ରାୟଗଡା : rabindra patkhandal:- କରୋନାର ମୁକାବିଲ ନିମନ୍ତେ ସାରା ରାଜ୍ୟରେ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ଜନ ସଚେତନତା ସୃଷ୍ଟି କରାଯାଇଛି । ଜିଲ୍ଲାସ୍ତରରେ ଏହି ନିୟମକୁ କିପରି କଡାକଡି ଭାବେ ପାଳନ ହେବ ସେ ନେଇ ମଧ୍ୟ ସରକାରଙ୍କ ତରଫରୁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଛି । ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏବଂ ଆରକ୍ଷୀ ଅଧିକ୍ଷକ ଡଃ ଶ୍ରବଣା ବିବେକ ଏମଙ୍କ ତରଫରୁ ଏକ ନୁଆ ବିଜ୍ଞପ୍ତି ଜାରୀ କରାହୋଇଛି । ଜିଲ୍ଲାରେ ଥିବା ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ଦୋକାନୀ, ଉଠା ଦୋକାନୀ, ବିଭିନ୍ନ ମାର୍କେଟର କର୍ମକର୍ତା, ବଣିକ ସଂଘ, ଚେମ୍ବର ଅଫ କର୍ମସ ରାୟଗଡା, ଗୁଣପରୁ ଏବଂ ସମସ୍ତ ବ୍ଲକର ବ୍ୟବସାୟ ପ୍ରତିଷ୍ଠାନ ଉପରେ ଏହି ବିଜ୍ଞପ୍ତି ଜାରୀ ହୋଇଥିଲା । ବିଜ୍ଞପ୍ତି ଅନୁଯାୟୀ ଯଦି କୌଣସି ଦୋକାନୀ, ବ୍ୟବସାୟୀ କ୍ରୟ ବିକ୍ରୟ ସମୟରେ ଗ୍ରାହକ ମାନଙ୍କ ମଧରେ ଅନୁନ୍ୟ ୧ ମିଟର ଦୂରତା ବଜାୟ ରଖିବାରେ ଅସମର୍ଥ ହୁଅନ୍ତି ତେବେ ସଂପୃକ୍ତ ଦୋକାନକୁ ସିଲ କରିବା ସହ ତାଙ୍କର ଟ୍ରେଡିଙ୍ଗ ଲାଇସେନ୍ସ ବାତିଲ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ତରଫରୁ କଡା ଚେତାବନୀ ଦିଆଯାଇଛି । ଏତି ସହ ଦୋକାନୀଙ୍କ ବିରୁଦ୍ଧରେ ଅପରାଧିକ ମାମଲ ମଧ୍ୟ ଦାୟର କରାଯିବ ବୋଲି ସୂଚନା ଦିଆଯାଇଛି । ଏଥି ସହ କରୋନା ମହାମାରୀ ପାଇଁ ଭୟଭୀତ ନ ହୋଇ ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏବଂ ଆରକ୍ଷୀ ଅଧିକ୍ଷକ ଡ଼ଃ ଶ୍ରବଣା ବିବେକ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।