Odisha news

“ରିଲେସନସିପ ଡିପ୍ରେସନ ” କଣ ? ଯାହାକି ଦମ୍ପତିଙ୍କ ମଧ୍ୟରେ ବୃଦ୍ଧି କରୁଛି ସମ୍ପର୍କରେ ଫାଟ  

0

ଯେତେବେଳେ ୨ଜଣ ବ୍ୟକ୍ତି ପ୍ରେମର ବନ୍ଧନରେ ବାନ୍ଧି ହୋଇ ସମ୍ପର୍କକୁ ସ୍ଥାୟୀ କରି ରଖିବାରେ ଅସମର୍ଥ ହୋଇ ଯାଆନ୍ତି ସେତେବେଳେ ତାଙ୍କ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥାଏ l ଆଜିର ଯୁବପିଢ଼ି ସେହିଭଳି ଗୋଟିଏ ସମୟରେ ଚାଲିଛନ୍ତି l ଯେଉଁଠାରେ ସମ୍ପର୍କ ଯେତେ ଶୀଘ୍ର ତିଆରି ହୋଇଥାଏ ସେତେ ଶୀଘ୍ର ଭାଙ୍ଗି ଯାଇଥାଏ l ସମ୍ପର୍କ ରେ ଫାଟ ଓ ଅଶାନ୍ତି ଦମ୍ପତି ଙ୍କ ମଧ୍ୟରେ ଡିପ୍ରେସନ ର କାରଣ ଭାବରେ ଦେଖା ଯାଉଛି l ଯାହାକୁ ମନୋବିଜ୍ଞାନୀ ମାନେ ରିଲେସନସିପ ଡିପ୍ରେସନ ର ନାମ ଦେଇଛନ୍ତି l ଆସନ୍ତୁ ଜାଣିବା କାହିଁକି କପଲ୍ସ ଙ୍କ ମଧ୍ୟରେ ବୃଦ୍ଧି ପାଉଛି ରିଲେସନସିପ ଡିପ୍ରେସନ l

ରିଲେସନସିପ ଡିପ୍ରେସନର କାରଣ -:
– ଆଜିର ବ୍ୟସ୍ତବହୁଳ ଜୀବନ ରେ ପ୍ରତ୍ୟେକ ବ୍ୟକ୍ତି ଏତେ ବ୍ୟସ୍ତ ରହୁଛନ୍ତି ଯେ , ସେମାନେ ନିଜ ପରିବାର ପାଇଁ ମଧ୍ୟ ସମୟ ବାହାର କରିପାରୁ ନାହାନ୍ତି , ସମୟ ଅଭାବରୁ କପଲ୍ସ ଙ୍କ ମଧ୍ୟରେ ଦୂରତା ଆସି ଯାଉଛି l  ଯାହା ଆଗକୁ ଯାଇ ତାଙ୍କ ସମ୍ପର୍କ ରେ ଫାଟ ସୃଷ୍ଟି କରୁଛି l ଏହା ସେହି ବ୍ୟକ୍ତିଙ୍କ ନିକଟରେ ଦେଖିବାକୁ ମିଳୁଛି ଯେଉଁମାନେ ଆବଶ୍ୟକତା ଠାରୁ ଅଧିକ ବ୍ୟସ୍ତ ରହୁଛନ୍ତି l
– ଏହାଛଡା ନିଜ ପାର୍ଟନର ସହିତ କ୍ୱାଲିଟି ଟାଇମ ସ୍ପେଣ୍ଟ କରିପାରୁ ନାହାନ୍ତି , ଯାହାକି ରିଲେସନସିପ ଡିପ୍ରେସନ ର ଗୋଟିଏ ବଡ଼ କାରଣ ଅଟେ l
–  ମନୋବିଜ୍ଞାନୀଙ୍କ ମତରେ ଗୋଟିଏ ସକ୍ସେସଫୁଲ ରିଲେସନସିପ ପାଇଁ ନିଜ ପାର୍ଟନର କୁ ସମୟ ଦେବା ସବୁଠୁ ଜରୁରୀ l ଏପରି କରିବା ଦ୍ୱାରା ବ୍ୟକ୍ତି ନିଜ ପାର୍ଟନର ସହିତ ସମ୍ପର୍କ କୁ ଅଧିକ ମଜବୁତ କରି ପାରିବ l
– ଏହାଛଡା ଆଜିର ଯୁବପିଢୀ ଅଧିକ କ୍ୟାରିଅର ଓରିଏଣ୍ଟେଡ ମଧ୍ୟ ହୋଇ ଯାଉଛନ୍ତି , ଯାହା ତାଙ୍କୁ ପରିବାର ଠାରୁ ଦୂରେଇ ନେଉଛି ଓ ଏକାକୀ କରି ଦେଉଛି l

ରିଲେସନସିପ ରେ ଡିପ୍ରେସନର ପ୍ରଭାବ -:
– ରିଲେସନସିପ ରେ ଡିପ୍ରେସନ ଦେଇ ଗତି କରୁଥିବା ବ୍ୟକ୍ତିଙ୍କ ସ୍ଵଭାଵ ରେ ଚିଡିଚିଡା ଭାବ ଅଧିକ ଦେଖା ଯାଇଥାଏ l
– ଏହି ଡିପ୍ରେସନ ର ପ୍ରଭାବ ବ୍ୟକ୍ତିକୁ ଶାରୀରିକ ଓ ମାନସିକ ଭାବରେ କ୍ଷତି କରିଥାଏ l
– ଯାହାଦ୍ୱାରା ବ୍ୟକ୍ତି ଭାବନାତ୍ମକ ଭାବରେ ଅସୁରକ୍ଷିତ ଅନୁଭବ କରିଥାଏ ଓ ଉଦାସୀନତା ର ଶିକାର ହୋଇଥାଏ l

କିପରି ରିଲେସନସିପ  ଡିପ୍ରେସନ ରୁ ନିଜକୁ ରକ୍ଷା କରିବେ -:
– ନିଜ ପାର୍ଟନର ସହିତ ଚାଲିଥିବା ମନୋମାଳିନ୍ୟ କୁ ଅଧିକ ବଡ ଆକାରରେ ଆଗକୁ ବଢ଼ାନ୍ତୁ ନାହିଁ l ଯେପରି ସହଜରେ ସମାଧାନ ହୋଇ ପାରିବ ତାହାର ରାସ୍ତା ବାହାର କରନ୍ତୁ l
– ସମ୍ପର୍କ ରେ ଭାବର ଆଦାନପ୍ରଦାନ କଥା ମାଧ୍ୟମରେ ହେଉ କିମ୍ବା ଅନ୍ୟ ଉପାୟରେ ହେଉ ଖୁବ ଜରୁରୀ ଅଟେ l କାହିଁକି ନ ଏହାଦ୍ୱାରା ସମସ୍ତ ଅସୁବିଧାର ରାସ୍ତା ବାହାରି ପାରିଥାଏ l
– ନିଜ ଇଗୋ କୁ କମ କରିବା ନିହାତି ଜରୁରୀ l କାହିଁକି ନା ଅନେକ ସମୟରେ ଇଗୋ ସମ୍ପର୍କ ରେ ଦୂରତା ଆଣିଥାଏ l ସମ୍ପର୍କ ରେ ଟିକେ ମଧୁରତା ଆଣନ୍ତୁ l
– ପାର୍ଟନର ଓ ଆପଣଙ୍କ ମଧ୍ୟରେ ଚାଲିଥିବା ଉତେଜନା କୁ ବଡ଼ ଆକାରର କରନ୍ତୁ ନାହିଁ l ନିଜ ମଧ୍ୟରେ କଥା ବିନିମୟ ଦ୍ୱାରା ସମାଧାନ କରନ୍ତୁ l
– କୌଣସି ସମ୍ପର୍କ କୁ ଭାଙ୍ଗିବା ପୂର୍ବରୁ ୧୦ଥର ଚିନ୍ତା କରନ୍ତୁ , ତେବେ ଯାଇ ସମ୍ପର୍କ ସୁନ୍ଦର ଭାବରେ ଗଢି ଉଠିବ l

Leave A Reply