Odisha news

ବିଜେପିର ରାୟଗଡ଼ା ଜିଲ୍ଲା କାର୍ଯ୍ୟାଳୟ ଶୁଭ ଉଦଘାଟନ

0

ରାୟଗଡା,୫ ।୮(Rabindra Patkhandal)- ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ବଶୀଂ କ୍ରିଷ୍ଣା ହୋଟଲେ ନିକଟରେ ଜିଲ୍ଲା କାର୍ଯ୍ୟାଳୟ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଆଜି ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ସମୟରେ ଜିଲ୍ଲା କାର୍ଯ୍ୟାଳୟର ଶୁଭାରମ୍ଭ ହୋଇଥିବାରୁ ସମସ୍ତଙ୍କୁ ସ୍ୱାଗତ ଓ ଧନ୍ୟବାଦ ଜଣାଇଥିଲେ ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ଶିବ ପଟ୍ଟନାୟକ ।

ଜିଲ୍ଲା କାର୍ଯ୍ୟାଳୟର ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା କାଳୀରାମ ମାଝି, ବୃନ୍ଦାବନ ସେନାପତି, ଦେବାଶିଷ ପଣ୍ଡା, ପ୍ରତାପ ପୁଆଲା, କୋଣ୍ଡା ସେନାପତି, ସନ୍ତୋଷ ଶତପଥି, ଚିତରଂଜନ ନାୟକ, ମୋଇନା ଆଚାର୍ଯ୍ୟ, ଆର୍ଚ୍ଚନା ବର୍ମା, ସୁଜାତା ରତ୍ନ,ବି.ଲକ୍ଷମି ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା କାର୍ଯ୍ୟାଳୟର ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ କର୍ମକର୍ତା ଜୁମ ଆପ ମାଧ୍ୟମରେ ଜଡିତ ହୋଇଥିଲେ ।

IEC 2 years
Leave A Reply