ରାୟଗଡା ଜିଲ୍ଲାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବାରୁ ଜିଲ୍ଲାକୁ ସପ୍ତାହ ପାଇଁ ଲକଡାଉନ ଘୋଷଣା କଲେ ଜିଲ୍ଲାପାଳ
ରାୟଗଡା : ଜିଲ୍ଲାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବାରୁ ପ୍ରଶାସନ ତରଫରୁ ରାୟଗଡା ଜିଲ୍ଲାକୁ ସପ୍ତାହକ ପାଇଁ ଲକଡାଉନ ଘୋଷଣା କରାଯାଇଛି । ଗୁରୁବାର ୨୪ ତାରିଖରୁ ଶୁକ୍ରବାର ୨୫ ତାରିଖ ଯାଏଁ ଲକଡାଉନ ଘୋଷଣା ହୋଇଥିବା ବେଳେ ଶନିବାର ଏବଂ ରବିବାର ଜିଲ୍ଲାରେ ସଂପୂର୍ଣ୍ଣ ଭାବେ ସଟଡାଉନ ଘୋଷଣା କରାଯାଇଛି ।
ସେହିପରି ସୋମବାରୁ ୨୭ ତାରିଖ ଠାରୁ ବୁଧବାର ୨୯ ତାରିଖ ଯାଏଁ ପୁରା ଜିଲ୍ଲାରେ ଲକଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା । କରୋନା ଆକ୍ରାନ୍ତ ଚିହ୍ନଟ ପାଇଁ ଆଜି ଠାରୁ କରୋନା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସ୍ୱାବ ନମୁନା ସଂଗ୍ରହ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀବେହେରା ସୂଚନା ଦେଇଛନ୍ତି ।
ଏହି ସଟଡାଉନ ଏବଂ ଲକଡାଉନ ସମୟେର ଅଯଥାରେ ଘର ନ ବାହାରିବା ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ନିବେଦନ କରିବା ସହ କରୋନା ମହାମାରୀର ମୁକାବିଲା କରିବା ପାଇଁ ପ୍ରଶାସନକୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଶ୍ରୀବେହେରା ନିବେଦନ କରିଛନ୍ତି । ଲକଡାଉନ ସମୟରେ ଔଷଧ ଦୋକାନ ସହ ଜରୁରୀ କାଳୀନ ସେବା ଜାରୀ ରହିବା ଏଥି ସହ ସକାଳ ୭ଟାରୁ ଦିନ ୧୧ଟା ଯାଏଁ କେବଳ ପରିବା, ଗ୍ରୋସରୀ ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟ ଦୋକାନ ଖୋଲା ରହିବ । ଜିଲ୍ଲା ପ୍ରଶାସନ ତରଫରୁ ଜାରୀ କରାଯାଇଥିବା ନିର୍ଦେଶନାମାକୁ ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ତରଫରୁ ଚେତାବନୀ ଦିଆଯାଇଛି ।
