Odisha news

ରିଲାଏନ୍‌ସ ଜୁଏଲ୍‌ସ “ବିବାହମ୍ କଲେକ୍‌ସନ” ଶୁଭାରମ୍ଭ : ଭାରତର ପ୍ରତ୍ୟେକ କୋଣରେ ଥିବା ନବବଧୂ ଏହି ଆକର୍ଷଣୀୟ କଲେକ୍‌ସନକୁ ଉପଭୋଗ କରିପାରିବେ

0

ଆପଣଙ୍କ ମଧ୍ୟରେ ଥିବା ରାଣୀଙ୍କ ପାଇଁ ୱେଡିଂ ଜୁଏଲାରୀ”

ମୁମ୍ବାଇ, ଜୁନ୍ ୨୦୨୩:  ରିଲାଏନ୍‌ସ ଜୁଏଲ୍‌ସ, ଭାରତର ଏକ ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ, ଏହାର ବହୁ ପ୍ରତୀକ୍ଷିତ “ବିବାହମ୍ କଲେକ୍‌ସନ” ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି – ଏହା ଏକ ଆକର୍ଷଣୀୟ ୱେଡିଂ ଜୁଏଲାରୀ ଯେଉଁଥିରେ ପ୍ରତ୍ୟେକ ନବବଧୂ ଏହି ସ୍ୱତନ୍ତ୍ର ଦିବସରେ ଜଣେ ରାଣୀଙ୍କ ପରି ଅନୁଭବ କରିବେ, ସେମାନେ ଯେଉଁ ବର୍ଗରୁ ଆସିଥାନ୍ତୁ ନା କାହିଁକି । ଏହା ସାରା ଭାରତରେ ଥିବା ଆଂଚଳିକ ନବବଧୂମାନଙ୍କୁ ଅନେକ ଗୁଡ଼ିଏ କଲେକ୍‌ସନର ସମାହାର ଓ କଳାକୃତି ପ୍ରଦାନ କରିଥାଏ ଏବଂ ଏଥିରେ ଭରି ରହିଛି ଏହାର ସ୍ୱତନ୍ତ୍ର ଷ୍ଟାଇଲ୍ ଓ ଅନୁପ୍ରେରଣା ।

ବିଭିନ୍ନ ଅଂଚଳରୁ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ମଧ୍ୟରୁ ବିବାହମ୍ କଲେକ୍‌ସନ ୧୫ ପ୍ଲସ୍ ଆକର୍ଷଣୀୟ ବ୍ରାଇଡାଲ୍ ଲୁକ୍‌ସ ପ୍ରଦାନ କରେ ଯାହାକି ଭାରତର ପ୍ରତ୍ୟେକ ଅଂଶକୁ ସୂଚାଇଥାଏ । ଆକର୍ଷଣୀୟ ବେଙ୍ଗଲି ନବବଧୂଙ୍କ ଠାରୁ ଚମତ୍କାର ଓଡ଼ିଶା ନବବଧୂଙ୍କ ପର୍ଯ୍ୟନ୍ତ, ପ୍ରେରଣାଦାୟୀ ମହାରାଷ୍ଟ୍ରର ନବବଧୂଙ୍କ ଠାରୁ ସୌନ୍ଦର୍ଯ୍ୟରେ ଭରପୂର ରାଜସ୍ଥାନୀ ନବବଧୂ ପର୍ଯ୍ୟନ୍ତ । ଏହା ସହିତ ଟ୍ରେଣ୍ଡି ମେଟ୍ରୋ ବ୍ରାଇଡଙ୍କ ଠାରୁ ଡାଜଲିଂ ପଞ୍ଜାବୀ ନବବଧୂଙ୍କ ପର୍ଯ୍ୟନ୍ତ, ଚମତ୍କାର ତେଲୁଗୁ ନବବଧୂଙ୍କ ଠାରୁ ଆରମ୍ଭ କରି ଗର୍ଜିୟସ ବିହାରୀ ନବବଧୂଙ୍କ ପର୍ଯ୍ୟନ୍ତ ଅନେକ ଗୁଡ଼ିଏ ଆକର୍ଷଣୀୟ ଲୁକ୍‌ସ ଯାହାକି ଆମର ଦେଶର ବିବିଧ ସଂସ୍କୃତି ଓ ପରମ୍ପରାକୁ ବିବାହ ମାଧ୍ୟମରେ ପ୍ରଦର୍ଶିତ କରିଥାଏ । ରିଲାଏନ୍‌ସ ଜୁଏଲ୍‌ସ ଅତ୍ୟନ୍ତ ସୂକ୍ଷ୍ମ କାରିଗରି ସହିତ ଏହିସବୁ ଗହଣା ଗୁଡ଼ିକୁ ପ୍ରସ୍ତୁତ କରିଛି ଯେଉଁଠାରୁ ପ୍ରତ୍ୟେକ ନବବଧୂ ସେମାନଙ୍କର ସମସ୍ତ ବ୍ରାଇଡାଲ ଗହଣାକୁ ଗୋଟିଏ ସ୍ଥାନରେ ପାଇପାରିବେ । ଏହି କଲେକ୍‌ସନରେ ରହିଛି ବ୍ୟାପକ ଶ୍ରେଣୀର ଡିଜାଇନ ଯଥା ଚୋକର, ଲମ୍ବା ନେକଲେସ୍‌, ଚୁଡ଼ି, ରିଙ୍ଗ, ଇୟରିଂ, ଚୋକର ସେଟ୍‌, ମଙ୍ଗଳସୂତ୍ର, ମାଙ୍ଗ ଟିକା, ନଥଓ, ହାତଫୁଲ, ୱେଷ୍ଟବେଲ୍‌ଟ, ଆର୍ମବ୍ୟାଣ୍ଡ, ବ୍ରେସଲେଟ୍ ଓ ଆହୁରି ଅନେକ । ଏହି ବ୍ୟାପକ କଲେକ୍‌ସନରେ ପ୍ରତ୍ୟେକ ଧର୍ମର ନବବଧୂଙ୍କ ପାଇଁ ଆକର୍ଷଣୀୟ ସମାହାର ରହିଛି ଓ ଏହା ବିବିଧ ସଂସ୍କୃତି ଓ ପରମ୍ପରାର ସମାହାରକୁ ଦର୍ଶାଉଛି ।

“ଆମର ବିବାହମ୍ କଲେକ୍‌ସନ ଭାରତୀୟ ବିବାହର ବିବିଧତା ଓ ଆକର୍ଷଣୀୟତାର ଏକ ପ୍ରମାଣ”,  ଶ୍ରୀଯୁକ୍ତ ସୁନିଲ୍ ନାୟକ, ସିଇଓ, ରିଲାଏନ୍ସ ଜୁଏଲ୍ସ, କହିଛନ୍ତି ଯେ, “ଆମେ ବିଶ୍ୱାସ କରୁ ଯେ ପ୍ରତ୍ୟେକ ନବବଧୂ ତାଙ୍କର ଜାତି, ବୟସ, ସାମାଜିକ-ଅର୍ଥନୈତିକ ବିଭାଗ ବା ସ୍ଥାନର ନିର୍ବିଶେଷରେ ବିବାହ ଦିବସରେ ଜଣେ ରାଣୀ ପରି ଅନୁଭବ କରିବା ଉଚିତ୍ । ଆମର କଲେକ୍‌ସନରେ ଭାରତର ନବବଧୂଙ୍କର ଅଭିଳାଷକୁ ପ୍ରଦର୍ଶିତ କରାଯାଇଛି ଯାହାକି ତାଙ୍କୁ ଅତ୍ୟନ୍ତ ଆକର୍ଷଣୀୟ ଭାବରେ ଉପସ୍ଥାପିତ କରିଥାଏ । ଆମେ ପ୍ରତି ଅଂଚଳର ସ୍ୱତନ୍ତ୍ରତାକୁ ଧରି ରଖିବାକୁ ଚେଷ୍ଟା କରିଛୁ ଯଦ୍ୱାରା ନବବଧୂ ତାଙ୍କର ସଂସ୍କୃତିଗତ ପରିଚୟକୁ ଗ୍ରହଣ କରିପାରିବେ ଓ ନିଜକୁ ଏକ ସ୍ୱତନ୍ତ୍ର ପରିପାଟିରେ ଉପସ୍ଥାପିତ କରିପାରିବେ । ଏହାର ପ୍ରତ୍ୟେକ ଗହଣାକୁ ଅତ୍ୟନ୍ତ ସୂକ୍ଷ୍ମ କାରିଗରୀ ସହିତ ପ୍ରସ୍ତୁତ କରାଯାଇଛି ଓ ଏହାର ସବିଶେଷ ପ୍ରତି ସ୍ୱତନ୍ତ୍ର ଧ୍ୟାନ ପ୍ରଦାନ କରାଯାଇଛି । ଆମେ ନବବଧୂମାନଙ୍କୁ ଏକ ସମ୍ପୂର୍ଣ୍ଣ ବ୍ରାଇଡାଲ୍ ଲୁକ ପ୍ରଦାନ କରୁଛୁ ଯଦ୍ୱାରା ସେମାନେ ସେମାନଙ୍କର ସ୍ୱତନ୍ତ୍ର ଦିବସରେ ନିଜକୁ ଅତ୍ୟନ୍ତ ଆକର୍ଷଣୀୟ ଭାବରେ ଉପସ୍ଥାପିତ କରିପାରିବେ ।

ୱେଡିଂ ସପିଂର ଆନନ୍ଦକୁ ପୁନଶ୍ଚ ବୃଦ୍ଧି କରିବା ପାଇଁ, ରିଲାଏନ୍‌ସ ଜୁଏଲ୍‌ସ ସୀମିତ ଅବଧି ସମୟ ପାଇଁ ଆକର୍ଷଣୀୟ ଡିସକାଉଂଟ ଓ ଅଫର ଏହାର ଗହଣା ଗୁଡ଼ିକ ଉପରେ ପ୍ରଦାନ କରୁଛି । ଗ୍ରାହକମାନେ ସୁନା ଗହଣାର ଗଢ଼ା ମଜୁରୀ ଉପରେ ଓ ଡାଏମଣ୍ଡ ଜୁଏଲାରୀ ମୂଲ୍ୟ ଉପରେ ୨୦ % ପର୍ଯ୍ୟନ୍ତ ରିହାତି ପାଇପାରିବେ ।ଞ୍ଚ ଏହା ସହିତ ରିଲାଏନ୍‌ସ ଜୁଏଲ୍‌ସ ଏହାର ସମ୍ପୂର୍ଣ୍ଣ ମୂଲ୍ୟରେ ସୁନା ଗହଣାକୁ ବଦଳାଇବାର ଏକ ଉଲ୍ଲେଖନୀୟ ସୁଯୋଗ ପ୍ରଦାନ କରୁଛି । ଏହା ସହାୟତାରେ ଗ୍ରାହକମାନେ ନବବଧୂ ଝଞ୍ଜଟମୁକ୍ତ ଓ ରିୱାର୍ଡିଂ ସପିଂ ଅନୁଭବ ଲାଭ କରିପାରିବେ ।

“ବିବାହମ୍ କଲେକ୍‌ସନ” ସାରା ଭାରତରେ ମେ ୨୦୨୩ ଶେଷ ସୁଦ୍ଧା ରିଲାଏନ୍‌ସ ଜୁଏଲ୍‌ସ ଷ୍ଟୋର ଗୁଡ଼ିକରେ ଉପଲବ୍ଧ ହେବ । ଏହି ସମୟରେ ସାଧାରଣତଃ ଭାରତର ବିବାହ ଋତୁ ଚାଲୁ ରହିଥାଏ । ଏହି କଲେକସନ ସହିତ ରିଲାଏନ୍‌ସ ଜୁଏଲ୍‌ସ ୱେଡିଂ ଜୁଏଲାରୀ ମାର୍କେଟରେ ଜଣେ ଅଗ୍ରଣୀ ପ୍ଲେୟାର ଭାବରେ ଏହାର ସ୍ଥାନକୁ ଦୃଢ଼ୀଭୂତ କରିପାରିବ ଓ ବ୍ରାଇଡାଲ ଜୁଏଲାରୀ କ୍ରୟ ପାଇଁ ଗ୍ରାହକମାନଙ୍କ ମଧ୍ୟରେ ପ୍ରଥମ ପସନ୍ଦ ହୋଇପାରିବ ।

ଇିବାହମ୍ କଲେକ୍‌ସନ ବିଷୟରେ ଅଧିକ ସୂଚନା ପାଇଁ ତଥା ସ୍ପେଶିଆଲ୍ ୱେଡିଂ କ୍ରୟ ଅଫର ନିମନ୍ତେ, ଆମର ନିକଟତମ ରିଲାଏନ୍‌ସ ଜୁଏଲ୍‌ସ ସୋରୁମ୍ ପରିଦର୍ଶନ କରନ୍ତୁ ବା ରିଲାଏନ୍ସ ଜୁଏଲ୍‌ସ ୱେବସାଇଟ୍ ରେ ଅନଲାଇନରେ କଲେକ୍‌ସନକୁ ଦେଖନ୍ତୁ ।

ବିବାହମ୍ କଲେକ୍‌ସନ ସାରା ଭାରତରେ ରିଲାଏନ୍‌ସ ଜୁଏଲ୍‌ସ ଆଉଟଲେଟରେ ଉପଲବ୍ଧ ରହିଛି ।

Leave A Reply