Odisha news

ଉପ-କାରାଗାରକୁ ଉକ୍ରଳ ଆଲୁମିନା ପକ୍ଷରୁ ଆମ୍ବୁଲାନ୍ସ ପ୍ରଦାନ

0

ରାୟଗଡା,୪ ।୩ :  ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜର ଏକ ୟୁନିଟ୍‌ ଉକ୍ରଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ, ଦୋରାଗୁଡ଼ା ତାହାର ପାରିପାଶ୍ୱର୍ିକ ବିକାଶ ପ୍ରୟାସ ଏବଂ କୋଭିଡ୧୯ ମହାମାରୀ ପରିପ୍ରେକ୍ଷୀରେ ରାୟଗଡା ଜିଲା ସ୍ୱାସ୍ଥ୍ୟବିଭାଗକୁ ସମର୍ଥନ କରିବା ଲକ୍ଷ୍ୟରେ ରାୟଗଡା ଉପ-କାରାଗାର ଅନ୍ତେବାସୀଙ୍କ ବ୍ୟବହାର ନିମନ୍ତେ ଏକ ଆମ୍ବୁଲାନ୍ସ ପ୍ରଦାନ କରିଛି । ଏହି ଉପଲକ୍ଷେ ଚଳିତ ମାସ ୧ତାରିଖ ଦିନ ରାୟଗଡା ଉପ-କାରାଗାର ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରାୟଗଡା ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ସରୋଜ କୁମାର ମିଶ୍ର ଏଥିରେ ମୁଖ୍ୟ ଅତିଥି ଏବଂ ରାୟଗଡା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଉକ୍ରଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡର ୟୁନିଟ ହେଡ୍‌ ମଜହର୍‌ ବେଗ୍‌୍‌ଙ୍କ ସହିତ ଜେଲ୍‌ ଅନ୍ତେବାସୀଙ୍କ ପାଇଁ ଆମ୍ବୁଲାନ୍ସ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କୋରାପୁଟ ଜେଲ୍‌ ମଣ୍ଡଳ ଅଧୀକ୍ଷକ ବିରେନ୍ଦ୍ର ନାଥ ମହାଲିକ, ରାୟଗଡା ଉପ-କାରାଗାର ଅଧୀକ୍ଷକ ଲକ୍ଷ୍ମୀଧର ମୁର୍ମୁ, ଉକ୍ରଳ ଆଲୁମିନା ସିଏସଆର, ଆର ଆଣ୍ଡ ଆର, ଲ୍ୟାଣ୍ଡ ଓ ଲିଆସନ୍‌ ହେଡ୍‌ ଶ୍ରୀ ଶିବଶଙ୍କର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବେଗ୍‌ ଆମ୍ବଲାନ୍ସ ଚାବି ରାୟଗଡା ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟଙ୍କୁ ହସ୍ତାନ୍ତର କରିଥିଲେ । ଏହି ମହତ୍‌ ପ୍ରୟାସ ପାଇଁ ଉକ୍ରଳ ଆଲୁମିନାକୁ ପ୍ରଶଂସା କରି ରାୟଗଡା ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ସରୋଜ କୁମାର ମିଶ୍ର କହିଥିଲେ, ଏକ ଆମ୍ବୁଲାନ୍ସ ଯୋଗାଇଦେଇ ଉକ୍ରଳ ଆଲୁମିନାର ଏହିଭଳି ସମର୍ଥନ ଜେଲ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟଯନô ସେବାକୁ ସୁଦୃଢ କରିବ । ଏହି ଅବସରରେ ଉକ୍ରଳ ଆଲୁମିନା ୟୁନିଟ୍‌ ହେଡ ମଜହର ବେଗ୍‌ କହିଥିଲେ । ରାୟଗଡା ଜିଲାର ସାମଗ୍ରିକ ବିକାଶ ପାଇଁ ଆମେ ପ୍ରତିବଦ୍ଧ । ଉକ୍ରଳ ଆଲୁମିନାର ମ୍ୟାନେଜର- ଲିଆସନ୍‌ ଏବଂ କୋଅର୍ଡିନେସନ ପିତାମ୍ବର ବେହେରା କାର୍ଯ୍ୟକ୍ରମକୁ ଉପ-କାରାଗାର ଅଧିକାରୀଙ୍କ ସହିତ ମିଶି ସଂଯୋଜନା କରିଥିଲେ ।

Leave A Reply