ରାୟଗଡା : ଆନ୍ଧ୍ର ଷ୍ଟ୍ରେନ୍ ଏବଂ ଲକ ଡାଉନ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ଓଡିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳକୁ ସିଲ କରିଦିଆ ଯାଇଛି । ଉଭୟ ରାଜ୍ୟର କୌଣସି ନାଗରିକୁ ସୀମା ପାର କରି ଯିବା ପାଇଁ ଅନୁମତି ପ୍ରଦାନ କରାଯାଉ ନାହିଁ । ଏଥି ନିମନ୍ତେ ସୀମାନ୍ତ ଅଚଂଳରେ ଓଡିଶା ପୋଲିସ ସହ ସିଆରପିଏଫ ଯବାନ ମାନେ ମୁତୟନ ହୋଇଛନ୍ତି । କରୋନାର ଦ୍ୱିତୀୟ ଲହରୀ ସମସ୍ତଙ୍କ ପାଇଁ ଘାତକ ସାଜିଥିବା ବେଳେ ବର୍ତମାନ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଚିହ୍ନଟ ହୋଇଥିବା କରୋନାର ନୂଆ ପ୍ରକାର ଭୂତାଣୁ ୧୫ ଗୁଣା ଅଧିକ ଘାତକ ବୋଲି ଜଣାପଡିଛି । ଏ ନେଇ ଓଡିଶା ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ତରଫରୁ ପତ୍ରସଂଖ୍ୟା ୨୩୮୦ ତା ୦୪.୦୫.୨୦୨୧ ଅନୁଯାୟୀ ନୂତନ ଗାଇଡ ଲାଇନ ଆନ୍ଧ୍ରପ୍ରଦେଶ ସୀମାନ୍ତ ଜିଲ୍ଲା ଗୁଡିକ ପାଇଁ ଲାଗୁ କରାଯାଇଛି । ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସୀମାନ୍ତବର୍ତୀ ବ୍ଲକ ଗୁଡିକରେ ଜାରୀ କରାଯାଇଥିବା ନୂତନ ନିର୍ଦେଶନାମାକୁ କଡାକଡି ଭାବେ ପାଳନ କରିବା ଆଦେଶ ଜାରୀ କରିଛନ୍ତି । ଆନ୍ଧ୍ରପ୍ରଦେଶକୁ ଲାଗି ରହିଥିବା ରାୟଗଡା ଜିଲ୍ଲାର ୪ ଗୋଟି ବ୍ଲକ ରାୟଗଡା ସଦର ବ୍ଲକ, ଗୁଣପୁର, ରାମନାଗୁଡା ଓ କୋଲନରା ବ୍ଲକରେ ୧୫ ଗୋଟି ଚେକ୍ ପୋଷ୍ଟ କରାଯାଇଛି । ବିଶେଷ କରି ଆନ୍ଧ୍ରପ୍ରଦେଶ ସୀମାନ୍ତ କେରେଡା ଠାରେ ଯାଂଚ ପକ୍ରିୟାକୁ କଡାକଡି କରାଯାଇଛି । କେରେଡା ଦେଇ ଆନ୍ଧ୍ରପ୍ରଦେଶରୁ ଦୈନିକ ଶହ ଶହ ସଂଖ୍ୟକ ଯାନବାହାନ ଆସୁଥିବାରୁ, ସେହି ଦୃଷ୍ଟିରୁ ଏଠାରେ ଯାଂଚ ପକ୍ରିୟାକୁ କଡାକଡି କରାଯାଇଛି । ରାୟଗଡା ବ୍ଲକର ମିରାବାଲି ପଂଚାୟତ ଅନ୍ତର୍ଗତ ସାନ ସାନ୍ଧୁବାଡି, ବୈରାଗିହାଲୁଆ ପଂଚାୟତ ଅନ୍ତର୍ଗତ ସାନ ଲାକୁଟି, ଗାଜିଗାଁ ପଂଚାୟତ ଅନ୍ତର୍ଗତ ଜାଙ୍ଗେସୁ, ମିରାବାଲି ପଂଚାୟତ ଅନ୍ତର୍ଗତ ରେଙ୍ଗାଲପାଡୁ, କେରେଡା ପଂତାୟତ ଅନ୍ତର୍ଗତ ଏମ୍ଫଲାବାଲସା ଠାରେ ପ୍ରଶାସନ ତରଫରୁ ବୋର୍ଡର ଚେକ୍ ପୋଷ୍ଟ କରାଯାଇଛି । ସେହିପରି ଗୁଣପୁର ବ୍ଲକ ଅନ୍ତର୍ଗତ ଗୋଠଳପଦର ଓ ସିଙ୍ଗୁପାଇ ବ୍ୟତୀତ ଜଗନ୍ନାଥପୁର ପଂଚାୟତ ଅନ୍ତର୍ଗତ ଜାଗିଲିସାହି, ଗୋଠଳପଦର ପଂଚାୟତ ଅନ୍ତର୍ଗତ ଜାଗିରିଗୁଡା, ମୋରମା ପଂଚାୟତ ଅନ୍ତର୍ଗତ ଜାଗିରିଗୁଡା, କତାଗୁଡା ଓ ଗୁମ୍ମାଗୁଡା ଠାରେ ବୋର୍ଡରେ ମଧ୍ୟ ଚେକ୍ ପୋଷ୍ଟ କରାଯାଇଛି । ରାମନାଗୁଡା ବ୍ଲକର କାଟିକି ଚେକିଂ ପଇଁଟକୁ ସୁଲୁଡିକୁ ସ୍ଥାନାନ୍ତର କରାଯାଇଥିବା ବେଳେ ନୂତନ ଭାବେ ଅଡୁଗୁଡା ପଂଚାୟତ ଅନ୍ତର୍ଗତ ଅଡମାଗୁଡା ଗ୍ରାମ ଠାରେ ବୋର୍ଡର ଚେକ୍ ପୋଷ୍ଟ ଖୋଲାଯାଇଛି । ଠିକ୍ ସେହିପରୁ କୋଲନାର ବ୍ଲକ ରେଖାପଦର ଗ୍ରାମପଂଚାୟତ ଅନ୍ତର୍ଗତ ଲୋହରାଗୁଡି ଠାରେ ପ୍ରଶାସନ ତରଫରୁ ବୋର୍ଡର ଚେକିଂ ପୋଷ୍ଟ ଖୋଲାଯାଇଛି । ପଡୋଶୀ ଆନ୍ଧ୍ରପ୍ରଦେଶ ଓ ତେଲାଙ୍ଗାନରୁ ଓଡିଶା ଆସୁଥିବା ପ୍ରବାସୀ ମାନଙ୍କୁ ବାଧ୍ୟତାମୂଳକ ଭାବେ ୧୪ ଦିନ ସଙ୍ଗରୋଧରେ ରଖାଯିବ । ଯେଉଁ ପ୍ରବାସୀ ମାନେ କୋରନାର ଦୁଇଟି ଡୋଜ ନେଇଥିବା ଓ ୪୮ ଘଂଟା ପୂର୍ବରୁ ଆରଟିପିସିଆର ଟେଷ୍ଟିଂ କରିଥିବେ ସେମାନଙ୍କୁ ୭ ଦିନ ପାଇଁ ସଙ୍ଗରୋଧ କେନ୍ଦ୍ର କିମ୍ବା ଗୃହ ସଙ୍ଗରୋଧରେ ରହିବା ପାଇଁ ନିର୍ଦେଶନାମା ଜାରୀ କରାଯାଇଛି ।
