Odisha news

ରିଲାଏନ୍ସ ଜିଓର ୨୦୨୨-୨୩ ବାର୍ଷିକ ନେଟ ଲାଭ ୨୩% ବୃଦ୍ଧି ସହ ୧୮୨୦୭ କୋଟି ଟଙ୍କା

ଚତୁର୍ଥ ତ୍ରୟମାସରେ କମ୍ପାନୀ ପକ୍ଷରୁ ୪୭୧୬ କୋଟି ଟଙ୍କା ନେଟ ଲାଭ ହାସଲ

0

ଭୁବନେଶ୍ୱର: ଦେଶର ସର୍ବବୃହତ ଟେଲିକମ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡ଼ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତଥା ସମ୍ପୂର୍ଣ୍ଣ ଆର୍ଥିକ ବର୍ଷର ଫଳାଫଳ ଆଜି ଘୋଷଣା କରାଯାଇଛି I ୨୦୨୨-୨୩ ଆର୍ଥିକ ବର୍ଷରେ ରିଲାଏନ୍ସ ଜିଓର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୨୩ ପ୍ରତିଶତ ବୃଦ୍ଧି ସହିତ ୧୮୨୦୭ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି I ୨୦୨୧-୨୨ ଆର୍ଥିକ ବର୍ଷରେ କମ୍ପାନୀର ନେଟ ଲାଭ ୧୪୮୧୭ କୋଟି ଟଙ୍କା ରହିଥିଲା I କମ୍ପାନୀର ବାର୍ଷିକ ମୋଟ ପରିଚାଳନାଗତ ରାଜସ୍ୱ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧୮ ପ୍ରତିଶତ ବୃଦ୍ଧି ପାଇ ୯୦୭୮୬ କୋଟି ଟଙ୍କା ହୋଇଥିବା ଘୋଷଣା କରାଯାଇଛି, ଯାହା ପୂର୍ବ ବର୍ଷ ୭୬୯୭୭ କୋଟି ଟଙ୍କା ରହିଥିଲା I

ସେହିଭଳି ଜାନୁଆରୀ ରୁ ମାର୍ଚ୍ଚ ୨୦୨୩ ଚତୁର୍ଥ ତ୍ରୟମାସରେ କମ୍ପାନୀର ନେଟ ଲାଭ ୪୧୭୩ କୋଟି ଟଙ୍କା ରହିଥିବା ଘୋଷଣା କରାଯାଇଛି, ଯାହା ଗତ  ବର୍ଷ ସମାନ ତ୍ରୟମାସ ତୁଳନାରେ ୧୩ ପ୍ରତିଶତ ଅଧିକ ରହିଛି I ଚତୁର୍ଥ ତ୍ରୟମାସରେ କମ୍ପାନୀର ପରିଚାଳନାଗତ ରାଜସ୍ବ ୨୩୩୯୪ କୋଟି ଟଙ୍କା ରହିଛି, ଯାହା ପୂର୍ବ ବର୍ଷ ସମାନ ତ୍ରୟମାସରେ ୨୦୯୦୧ ଟଙ୍କା ରହିଥିଲା I

ଦେଶର ୨୩୦୦ରୁ ଅଧିକ ସହର ଓ ନଗରକୁ ଜିଓ ଟ୍ରୁ ୫ଜି ସେବା ସମ୍ପ୍ରସାରିତ ହୋଇଥିବାବେଳେ ଡିସେମ୍ବର ୨୦୨୩ ସୁଦ୍ଧା ସମଗ୍ର ଦେଶରେ ୫ଜି ସେବା ସମ୍ପ୍ରସାରଣ କରାଯିବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି I  ଜିଓର ହାରାହାରି ପ୍ରତି ଗ୍ରାହକ ପ୍ରତି ମାସ ରାଜସ୍ୱ  ୬.୭% ବୃଦ୍ଧି ସହିତ ୧୭୮.୮ ଟଙ୍କାରେ ପହଂଚିଛି I ଜିଓ ନେଟୱାର୍କରେ ମୋଟ ଡାଟା ଟ୍ରାଫିକ ମାସିକ ୧୦ ଏକସାବାଇଟ ରହିଥିବା ବେଳେ କମ୍ପାନୀ ୯୦ ଲକ୍ଷରୁ ଅଧିକ ଫିକ୍ସଡ଼ଲାଇନ ବ୍ରଡ଼ବ୍ୟାଣ୍ଡ ଉପଭୋକ୍ତା ହାସଲ ସହିତ ଏକ ନମ୍ବର ସ୍ଥାନରେ ରହିଛି I

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ର ୨୦୨୨୨୩ ଆର୍ଥିକ ବର୍ଷରେ ରେକର୍ଡ ୭୪୦୮୮ କୋଟି ଟଙ୍କା ନେଟ ଲାଭ ହାସଲ

ଭୁବନେଶ୍ୱର: ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତଥା ସମ୍ପୂର୍ଣ୍ଣ ବର୍ଷର ଆର୍ଥିକ ଫଳାଫଳ ଆଜି ଘୋଷଣା କରାଯାଇଛି I କମ୍ପାନୀର ବାର୍ଷିକ ନେଟ ଲାଭ ୧୪ ପ୍ରତିଶତ ବୃଦ୍ଧି ସହିତ ରେକର୍ଡ ୭୪୦୮୮ କୋଟି ଟଙ୍କା ହୋଇଥିବା ଘୋଷଣା କରାଯାଇଛି I କମ୍ପାନୀର ଇ.ବି.ଆଇ.ଟି.ଡି.ଏ ପ୍ରଥମ ଥର ପାଇ ଦେଢ଼ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ଏବଂ ୧୫୪୬୯୧ କୋଟି ଟଙ୍କା ହୋଇଛି I ବିଗତ ପାଞ୍ଚ ବର୍ଷ ମଧ୍ୟରେ କମ୍ପାନୀର ନେଟ ଲାଭ ଓ ଇ.ବି.ଆଇ.ଟି.ଡି.ଏ ଦୁଇଗୁଣା ହୋଇଛି I ୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନୀର ମୋଟ ରାଜସ୍ୱ ୨୩.୨ ପ୍ରତିଶତ ବୃଦ୍ଧି ସହିତ ୯,୭୬,୫୨୪ କୋଟି ଟଙ୍କା ହୋଇଛି I କମ୍ପାନୀର ରିଟେଲ ବ୍ୟବସାୟରେ ପୂର୍ବ ବର୍ଷ ତୁଳନାରେ ୩୦% ଅଭିବୃଦ୍ଧି ହେବା ସହିତ ମୋଟ ରାଜସ୍ବ ୨୬୦୩୬୪ କୋଟି ଟଙ୍କା ହୋଇଛି ଓ ୨୦୨୨-୨୩   ଆର୍ଥିକ ବର୍ଷ ଶେଷ ସୁଦ୍ଧା କମ୍ପାନୀର ରିଟେଲ ଷ୍ଟୋର ସଂଖ୍ୟା ୩୩୦୦ ବୃଦ୍ଧି ପାଇ ମୋଟ ୧୮୦୪୦ ରେ ପହଂଚିଛି I

Leave A Reply