Odisha news

ଧାର୍ଯ୍ୟ ଲକ୍ଷ୍ୟର ୯୪ ପ୍ରତିଶତ ରାଜସ୍ୱ ଆଦାୟ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ

0

ରାୟଗଡା ( Rabindra patkhandal )ରାୟଗଡ଼ା ଅବକାରୀ ବିଭାଗ ଧାର୍ଯ୍ୟ ଲକ୍ଷ୍ୟର ୯୪ ପ୍ରତିଶତ ରାଜସ୍ୱ ଆଦାୟ କରିପାରିବାରେ ସଫଳ ହୋଇଛି । ବିଭିନ୍ନ ପ୍ରକାରର ଟିକସ ଅଦାୟରେ ମଧ୍ୟରେ ୧୮ କୋଟି ଲକ୍ଷ୍ୟ ଥିବାବେଳେ ୧୬ କୋଟିରୁ ଉର୍ଦ୍ଧ ରାଜସ୍ୱ ସଂଗ୍ରହ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । କୋଭିଡ଼ ଭଳି ପ୍ରକୃତିକ ବିପର୍ଯ୍ୟୟ ସ୍ଥିତିରେ ମଧ୍ୟ ରାଜସ୍ୱ ସଂଗ୍ରହ କରିବାରେ ସଫଳ ହୋଇଛି ।

କରୋନା ଭଳି ଜାତୀୟ ବିପତି ବେଳେ ରାଜସ୍ୱ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେବେ ଜିଲ୍ଲା ଅବକାରୀ ବିଭାଗ ରାୟଗଡ଼ାର ସଫଳତା ପାଇପାରିଛି । ଲକଡାଉନର ସୁଯୋଗ ନେଇ ଜିଲ୍ଲାରେ ଦେଶୀ ମଦ କାରବାର ବୃଦ୍ଧି ପାଉଥିବା ବିଭିନ୍ନ ସୂତ୍ରରୁ ଖବର ଆସିବା ପରେ ଜିଲ୍ଲା ପ୍ରଶାସନ ଏବଂ ଅବାକୀର ବିଭାଗ ତରଫରୁ ଚୋରା ମଦ କାରବାରକୁ ରୋକିବା ପାଇଁ ନିଷ୍ପତି ହୋଇଥିଲା ।

ଅବକାରୀ ବିଭାଗ ଏବଂ ପୋଲିସ ବିଭାଗର ମିଳିତ ଆନୁକୁଲ୍ୟରେ ଆରମ୍ଭ ହୋଇଥିଲା ଅପରେସନ ଦେଶୀ ମଦ ନଷ୍ଟ ଅଭିଯାନ । ଦେଶୀ ମଦ ନଷ୍ଟ ଅଭିଯାନର ମୁଖ୍ୟ ଭୂମିକା ସାଜିଥିଲେ ଅବାକୀର ଅଧିକ୍ଷକ ଦଣ୍ଡପାଣି ବେହେରା । ବେହେରାଙ୍କ ନେତୃତ୍ୱରେ ଟିମ ଗଠନ ହୋଇ ଦେଶୀ ମଦ ପ୍ରସ୍ତୁତ ହେଉଥିବା ସ୍ଥାନ ଗୁଡିକରେ ଅତର୍କିତ ଭାବେ ଚଢଉ କରାଯାଇ ମଦ ଗୁଡିକୁ ଘଟଣା ସ୍ଥଳରେ ହିଁ ନଷ୍ଟ କରାଯାଇ ମଦ ତିଆରି ପାଇଁ ବ୍ୟବହୃତ ସାରଂଜମ ଗୁଡିକୁ ଜବତ କରାଯାଉଥିଲା ।

ଅପରେସନ ଚୋରା ମଦ ନଷ୍ଟ ଅଭିଯାନକୁ ପୁରା ସଫଳତା ମିଳିନଥିଲେ ସୁଦ୍ଧା ସଫଳତାର ଶୀର୍ଶକୁ ପହଞ୍ଝି ପାରିଛି । । ଓଡିଶା-ଆନ୍ଧ୍ର ସୀମାନ୍ତ ହେଉ ବା ଦୁର୍ଗମ ପୁଟାସିଂ ଅଞ୍ଚଳ ସବୁ କ୍ଷେତ୍ରରେ ପହଞ୍ଚିଥିଲେ ଅବାକରୀ ବିଭାଗର କର୍ମଚାରୀ ମାନେ । ଅବକାରୀ ବିଭାଗର କର୍ମଚାରୀ ମାନଙ୍କ ଅତର୍କିତ ଚଢଉରେ ଛତ୍ର ଭଙ୍ଗ ଦେଇଥିଲେ ମଦ ମାଫିଆ ମାନେ । ତଥାପି ଚଳିତ ବର୍ଷ ଅବକାରୀ ବିଭାଗ ତରଫରୁ ୨୦୧୯ -୨୦ ଆର୍ଥିକ ବର୍ଷ ପାଇଁ ୧୮ କୋଟି ଟଙ୍କାର ରେଭେନ୍ୟୁ ପାଇଁ ଟାଗର୍ଟେ ଦିଆଯାଇଥିବା ବେଲେ ବିଭାଗ ତରଫରୁ ୯୩.୯୦ ପ୍ରତିଶତରେ ୧୬ କୋଟି ୯୦ ଲକ୍ଷ ୩୩ ହଜାର ୭୧୭ ଟଙ୍କା ସଂଗ୍ରହ କରାଯାଇଥିଲା ।

ଏଥି ସହ କୋଭିଡ ଟିକସ ବାବଦରେ ବିଭାଗ ତରଫରୁ ଜୁନ ମାସ ସୁଦ୍ଧା ୨ କୋଟି ୪୦ ଲକ୍ଷ ଟଙ୍କା ଆଦାୟ କରାଯାଇଥିଲା । ମାର୍ଚ୍ଚ ୨୩ ଠାରୁ ୩୦ ଜୁନ ସୁଦ୍ଧା ବେଆଇନ ଭାବେ ନିଶା କାରବାରରେ ସଂପୃକ୍ତ ଥିବା ୧୪୧ ଜଣଙ୍କୁ ଗିରଫ କରିବାସହ ୨୮୫ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇଛି । ସେହିପରି ବିଭାଗ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୭ ହଜାର ୯୬ ଲିଟର ଦେଶୀ ମଦକୁ ନଷ୍ଟ କରାଯାଇଥିବା ବେଳେ ମଦ ନିର୍ମାଣ ପାଇଁ ବ୍ୟବହୃତ ହେଉଥିବା ୧ ଲକ୍ଷ ୫ ହଜାର ୫୦୫ ଲିଟର ପୋଚକୁ ମଧ୍ୟ ନଷ୍ଟ କରାଯାଇଛି । ଚଢଉ ସମୟରେ ମଦ ମାଫିଆ ମାନେ ବ୍ୟବହାର କରୁଥିବା ୨୩ଟି ମଟର ବାଇକ ସହ ୩ଟି ସାଇକେଲ୍ ମଧ୍ୟ ଜବତ କରାଯାଇଛି ।

Leave A Reply