Odisha news

ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ରେ ୪୯୬୬.୮୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟି

0

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ (ଆରଆରଭିଏଲ)ରେ ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟିର ଏକ ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ୪୯୬୬.୮୦ କୋଟି ଟଙ୍କା ପୁଞ୍ଜିନିବେଶ କରିବା ନେଇ ଆରଆରଭିଏଲ ପକ୍ଷରୁ ଘୋଷଣା କରାଯାଇଛି । ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟିର ଏହି ନିବେଶ ପୂର୍ଣ୍ଣ ବିଘଟିତ ଭାବରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ର ୦.୫୯ ପ୍ରତିଶତ ଇକ୍ୱିଟି ଅଂଶରେ ପରିବର୍ତ୍ତିତ ହେବ । ଏହି ନିବେଶ ଆରଆରଭିଏଲର ପ୍ରି-ମନି ଇକ୍ୱିଟି ମୂଲ୍ୟ ୮.୩୮୧ ଲକ୍ଷ କୋଟି ଟଙ୍କା ଆକଳନ କରିଛିଯାହା ଇକ୍ୱିଟି ମୂଲ୍ୟ ହିସାବରେ ଦେଶର ଚାରି ଅଗ୍ରଣୀ କମ୍ପାନୀ ମଧ୍ୟରେ ରହିଛି ।

ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ ଏହାର ସହଯୋଗୀ କମ୍ପାନୀ ଗୁଡିକ ଜରିଆରେ ଭାରତର ସର୍ବବୃହତଦ୍ରୁତ ଅଭିବୃଦ୍ଧିଶୀଳ ଏବଂ ସର୍ବାଧିକ ଲାଭଦାୟକ ରିଟେଲ ବ୍ୟବସାୟ ପରିଚାଳନା କରୁଛି । ଗ୍ରୋସରୀକଂଜୁମର ଇଲେକ୍ଟ୍ରୋନିକ୍ସଫ୍ୟାସନ ଓ ଲାଇଫଷ୍ଟାଇଲ ଏବଂ ଫାର୍ମା ଉପଭୋକ୍ତା ବର୍ଗରେ ୧୮୫୦୦ ରୁ ଉର୍ଦ୍ଧ୍ୱ ଷ୍ଟୋର ଏବଂ ଡିଜିଟାଲ କମର୍ସ ପ୍ଳାଟଫର୍ମ ନେଟୱାର୍କ ଜରିଆରେ ଏହା ୨୬୭ ନିୟୁତରୁ ଅଧିକ ନିୟମିତ ଗ୍ରାହକମାନଙ୍କ ଆବଶ୍ୟକତା ପୁରଣ କରୁଛି । ଏହାର ନିଉ-କମର୍ସ ବ୍ୟବସାୟ ଜରିଆରେ ଆରଆରଭିଏଲ ୩୦ ଲକ୍ଷରୁ ଅଧିକ ଛୋଟ ଓ ଅସଂଗଠିତ ବ୍ୟବସାୟୀଙ୍କୁ ଡିଜିଟାଇଜ ହେବାରେ ସହାୟକ ହୋଇଛି । ଏହା ଦ୍ୱାରା ଏହି ବ୍ୟବସାୟୀ ମାନେ ଟେକ୍ନୋଲୋଜି ବଳରେ ସେମାନଙ୍କ ନିଜ ଗ୍ରାହକମାନଙ୍କୁ ଶ୍ରେଷ୍ଠ ସୁବିଧା ଓ ସେବା ଦେଇପାରିବେ ।

ଏହି ଅବସରରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଅମ୍ବାନୀ କହିଛନ୍ତି ” ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ର ଏକ ନିବେଶକ ଭାବରେ ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟି ସହିତ ଆମର ସମ୍ପର୍କକୁ ଆହୁରି ସୁଦୃଢ କରି ଆମେ ବେଶ ଆନନ୍ଦିତ । ବିଶ୍ୱରେ ମୂଲ୍ୟ ସୃଷ୍ଟି କରିବା କ୍ଷେତ୍ରରେ ସେମାନଙ୍କର ରହିଥିବା ସୁଦୀର୍ଘ ଅଭିଜ୍ଞତା ଆମକୁ ଭାରତର ରିଟେଲ କ୍ଷେତ୍ରକୁ ପରିବର୍ଦ୍ଧିତ କରିବାନେଇ ଆମର ରହିଥିବା ଲକ୍ଷ୍ୟ ହାସଲରେ ସହାୟକ ହେବ । ଆରଆରଭିଏଲରେ ଏହି ନିବେଶ ଭାରତୀୟ ଅର୍ଥନୀତି ତଥା ଆମ ବ୍ୟବସାୟିକ ମୂଳଭିତ୍ତି ଏବଂ କାର୍ଯ୍ୟ ସମ୍ପାଦନ କ୍ଷମତା ନେଇ ସେମାନଙ୍କର ରହିଥିବା ବିଶ୍ୱାସର ପରିଚାୟକ । “

ଏହି ଅବସରରେ ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟିର ଘରୋଇ ଇକ୍ୱିଟି ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହମଦ ଅଲଢ଼ହେରି କହିଛନ୍ତି ” ଦ୍ରୁତ ଗତିରେ ଆଗକୁ ବଢୁଥିବା ଏକ ବଜାରରେ ରିଲାଏନ୍ସ ରିଟେଲ ଦୃଢ ଅଭିବୃଦ୍ଧି ଓ ନମନୀୟତା ପ୍ରଦର୍ଶିତ କରିଛି । ରିଲାଏନ୍ସ ସହିତ ଆମର ସହଭାଗିତା ବଢ଼ାଇ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଉପଭୋକ୍ତା କ୍ଷେତ୍ରରେ ଆମ ଉପସ୍ଥିତି ବୃଦ୍ଧି କରି ଆମେ ବେଶ ଆନନ୍ଦିତ । “

Leave A Reply