ରାୟଗଡା-୨୬/୩ : ମୁକାବିଲା ପାଇଁ ରାୟଗଡ଼ା ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରିଛି। ଜିଲ୍ଲାରେ କାର୍ଯ୍ୟକ୍ଷମ ୩ ବଡ଼ କମ୍ପାନି ଉତ୍କଳ ଆଲୁମିନା ଇଣ୍ଟର ନ୍ୟାସନାଲ୍, ଜେକେ କାଗଜକଳ, ଇମ୍ଫାକୁ ନୋଟିସ୍ ଜାରି କରିଛନ୍ତି ଜିଲ୍ଲାପାଳ। ସର୍ବନିମ୍ନ କର୍ମଚାରୀରେ କମ୍ପାନି ଚଲାଇବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧଶ ଦେଇଛନ୍ତି।
ଅତି ଆବଶ୍ୟକ ଥିଲେ ଘରେ ରହି କଂପାନି କାମ କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା। ଯାନବାହନ ଚଳାଚଳ ବାତିଲ୍ ପରେ ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବା କମ୍ପାନି ଗୁଡ଼ିକୁ ବନ୍ଦ ରଖିବା ନେଇ ଚାପ ପଡ଼ିଥିଲା। ଉତ୍କଳ, ଇମ୍ଫା, ଜେକେ କାଗଜ କଳରେ ସ୍ଥାୟୀ ଅସ୍ଥାୟୀ କର୍ମଚାରୀଙ୍କୁ ମିଶାଇ ୧୩ଜାରରୁ ଉର୍ଧ୍ବ ଲୋକ କାମକରୁଥିବାରୁ ପ୍ରଶାସନ ଆଜି ପଦକ୍ଷେପ ନେଇଛି। କରୋନା କଟକଣା ପରଠାରୁ ସମସ୍ତ କଂପାନି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିବା ସହ କର୍ମଚାରୀଙ୍କୁ ନିୟମିତ ଭାବେ ହାତ ଧୋଇବା, ୧ ମିଟର ଦୂରରେ ରହି କାମ କରିବା ଦିଗରେ ଗୁରୁତ୍ବାରୋପ କରିଥିଲେ। କିନ୍ତୁ ୩ଟି ସିପ୍ଟରେ ହଜାର ହଜାର ଲୋକ କାମ କରିବାକୁ ଯାଉଥିବାରୁ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ସର୍ବନିମ୍ନ କର୍ମଚାରୀରେ କାମ କରିବାକୁ ପ୍ରଶାସନ ନିର୍ଦେଶ ଦେଇଛି। ଗତକାଲି ସଂଧ୍ୟାରେ ଏ ନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା କଂପାନି କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।
ସେହିପରି ରାୟଗଡ଼ା ଜିଲ୍ଲା ସୀମାନ୍ତରେ ଥିବା ଲାଞ୍ଜିଗଡ଼ ବେଦାନ୍ତ କଂପାନିକୁ ଯିବା ପାଇଁ କେବଳ ୩ଟି ଗାଡ଼ିକୁ ହିଁ ଅନୁମତି ଦେଇଛି ପ୍ରଶାସନ। ସଂପୃକ୍ତ ଗାଡ଼ି ନଂମ୍ବର ସହ ଡ୍ରାଇଭରଙ୍କ ନାମ ନୋଟିସରେ ଉଲ୍ଲେଖ କରାଯାଇଛି।