Odisha news

ତୃତୀୟ ପର୍ଯ୍ୟାୟ ଧାନ କିଣିବା ପାଇଁ ସରକାର ପକ୍ଷରୁ ସରକାରଙ୍କୁ ଦାବି

0

ରାୟଗଡା ୨୮/୧ : ରାୟଗଡା ଜିଲ୍ଲାର ଭାତ ହାଣ୍ଡି କହୁଥିବା ପଦ୍ମପୁରରେ  ଚାଷୀଙ୍କ ଧାନ ମଣ୍ଡିରେ ପଡି ରହିଛି। ସରକାର ଦାବି କରୁଛି ସରକାରଙ୍କୁ ତୃତୀୟ ପର୍ଯ୍ୟାୟରେ ଧାନ କିଣାଯାଉ। ଗୁଣୁପୁର ଉପଖଣ୍ଡ ପଦ୍ମପୁର ଧାନମଣ୍ଡିରେ ପ୍ରଥମ ପର୍ଯ୍ୟୟ ଟାର୍ଗେଟସରିବା ପରେ ଧାନ କିଣା କିଛିଦିନ ବନ୍ଦରହିଥିଲା। ଫଳରେ ଚାଷୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇ ଶୀତକାକକାରରେ ନିଜ ଧାନକୁ ଜଗିରହୁଥିବା ଦେଖିବାକୁ ମିଳିଥିଲା। ମଣ୍ଡିରୁ ଧାନ କିଣା ବନ୍ଦଖବର  ଶୁଣିବା ପରେ ସରକାରୀ ଦଳର ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ବିଜୁସ୍ବସ୍ଥ୍ୟକଲ୍ୟାଣ ଉପଦେଷ୍ଟା ତଥା ଜିଲ୍ଲା ବିଜୁ ଜନତା ଦଳର ସଭାପତି ସୁଧିର କୁମାର ଦାସ, ବ୍ଲକ ଅଧକ୍ଷ ରମାକାନ୍ତ ମାଝିଙ୍କ ନେତୃତ୍ବରେ ଆଖୁସିଂ,ଇନ୍ଦୁପୁର,ପଦ୍ମପୁର ଅଞ୍ଚଳର ଏକ ଚାଷୀ ଟିମ ଯାଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ଆଲୋଚନା ପରେ ଦ୍ବିତୀୟ ପର୍ଯ୍ୟୟରେ ୨୩ହଜାର କ୍ବୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଦେଇଥିଲେ।କିନ୍ତୁ ଏହି ଦ୍ବିତୀୟ ପର୍ଯ୍ୟୟରେ ଆସିଥିବା ଟାର୍ଗେଟ ପର୍ଯ୍ୟାପ୍ତ ନୁହେଁ ବୋଲି ଏଠାକାର ଚାଷୀ ମାନେ କହିଛନ୍ତି। ଇନ୍ଦୁପୁର ଧାନମଣ୍ଡିରେ ପାଖାପାଖି୪ହଜାର ଧାନ ବସ୍ତା ପଡିଥିବାବେଳେ ଖିଲାମୁଣ୍ଡା ଧାନମଣ୍ଡିରେ ୯ହଜାର ବସ୍ତା,ଆଖୁସିଙ୍ଗ ଠାରେ ମଧ୍ୟ ୪ହଜାରବସ୍ତା ସେହିପରି ଗୋଡିଆବନ୍ଧ ଧାନ ମଣ୍ଡିରେ ୨ହଜାର ଧାନବସ୍ତା ଗଛ୍ଛିତ ଥିବା ଜଣା ପଡିଛି।ପୁଣି ଅନେକ ଚାଷୀଙ୍କ ଟୋକେନ ଡେଟ ଗୁଡୁଥିବା ବେଳେ ଖଳାରେ ରାସ୍ତାକଡରେ ମଧ୍ୟ ଧାନ ରଖିଥିବା ଦେଖିବାକୁ ମିଳିଛି। ଏପଟେ ପଦ୍ମପୁର ବ୍ଲକର ବିଭିନ୍ନ ଧାନମଣ୍ଡି ଗୁଡିକ ଜିଲ୍ଲା ଯୋଗଣ ଅଧିକାରୀ ଗ୍ରସ୍ତକରି ବୁଲି ଦେଖିଥିଲେ। ଏହି ସମୟରେ ପଦ୍ମପୁର ଯୋଗାଣ ଅଧିକାରୀ ଏବଂ ଲ୍ୟାମ୍ଫ କତ୍ତୃପକ୍ଷ ଉପସ୍ଥିତ ରହିଥିଲେ।ଏଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ପୁଣିଥରେ ତୃତୀୟ ପର୍ଯ୍ୟୟ ଟାର୍ଗେଟ ଦେଇ ସମସ୍ତ ଚାଷୀଙ୍କ ଧାନ କିଣିବାକୁ ଚାଷୀମାନେର ଦାବି କରୁଛନ୍ତି।

Leave A Reply