ଜିଲ୍ଲା କାରାଗାରରେ କରୋନା ତାଣ୍ଡବ , କର୍ମଚାରୀଙ୍କ ସମେତ ୧୫୭ ଅନ୍ତେବାସୀଙ୍କୁ ଆକ୍ରାନ୍ତ , ଆଜି ରେକଡକଲା ଆକ୍ରାନ୍ତ ସଂଖ୍ୟା ଦିନକରେ ୪୯୫ ମୋଟ ସଂଖ୍ୟା ୪୨୧୮କୁ ଛୁଇଁଲା
ରାୟଗଡା,୨୮ ।୮(RabindraPatkhandal): ରାୟଗଡ଼ା ଜିଲ୍ଲାରେ ବିଳମ୍ବରେ ଚିହ୍ନଟ ହୋଇଥିଲା କରୋନା ଆକ୍ରାନ୍ତ କିନ୍ତୁ ଚଳିତ ମାସର ଏହି ସପ୍ତାହରେ ୧୩୯୯ ଆକ୍ରାନ୍ତ ଚିହ୍ନଟ ହୋଇଥବା ବେଳେ ସମସ୍ତ ପଜିଟିଭକୁ ମିସାଇ ସଂଖ୍ୟା ୪୨୧୮କୁ ଛୁଇଁଛି । ଜୁନ ୪ ତାରିଖରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲା ତେବେ କେବଳ ଅଗଷ୍ଟ ମାସରେ ନିଦ ହଜାଇଛି ଜିଲ୍ଲାବାସୀଙ୍କୁ । ଆଜି ଜିଲ୍ଲା କାରାଗାରରେ ୧୫୨ କଏଦୀଙ୍କ ସମେତ ୫ କର୍ମଚାରୀଙ୍କୁ କରୋନା ଆକ୍ରାନ୍ତ ହୋଇଥିବାରୁ ଏହା ଦିନକୁ ଦିନ ସଙ୍ଗିନ ରୁପ ନେବାକୁ ଯାଉଥିବା ବେଳେ ସହରରେ ଭୟର ବାତାବରଣ ଖେଳିଯାଇଛି ।
ଆଜ ଜିଲ୍ଲାର ନୂଆଁ କୋରନାର ଆକ୍ରାନ୍ତ ସଂଖ୍ୟା ଦେଖି ଲୋକଙ୍କ ମନରେ ଛନକା ପସିଛି । ତେବେ ଆଜି ଚିହ୍ନଟ ହୋଇଥିବା ସମସ୍ତ ୪୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୩୭୬ଜଣ ପୁରୁଷ ଥିବା ବେଳେ ୧୧୯ ଜଣ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୪୯୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଏଥି ସହ ୧୦ ଜଣ କରୋନା ଯୋଦ୍ଧା କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ମଧ୍ୟରୁ ରାୟଗଡା ପୌରାଞ୍ଚଳରୁ ୧୯୧ ଜଣ ଚିହ୍ନଟ ହୋଇଥିଲା । ସେ ମଧ୍ୟରୁ ୧୫୭ ଜଣ ଜିଲ୍ଲାକାରାଗାରର ବିଚାରଧିନ କଏଦୀଙ୍କ ସମେତ ୫ ଜଣ କର୍ମଚାରୀଙ୍କୁ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ କାରାଗାରରେ ସଜା କାଟୁଥିବା ଅନ୍ତେବାସୀଙ୍କ ପରିବାର ଭୟଭିତ ହୋଇଅଛନ୍ତି । ସେହିପରି ରାୟଗଡ଼ା ଗ୍ରାମାଞ୍ଚଳରୁ ୭, ଗୁଣପୁର ପୌରାଞ୍ଚଳରୁ ୬୨, ଗୁଣପୁର ଗ୍ରାମାଞ୍ଚଳ ୯୮, କାଶିପୁରରୁ ୧୮, ମୁନିଗୁଡାରୁ ୩, ଗୁଡ଼ାରୀରୁ ୩୦ ଏବଂ ବିଷମ କଟକରୁ ୮୫ ଜଣେ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨୧୫ ରେ ପଞ୍ଚିଚିଥିବା ବେଳେ ସୁସ୍ଥ ହୋଇ ୨୨୭୮ ଜଣ ଘରକୁ ଫେରିଛନ୍ତି ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨ ରେ ପହଞ୍ଚିିଛି । ୧୯୧୬ ଜଣ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ କେୟାର ସେଂଟରରେ ଚିକିତ୍ସିତ ହେଉଥିବା ସହ ଘରୋଇ ସଙ୍ଗରୋଧ ରହି ଚିକିତ୍ସିତ ହେଉଛନ୍ତି । ତେବେ ଦିନକୁ ଦିନ କରୋନା ଯୋଦ୍ଧା ସଂକ୍ରମଣର ଶୀକାର ହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୪୭୪ ଜଣ କୋରନା ଯୋଦ୍ଧା ସଂକ୍ରମଣ ଶୀକାର ହୋଇଥିବା ବେଳେ ୩୫୪ ସୁସ୍ଥ ହୋଇଛନ୍ତି ଏବଂ ୧୨୦ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ପୂର୍ବରୁ ସ୍ୱାସ୍ଥ୍ୟ ଏବଂ ପୋଲିସ ବିଭାଗର କର୍ମଚାରୀ ମାନେ କରୋନା ସଂକ୍ରମଣର ଶୀକାର ହୋଇଥିବା ବେଳେ ବର୍ତ୍ତମାନ ଅନ୍ୟ ବିଭାଗର କର୍ମଚାରୀ ମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି୍ । ବର୍ତ୍ତମାନ ଜିଲ୍ଲାରେ ଟେଷ୍ଟିଂର ପରିମାଣ ବଢା ଯାଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଚିହ୍ନଟ ହେଉଛନ୍ତି ତେଣୁ ଏଥିର କୌଣସି ପ୍ରକାର ଭୟଭୀୟ ନ ହେବାରୁ ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।
