ନୂଆଦିଲ୍ଲୀ : ପାଲେଷ୍ଟାଇନ ମାନଙ୍କ ଉପରେ ଆକ୍ରମଣ ପରେ ଦୁନିଆରେ ମୁସ୍ଲିମ ରାଷ୍ଟ୍ର ମାନଙ୍କର ଇସ୍ରାଏଲ ଉପରେ ମନ ଅସନ୍ତୋଷ ବଢି ଯାଇଛି l ପାକିସ୍ତାନ ଓ ତୁର୍କୀ ଲଗାତାର ଇସ୍ରାଏଲ ବିରୁଦ୍ଧରେ ମୁସ୍ଲିମ ଦେଶ ଗୁଡିକୁ ଏକାଠି ହେବ ପାଇଁ ଆହ୍ୱାନ ଦେଉଥିବା ବେଳେ ସଂଯୁକ୍ତ ଆରବ ଅମିରାତ ଅର୍ଥାତ UAE ଇସ୍ରାଏଲ ସହିତ ନିଜର ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ରୂପ ଦେବାପାଇଁ ଲାଗି ପଡିଛି l ଏହି କ୍ରମରେ ଚଳିତ ବର୍ଷ ଇସ୍ରାଏଲ ଗ୍ରୀଷ୍ମ ଋତୁରେ UAI ର ରାଜଧାନୀ ଆବୁଧାବିରେ ନିଜର କାର୍ଯ୍ୟାଳୟ ଖୋଲିବା ପାଇଁ ଯୋଜନା ପ୍ରସ୍ତୁତ କରିଛି ,କାହିଁକି ନା ବିଦେଶୀ ନିବେଶକୁ ଆକର୍ଷିତ କରିବା ସହିତ ଉପକୂଳବର୍ତ୍ତୀ ଦେଶ ଓ ଆରବ ସହିତ ଆର୍ଥିକ ସମ୍ବଦ୍ଧ ବଢ଼ା ଯାଇ ପାରିବ l
ଆମେରିକାର ମଧ୍ୟସ୍ଥତାରେ ଗତବର୍ଷ ସେପ୍ଟେମ୍ବରରେ ଇସ୍ରାଏଲ ଓ ସଂଯୁକ୍ତ ଆରବ ମଧ୍ୟରେ ହୋଇଥିବା ରାଜିନାମା ପରେ ଉଭୟ ଦେଶ ମାନଙ୍କ ମଧ୍ୟରେ ଅନେକ ପ୍ରକାରର ଅସୁବିଧା ଦେଖା ଦେଇଥିଲା l ଇସ୍ରାଏଲ ଓ ସଂଯୁକ୍ତ ଆରବ ବ୍ୟାଙ୍କିଙ୍ଗ ,ବିମାନ ଉଡାଣ ,ଟ୍ୟାକ୍ସ ଆଦିକୁ ନେଇ ଅନେକ ଦ୍ୱିପାକ୍ଷିକ ରାଜିନାମାରେ ହସ୍ତାକ୍ଷର କରିଥିଲେ l ସଂଯୁକ୍ତ ଆରବ ଓ ଇସ୍ରାଏଲ ପାଇଁ ମଇ ୩୧ ତାରିଖ ୨୦୨୧ ଗୋଟିଏ ମହତ୍ଵପୁର୍ଣ ଦିନ ଥିଲା l UAE ସୋମବାର ଦିନ ତେଲ ଅବିବ ନିଜର ଅବିବରେ ନିଜର ଦୂତାବାସ ଖୋଲିଲା ଓ ଇସ୍ରାଏଲ ସହିତ ନିଜର କାର୍ଯ୍ୟକୁ ନେଇ ହସ୍ତାକ୍ଷର କଲା l ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ଗତିବିଧି ଦ୍ରୁତ ଗତିରେ ହେବାର ସମ୍ଭାବନା ରହିଛି l
ଇସ୍ରାଏଲର ଅର୍ଥ ମନ୍ତ୍ରୀ ଅମୀର ପେରେଟଜ କହିଛନ୍ତି ଯେ ଇସ୍ରାଏଲ ଓ UAE ର ସମ୍ପର୍କ ମଜବୁତ କରିବାରେ ଅଧିକ ଆର୍ଥିକ ସମ୍ଭାବନା ଦେଖିବାକୁ ମିଳିଛି l ଅର୍ଥ ମନ୍ତ୍ରଣାଳୟ ଦ୍ୱାରା କାମ କରାଉଥିବା ଇସ୍ରାଏଲର ବିଦେଶ ବ୍ୟାପାର ପ୍ରଶାସନ ସାରା ବିଶ୍ୱରେ ୫୦ ରୁ ଅଧିକ ବ୍ୟବସାୟ କେନ୍ଦ୍ର ସଞ୍ଚାଳିତ କରିଥାଏ l ଇସ୍ରାଏଲ ଗତବର୍ଷ ମାନିଲାରେ ଗୋଟିଏ ସଖା ଖୋଲିଥିଲା l ଇସ୍ରାଏଲର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଆବୁଧାବିର କାର୍ଯ୍ୟାଳୟ ଖୋଲିବାର ସମ୍ଭାବନା ରହିଛି l UAE ରେ ଖୋଲା ହେବାକୁ ଥିବା କାର୍ଯ୍ୟାଳୟରେ ଇସ୍ରାଏଲ ଆଶା ରହିଛି ଯେ ସମ୍ବଦ୍ଧ ଭଲ ହେବ ସହିତ ବ୍ୟବସାୟ ମଧ୍ୟ ଭଲ ହେବ l ଏହା ଦ୍ୱାରା ଉପକୂଳବର୍ତ୍ତୀ ଦେଶ ମାନଙ୍କ ସହିତ ମଧ୍ୟ ବିମାନ ସମ୍ପର୍କ ମଜବୁତ ହେବ l

Comments are closed.