Odisha news

ରାୟଗଡା ଜିଲ୍ଲାରେ ପୁଣି ୨୪ କୋରନା ଆକ୍ରାନ୍ତ ଚିହ୍ନଟ : କୋରନା ଆକ୍ରାନ୍ତ ସଂଖ୍ୟା ୧୬୫କୁ ଛୁଇଁଲା

0

ରାୟଗଡା,୧୪ ।୭(Rabindra patkhandal)-: ରାୟଗଡା ଜିଲ୍ଲାରେ ପୁଣି ୨୪ କୋରନା ଆକ୍ରାନ୍ତ ଚିହ୍ନଟ ପରେ ମୋଟ ସଂଖ୍ୟା ୧୬୫କୁ ଛୁଇଁଲା । ଚିହ୍ନଟଙ୍କ ମଧ୍ୟରେ ୧୮ ଜଣ ପୁରୁଷ, ୫ ଜଣ ମହିଳା ଥିବା ବେଳେ ଜଣେ ୬ ବର୍ଷିୟା ଶିଶୁ କନ୍ୟା ଥିବା ଜଣାପଡିଛି । ୨୪ ଜଣଙ୍କ ମଧ୍ୟରୁ ରାୟଗଡା ପୌରାଞ୍ଚଳରୁ ୧୪ ଜଣ ଏବଂ ଜଣେ ରାୟଗଡା ସହରସ୍ଥିତ ଆମ୍ବାଗୁଡା ଗ୍ରାମାଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିପରି ଗୁଣପୁର ଉପଖଣ୍ଡରୁ ୯ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁଣପୁର ପୌରାଞ୍ଚଳରୁ ୩ ଜଣ, ହଟସ୍ପଟ ସିରିଝୋଲି ଗ୍ରାମରୁ ୫ ଜଣ ଏବଂ କୁଜେନ୍ଦ୍ରରୁ ଜଣେ ଚିହ୍ନଟ ହୋଇଛନ୍ତି । ୨୪ ଜଣଙ୍କ ମଧ୍ୟରୁ ୧୨ ଜଣ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ବାଙ୍ଗୋଲରରୁ ଆସିଥିବା ବେଳେ ୩ ଜଣଙ୍କ ମଧ୍ୟରୁ ଓଡିଶା ଗଂଜାମରୁ ୨ ଜଣ ଏବଂ ଭଦ୍ରକରୁ ଜଣେ ଆସିଥିବା ନେଇ ଜିଲ୍ଲାପାଳ ଶ୍ରୀପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି । ଫେରନ୍ତା ୧୨ ଜଣ ଘରୋଇ ସଙ୍ଗରୋଧରେ ରହିଥିଲେ ।

ରାୟଗଡା ପୌରଞ୍ଚଳରୁ ଚିହ୍ନଟ ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ଜଣେ ଡିଆରଡିଏ ଅଫିସ କଲୋନୀରୁ, ଜଣେ ସେକ୍ରେଡ ହାର୍ଟ ସ୍କୁଲ ନିକଟରୁ, ସୁବାଷ ନଗର ୬ଷ୍ଠ ଲାଇନରୁ ଜଣେ, ଗାୟତ୍ରୀ ନଗର ୨ଲାଇନରୁ ଜଣେ, ଇନ୍ଦିରା ନଗର୬ଲାଇନରୁ ଜଣେ, ନେହୁରୁ ନଗର ତୃତୀୟ ଲାଇନରୁ ୩ଜଣ, ରଇତ କଲୋନୀରୁ ଜଣେ, ଆମ୍ବାଗୁଡା ହରିଜନ ସାହିରୁ ଜଣେ, ପାଇକ ସାହିରୁ ଜଣେ, ସୁଣ୍ଢି ସାହିରୁ ଜଣେ, ସାଇ ପ୍ରିୟା ନଗରରୁ ଜଣେ, ଦେବଦଳାରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଗୁଣପରୁ ଉପଖଣ୍ଡ ପୌରାଚଂଳରୁ ସାଇ ନଗରରୁ ଜଣେ, ଶାନ୍ତି ନଗରରୁ ଜଣେ, ବାଣିଶ୍ରୀ ବିହାରରୁ ଜଣେ, ସିରିଝୋଲି ପଞ୍ଚାୟତ ଅନ୍ତର୍ଗତ ଚିନ୍ତାଲିଗୁଡା ଗ୍ରାମରୁ ୩ ଜଣ,ସିରିଝୋଲି ଗ୍ରାମରୁ ୨ ଜଣ ଏବଂ ରାମନାଗୁଡା ବ୍ଲକ ଅନ୍ତର୍ଗତ କୁଜେନ୍ଦ୍ର ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି ।

ଆକ୍ରାନ୍ତ ମାନଙ୍କୁ ଗୁଣପୁର କୋଭିଡ କେୟାର ସେଂଟର, ବିଷମକଟକ କୋଭିଡ କେୟାର ସେଂଟର ଏବଂ ଜେକେପୁର ସ୍ଥିତ କୋଭିଡ ହେଲଥ ସେଣ୍ଟରରେ ଚିକିତ୍ସା କରାଯାଉଛି । ଇର୍ତ୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାରୁ ୧୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇ୧୨୩ ଜଣ ଘରକୁ ଫେରିଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଛନ୍ତି । ଏଥିସହ ରାୟଗଡା ଜିଲ୍ଲାପାଳ ଶ୍ରୀବେହେରା ସରକାରଙ୍କ ତରଫରୁ ଜାରୀ କରାଯାଇଥିବା କୋଭିଡ ୧୯ ନିୟମକୁ କଡାକଡି ଭାବେ ମାନିବା ସହ ସାମାଜିକ ଦୂରତା ବଜାୟ ରଖିବା ଏବଂ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହ ନିୟମିତ ବ୍ୟବଧାନରେ ହାତ ସଫା କରିବା ପାଇଁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।

Leave A Reply