Odisha news

ରାୟଗଡା ଜିଲା ପ୍ରଶାସନ କୋରାନା ପାଇଁ କଟକଣା । ସମସ୍ତ ଛୁଟି ରଦ୍ଦ । ମଝିଘରିଆଣି ପୀଠରେ ମୁଣ୍ଡନ ସମୁହ ଦର୍ଶନରେ ରୋକ ଏବଂ ଦୁଇ ସଫିଙ୍ଗ ମହଲ ବନ୍ଦ

0

ରାୟଗଡା,(ସ.ବ୍ୟୁ)- କରୋନା ପାଇଁ କଟକଣା । ମୁକାବଲା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ରଦ୍ଦ କଲେ ଜିଲା ପ୍ରଶାସନ । ଦାଦନ ଫେରନ୍ତାଙ୍କ ଉପରେ ରହିବ କଡା ନଜର । ମଝିଘରିଆଣିଙ୍କ ପୀଠରେ ସମୁହ ଦର୍ଶନ ଏବଂ ମୁଣ୍ଡନ ବନ୍ଦ । ଉତ୍ସବ ସଭାସମିତି ଯାନିଯତ୍ରା ଉପରେ ରୋକ ଲଗାଇଲା ଜିଲା ପ୍ରଶାସନ ଏବଂ ସହରର ଦୁଇ ସଫିଙ୍ଗ ମହଲ ବନ୍ଦ କରାଗଲା । ସଭିଏଁ ମିଳିମିଶି ସମ୍ଭାବ୍ୟ କରୋନାର ମୁକାବଲା ପାଇଁ ଜିଲା ପ୍ରଶାସନର ଆହ୍ୱାନ । ମାଡିଆସୁଥିବା ସମ୍ଭାବ୍ୟ କରୋନକୁ ମୁକବଲା କରିବା ପାଇଁ ଜିଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ।

ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିବା କରୋନାରୁ ଓଡିଶାବାସୀ କିପରି ସୁରକ୍ଷିତ ରହିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜିଲ୍ଲାପାଳଙ୍କୁ ନିର୍ଦେଶନାମା ଜାରୀ କରିଛନ୍ତି । ଜିଲ୍ଲାର ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳ ନିଜ ନିଜ ଜିଲ୍ଲାରେ ଜିଲ୍ଲାବାସୀ କିପରି କୋରାନା ଭୂତାଣୁ ଦ୍ୱାରା ଆକ୍ରନ୍ତ ନ ହେବେ ସେଥି ପ୍ରତି ଦୃଢ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାୟଗଡ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମ ଜନଗହଳିକୁ ରୋକିବା ନିମନ୍ତେ ୧୪୪(୨) ଧାରା ଜାରୀ କରାଯାଇଥିବା ବେଳେ ରାୟଗଡା ସହରରେ ଥିବା ଦୁଇଗୋଟି ମଲକୁ ଆଜି ମାର୍ଚ୍ଚ ୩୧ ତାରିଖ ଯାଏଁ ବନ୍ଦ କରାଯାଇଛି । ସବୁ ସମ୍ପ୍ରଦାୟର ଧର୍ମଜାଜକଙ୍କୁ ନେଇ ଚାଲିଛି ତୁହାକୁ ତୁହା ବୈଠକ ।

ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ରଦ୍ଦ କରିଦିଆଯାଇଛି । ଦେଶର ସର୍ବାଧିକ ଆକ୍ରାନ୍ତ କେରଳ ରାଜ୍ୟ ସହ ରାୟଗଡା ସିଧାସଳଖ ରୋଳଯୋଗେ ଯୋଡିହୋଇଥିବାରୁ ରୋଳ ଷ୍ଟେସନ ଉପରେ କଡା ନଜର । ଉପଜିଲାପାଳଙ୍କ ଅଧ୍ୟକ୍ଷତାର ଗଠିତ ଟିମର ଷ୍ଟେସନ ପରିଦର୍ଶନ । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦେଶକ୍ରମ ପୌରନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ରାୟଗଡା ସହରସ୍ଥିତ ରିଲାଏନ୍ସ ଏବଂ ଷ୍ଟାଇଲ ବଜାର ସପିଙ୍ଗ ମଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଆଗାମୀ ନିର୍ଦେଶ ନ ଆସିବା ଯାଏଁ ମଲକୁ ବନ୍ଦ ରଖିବା ନିମନ୍ତେ ନିର୍ଦେଶନାମା ଜାରୀ କରିଛନ୍ତି । ଏଥି ସହ ରାୟଗଡା ସହରରେ ଚାଲିଥିବା ଗ୍ଲେଜ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କଂପାନୀକୁ ବନ୍ଦ କରିବା ସହ ସେଠାରେ ଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ନିଜ ନିଜ ଘରକୁ ଯିବା ପାଇଁ ପ୍ରଶାସନ ତରଫରୁ ନୋଟିସ ଜାରୀ ହୋଇଛି ।

ମନ୍ଦିର ଗୁଡିକରେ ଭକ୍ତ ମାନଙ୍କ ଭିଡ କମ କରିବା ନିମନ୍ତେ ମଧ୍ୟ ପ୍ରଶାସନ ତତ୍ପରତା ଦେଖାଇଛି । ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରରେ ଭକ୍ତ ମାନେ ମୁଣ୍ଡନ ହେବା କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଛି । ରାୟଗଡା ଜିଲ୍ଲାରେ ଥିବା ସମସ୍ତ ସରକାରୀ ଏବଂ ଘରୋଇ ସ୍କୁଲ ଗୁଡିକୁ ବନ୍ଦ ରଖାଯାଇଥିବା ବେଳେ ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷା ବାତିଲ କରାଯାଇଛି । କେବଳ ଯୁକ୍ତ ଦୁଇ ପରୀକ୍ଷା ଚାଲିବ ବୋଲି ଗଣ ଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତ ଜାରୀ କରାଯାଇଛି । ବାହାରୁ ଆସୁଥିବା ଯାତ୍ରୀ ମାନଙ୍କ ଯାଂଚ ନିମନ୍ତେ ରାୟଗଡା ରେଳ ଷ୍ଟେସନ ଠାରେ ଡାକ୍ତରୀ ଟିମ ଉପସ୍ଥିତ ରହି ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରୁଛନ୍ତି । ଏଥି ସହ ରାୟଗଡା ଜିଲ୍ଲାରେ ଥିବା ସମସ୍ତ ଗୋଷ୍ଠୀ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ କେନ୍ଦ୍ର ଗୁଡିକରେ କୋରନାର ମୁକାବିଲ କରିବା ନିମନ୍ତେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ପରିଷ୍କାର ଓ ପରିଛନ୍ନତା ରଖାଯାଉଛି ।

ରାୟଗଡ ମୁଖ୍ୟ ଚିକିତ୍ସାଳୟରେ ୫ ଶଯ୍ୟା ବିଶିଷ୍ଟ ଆଇସୋଲେଟେଡ ଓାର୍ଡର ବ୍ୟବସ୍ଥା କରାଯାଇଛି । ପୌରପାଳିକ ତରଫରୁ ସହରର ସଫେଇ କାର୍ଯ୍ୟକୁ ତ୍ୱରାନିତ କରାଯିବା ସହ କୋରନା ଭାଇରସକୁ କିପରି ମୁକାବିଲା କରାଯାଇପାରିବା ସେ ନେଇ ପ୍ରଚାର ଏବଂ ପ୍ରସାର କରାଯାଉଛି । କୌଣସି ଗୁଜବକୁ ବିଶ୍ୱାସ ନ କରି, ଗହଳିପୂର୍ଣ୍ଣ ସ୍ଥାନ କୁ ନ ଯାଇ, ସଫା ସୁତରା ରହିବା ସହ ସମୟ ବ୍ୟବଧାନ ମଧ୍ୟରେ ହାତକୁ ଭଲ ଭାବରେ ସାନିଟାଇଜେସନ, ହ୍ୟାଣ୍ଡୱାସ, ସାବୁନ ମଧ୍ୟରେ ହାତ ଧୋଇବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଆରୀକ୍ଷୀ ଅଧିକ୍ଷକ ଡଃ ଶ୍ରବଣା ବିବେକ ଏମ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅମୃିତ ଋତୁରାଜ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।

Leave A Reply