Odisha news

ଗ୍ରୀନ ଜୋନରେ ରାୟଗଡା ଜିଲ୍ଲା

0

ରାୟଗଡା : ଓଡିଶାର ୨୯ ଜିଲ୍ଲାକୁ କରୋନା ମହାମାରୀ ଗ୍ରାସିଥିବା ବେଳେ ବର୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାକୁ କରୋନା ମହାମାରୀ ନିଜ ଅକ୍ତିଆରକୁ ନେଇପାରି ନାହିଁ । ଫଳର ଓଡିଶାର ଏକମାତ୍ର ରାୟଗଡା ଜିଲ୍ଲା ଗ୍ରୀନ ଜୋନରେ ଅଛି । ରାୟଗଡା ଜିଲ୍ଲାର କରୋନା ଯୋଦ୍ଧା ଜିଲ୍ଲାପାଳ ପ୍ରମୋଦ କୁମାର ବେହେର. ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣ ବିବେକ ଏମ ଏବଂ ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ.ଆର୍ତବନ୍ଧୁ ନାୟକଙ୍କ ମିଳିତ  ଉଦ୍ୟମ ଯୋଗୁଁ ରାୟଗଡା ଜିଲ୍ଲାକୁ ଗ୍ରୀନ ଜୋନ ବଜାୟ ରଖିବାରେ ସମ୍ଭବ ହୋଇଛି ।

ରାୟଗଡା ଜିଲ୍ଲା ଆନ୍ଧ୍ରପ୍ରଦେଶର ସୀମାନ୍ତ ରାଜ୍ୟ ହୋଇଥିବାରୁ ଜିଲ୍ଲାକୁ ଲାଗି ସୀମାନ୍ତ ଅଂଚଳକୁ ଗୁଡିକୁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ବିଭାଗ ତରଫରୁ ସିଲ କରି ଦିଆଯାଇଥିଲା । ଯେପରି ସୀମାନ୍ତ ଦେଇ କୌଣସି ବ୍ୟକ୍ତି ଜିଲ୍ଲା ଭିତରକୁ ନ ପଶି ଆସନ୍ତି ସେଥି ପାଇଁ ସୀମାନ୍ତ ଅଂଚଳ ଗୁଡିକରେ ୨୪ ଘଂଟିଆ ପୋଲିସ ଟିମ ସଜାଗ ରହିଥିଲେ । ଓଡିଶା-ଆନ୍ଧ୍ର ସୀମାନ୍ତ କେରେଡା ଦେଇ ହଜାର ହଜାର ସଂଖ୍ୟକ ପ୍ରବାସୀ ଶ୍ରମିକ ଫେରିଥିଲେ ।

ପ୍ରଶାସନ ତରଫରୁ କେରେଡା ଠାରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ପ୍ରବାସୀ ମାନଙ୍କ ଦେହରେ କରୋନା ଲକ୍ଷଣ ଅଛି ନାହିଁ ତାହା ସ୍କ୍ରିନିଂ ମାଧ୍ୟମରେ ଯାଂଚ କରାଯାଇଥିଲା । ବର୍ତମାନ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୫୨ ହଜାର ୧ ଶହ ୩୧ଜଣଙ୍କ  ସ୍ୱାବ ନମୁନା ପରୀକ୍ଷା କରାଯାଇ ଥିବା ବେଳେ  ସେ ଅନୁପାତରେ ରାୟଗଡ଼ା ଜିଲ୍ଲାରେ ୫ ହଜାର ୭୧ଜଣଙ୍କ ନମୁନା ପରୀକ୍ଷା ହେବାକଥା କିନ୍ତୁ  ରାୟଗଡ଼ା ଜିଲ୍ଲାରେ ୧୭ଶହ ୭୪ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ଭୂବନେଶ୍ୱର ସ୍ଥିତ ଆରଏମଆରସିକୁ ପଠାଯାଇଥିଲା । ତେବେ ସମସ୍ତ ନମୁନା ନେଗେଟିଭ ଆସିଛି ।  ଜିଲ୍ଲାରେ କୋଭିଡ଼ ପରୀକ୍ଷା କରାଯିବା ପାଇଁ ସମସ୍ତ ଯନ୍ତ୍ରପାତି ଖଞ୍ଜା ଯାଇଥିବା ସ୍ୱତେ କେତେ ଗୁଡ଼କ ଲଜିଷ୍ଟିକ ଏବଂ କିଛି ଯନ୍ତ୍ରାଶଂ ଆବଶ୍ୟକ ତେଣୁ ଆରଏମଆରସି ନିଦେ୍ର୍ଦଶକଙ୍କୁ ଅବଗତ କରାଯାଇଛି । ତାହା ଅତି ସିଘ୍ର କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଆର୍ତବନ୍ଧୁ ନାୟକ । ସୂଚନା ଦେଇଛନ୍ତି ।

Leave A Reply