରି ସମଗ୍ର ବିଶ୍ୱର ରକ୍ଷକ ସାଜିଛନ୍ତି ।
ବିଶେଷକରି ଆମ ଭାରତବର୍ଷରେ ମଧ୍ୟ ଆମର ଲବ୍ଧପ୍ରିତଷ୍ଠିତ ବୈଜ୍ଞାନୀକ, ଉତ୍ସର୍ଗୀକୃତ ଡାକ୍ତର ପାରା ମେଡିକାଲ କର୍ମଚାରୀ ସୁରକ୍ଷାକର୍ମୀ ଇତ୍ୟାଦି ଯୋଦ୍ଧା ସାଜି ମାରକ କରୋନା ଜନିତ ଦାରୁଣ ମହାସଙ୍କଟର ମୁକାବିଲା କରୁଛନ୍ତି । ଏବଂ ଅଧିକାଂଶ କ୍ଷେତ୍ରରେ ବିଜୟ ଲାଭ ବି କରୁଛନ୍ତି । ଲାଗୁଛି ଏଇ ନିକଟ ଭବିଷ୍ୟତରେ ଭାରତ ଖୁବଶୀଘ୍ର ଦାନବ କରୋନା ମହାମାରୀକୁ କାବୁ କରିନେବ । ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରଶ୍ନ ଉଙ୍କିମାରେ-ଆମ ଦେଶର ଡାକ୍ତର,ନର୍ସ ,ବୈଜ୍ଞାନୀକ ଓ ଚିକିତ୍ସା କର୍ମଚାରୀ ବ୍ୟତୀତ ଆଉ କେହି କଣ ଏହି ମହାମାରୀକୁ ନିୟନ୍ତ୍ରଣ କରିବାରେ ସକ୍ଷମ କି ?
ଏକଥା ସତ ଯେ ଡାକ୍ତର ହେଉଛନ୍ତି ଭଗବାନଙ୍କ ପ୍ରତିନିଧି ମୃତକ ଓ ମଣିଷଙ୍କ ମଧ୍ୟର ଦମ୍ଭର ସହିତ ଛିଡା ହୋଇ ରହିବା ଓ ରୋଗୀର ଶେଷ ନିଃଶ୍ୱାସ ଚାଲିଥିବା ପର୍ଯ୍ୟନ୍ତ ସଂଘର୍ଷ କରୁଥିବାବେଳେ ଯେଉଁମାନେ ତାର ନିକଟରେ ଥାନ୍ତି ସେ ଡାକ୍ତର ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀ ଛଡା ଆଇ କେହି ନୁହଁନ୍ତି । ତେବେ ବିଡମ୍ବନା ବିଷୟ ଯେ, ବର୍ତ୍ତମାନର ଏହି ଦୂରନ୍ତ ସମୟରେ ଆମ ଦେଶରେ ଚିତିତ୍ସକ ଓ ନର୍ସ ସମୂହ ଉପରେ କ୍ରମାଗତ ଭାବରେ ଅସମାଜିକ ତତ୍ତ୍ୱ ଓ ଦୃବୃର୍ତ୍ତଙ୍କ ଦ୍ୱାରା ଯେଉଁ ଘନ ଘନ ଆକ୍ରମଣ କରାଯାଇଛି ତାକୁ ଯେତେ ନିନ୍ଦା କଲେ ବି କମ୍ ହେବ । ଏହି ପ୍ରାଣାନ୍ତକ ହମଲା କେବଳ ଜଘନ୍ୟ ଅପରାଧ ନୁହେଁ ଅମାନବିକତାର ପରାକାଷ୍ଟ ମଧ୍ୟ । ଆମ ଭାରତବର୍ଷରେ ଉତ୍ତରପ୍ରଦେଶ, ବିହାରଠାରୁ ଆରମ୍ଭ କରି ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଅନେକ ରାଜ୍ୟ ଅଛି ଯେଉଁଠି କରୋନା ଟେଷ୍ଟ ବା ପରୀକ୍ଷା ଓ ଡାକ୍ତରୀ ସେବା ଚିକିତ୍ସାରେ ନିୟୋଜିତ କର୍ମଚାରୀମାନେ ଘନ ଘନ ଆକ୍ରମଣର ଶିକାର ହେବାକୁ ପଡୁଛି ।
ପ୍ରସଙ୍ଗତଃ ଏକଥା ଉଲ୍ଲେଖ କରିବା ସମୀଚୀନ ଯେ, ପାଶ୍ଚାତ୍ୟ ଜଗତର ମହାଶକ୍ତିଶାଳୀ ରାଷ୍ଟ୍ର ଯଥା-ଯୁକ୍ତରାଷ୍ଟ୍ର ଆମେରିକା , ମେସ୍କିକୋ,ଫିଲପାଇନସ୍ ଆଇଭରି କୋଷ୍ଟ, ପ୍ରତିବେଶୀ ଦେଶ ପାକିସ୍ତାନର ଡାକ୍ତର ଓ ଚିକିତ୍ସା କର୍ମଚାରୀଙ୍କ ଉପରେ ଏ ପ୍ରକାରର ଜଘନ୍ୟ ହମଲା କ୍ରମାଗତ ଭାବେ ଚାଲୁ ରହୁଛି । ମଧ୍ୟପ୍ରଦେଶର ଇଣ୍ଡୋର ହେଉ କି ମୁରାଦବାଦ ଅବା ମହାରଷ୍ଟ୍ରର ଔରାଙ୍ଗବାଦ, ସେସବୁ ଜାଗାରେ ଯେଉଁ ସେବା-ଉତ୍ସର୍ଗିୀକୃତ ଚିକିତ୍ସକ, ସ୍ୱାସ୍ଥ୍ୟ କର୍ମଚାରୀ ,ସଫେଇ କର୍ମଚାରୀ ପୋଲିସ କର୍ମୀମାନ ନିଜ ଜୀବନକୁ ବାଜି ଲଗାଇ କରୋନା ଆକ୍ରାନ୍ତ ରୋଗୀଙ୍କ ପ୍ରାଣରକ୍ଷା କରିବାକୁ ଅଣ୍ଟା ଭିଡିଛନ୍ତି ସେମାନଙ୍କୁ କେବଳ କୁଢ କୁଢ ପ୍ରଶଂସା ନୁହଁ ବରଂ ଅତୁଟ ସ୍ନେହ-ଶ୍ରଦ୍ଧାର ଅଧିକାରୀ । କରୋନା ମହାମାରୀର ଦାରୁଣ ସମୟରେ ଯେତେବେଳେ ଆତ୍ମୀୟସ୍ୱଜନ ଓ ବନ୍ଧୁ-ସହୋଦରମାନେ କରୋନା ଆକ୍ରାନ୍ତଙ୍କଠାରୁ ଦୂରେଇ ରହୁଚନ୍ତି ସେତେବେଳେ ଯେଉଁ ଡାକ୍ତର ,ନର୍ସ ଓ ଚିକିତ୍ସା କର୍ମଚାରୀମାନେ କାଭୀଡ-୧୯ ଆକ୍ରାନ୍ତଙ୍କୁ ମଲମ ଲଗାଇବା ତଥା ,ସୁରକ୍ଷା କରିବାପାଇଁ ଆଗେଇ ଆସୁଛନ୍ତି ସେମାନଙ୍କଠାରୁ ଆଉ କୋଉ ଆତ୍ମୀୟସ୍ୱଜନ ,ବନ୍ଧୁ-ପରିଜନ ବଡ ଯେ ! ଅଭଦ୍ରାମୀ ଓ ଅଶିଷ୍ଟର ସୀମା ସରହଦ ଉଲ୍ଲଂଘନ କରୁଥିବା ଯେ କେହି ବ୍ୟକ୍ତି ଏହି ଚରମ ବାସ୍ତବତା ବାବଦରେ ନିଶ୍ଚିତ ଭାବେ ଅବଗତ ହୋଇଥିବେ । ତେବେ ଏକଥା କାହାକୁ ଅଛପା ନାହିଁ ଯେ, ଭାରତରେ ଉତ୍ସର୍ଗୀକୃତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ନିଜକୁ ରୋଗୀଙ୍କ ସେବାରେ ସମର୍ପିତ କରି ନିଜ ମହାର୍ଘ ଜୀବନ ହରାଇବସନ୍ତି ଅଧିକାଂଶ ସମୟରେ । ତେବେ ଏଠି ପ୍ରଶ୍ନ ଉଠୁଛି-ଆମେ ଯଦି ଏଇ ସେବା ମନୋବୃତ୍ତି ଲୋକଙ୍କ ଉପରେ ନିଜର ଆସ୍ଥା ତୁଟାଇଦେବା ତେବେ ଆମର ସେବା କରିବାକୁ କିଏ ବା ଆଗେଇ ଆସିବ ? ଆଜିକାଲି ଦୁନିଆରେ କିଏ ଅଛି ଯେ ଯିଏ କି ଦ୍ୱିତୀୟ ଈଶ୍ୱର ଡାକ୍ତରଙ୍କ ବିନା ବଂଚିପାରିବ ? ପୁନଶ୍ଚ ଆଜିକାଲିକା ସମାଜରେ କିଏ ଏମିତି ଅଛି ଯାହାଙ୍କୁ ତାଙ୍କର ଅଭିଭାବକ , ଉପଦେଷ୍ଟା ଡାକ୍ତରଙ୍କ ଭଳି ସମ୍ମାନ କରିବା ଶଖାଇବ ? ସେବାକର୍ମରେ ସଂଲିପ୍ତ ବ୍ୟକ୍ତିଙ୍କୁ ପଥର ଫିଙ୍ଗୁଥିବା ଅସଭ୍ୟ ଅସମାଜିକ ତତ୍ତ୍ୱ ଯେ ଦିନେ ଭଗବାନଙ୍କ ଅଦାଲତରେ ଦଣ୍ଡିତ ହେବେ ଏଥରେ ଗାରେ ମାତ୍ର ସନେ୍ଦହ ନାହିଁ ।
ସ୍ମରଣଯୋଗ୍ୟ ଯେ,ଆମ ଦେଶରେ ଏମିତି ଅନେକ ବନ୍ୟ ଜୀବଜନ୍ତୁଙ୍କ ଅଭୟାରଣ୍ୟ ଓ ,ଚିଡିଆଖାନା ଅଛି ଯେଉଁଠି ବନ୍ୟ ଜୀବଜନ୍ତୁମାନେ ମଧ୍ୟ ନିଜେ ଡାକ୍ତର ରୂପେ ଖୁବ୍ ପରିଚିତ । ସେହିପରି ଆମ ଘର ପରିବାରେ ମଧ୍ୟ ଅନେକ ମୂକ ଗୃହପାଳିତ ପଶୁ ଅଛନ୍ତି ଯେଉଁମାନଙ୍କୁ ନିଃସ୍ୱାର୍ଥପର ତଥା ନିଃସର୍ତ୍ତ ସେବା ଓ ଆଚରଣ ବାବଦରେ ବେଶ୍ ଜଣା । ତେବେ ଆଜିର ପ୍ରାଣଘାତକ କରୋନା ମହାମରୀ ଯେମିତି ଆମକୁ ନିଃସ୍ୱାର୍ଥପର ତଥା ଉତ୍ସର୍ଗୀକୃତ ସେବା ତଥା ଯଥୋଚିତ ବ୍ୟବହାର ସଂପର୍କରେ ଚିନ୍ତା କରିବାକୁ ବାଧ୍ୟ କରିଛି । ଏହି ପରିପ୍ରେକ୍ଷୀରେ ଗୁରୁତ୍ତ୍ୱପୂର୍ଣ୍ଣ କଥାଟି ହେଉଛି-ଭାରତର ଯେଉଁସବୁ ପ୍ରାନ୍ତରେ ଏଭଳି ଦୁର୍ଦ୍ଦାନ୍ତ ଆକ୍ରମଣକାରୀ ବାହାରୁଛନ୍ତି ସେଠାକାର ଇଲାକାକୁ ସ୍ୱତନ୍ତ୍ର ଭାବେ ଚିହ୍ନଟ କରିବା ନିହାତି ଆବଶ୍ୟକ । ଯଦ୍ୱାରା ପ୍ରକୃତ ରୋଗୀ ବେଶ୍ ଭଲ ଭାବରେ ଚିକିତ୍ସିତ ହୋଇପାରିବ । ଏଇ ନିକଟରେ ମଧ୍ୟପ୍ରଦେଶରେ ଅସାମାଜିକ ତତ୍ୱମାନେ ଯେଉଁ କାଣ୍ଡି ଭିଆଇଲେ ସେମାନେ ପରାର୍ଥ ସେବାର ମୂଲ୍ୟ କଣ ବୁଝିପାରିଲେ ନାହିଁ । ଆମ ଦେଶ ଭାରତବର୍ଷରେ ଏହା ହେଉଛି ଅସଭ୍ୟତାର ଚରମ ନର୍ଦ୍ଦଶନ ,ଯାହାକୁ ସରକାରୀ ସ୍ତରରେ ଅନୁସନ୍ଧାନ କରାଯିବା ଏକାନ୍ତ ଜରୁରୀ । ଭାରତ ଭଳି ବିରାଟ ଗଣତାନ୍ତ୍ରିକ ଦେଶରେ ସମୁଚିତ ସରକାରୀ ସୁବିଧା ଓ ଆବଶ୍ୟକ ଆର୍ଥିକ ସହାୟତା ପାଇବାର ସମସ୍ତ ନାଗରୀକଙ୍କ ହକ୍ ରହିଛି ଓ ଭବିଷ୍ୟତରେ ରହିଥିବା ମଧ୍ୟ । ଏଥିରେ କାହାର ଦୟା,କରୁଣାର ପାତ୍ର କିଏ ନୁହଁନ୍ତି ବୋଲି ବୁଝିବାକୁ ହେବ ।