Odisha news

ପୋଙ୍ଗାଲକୁ ନେଇ ଚଳଚଞ୍ଚଳ ରାୟଗଡ଼ା ସହର

0

ରାୟଗଡା,୧୩ ।୧ :  -ଦକ୍ଷିଣ ଭାରତର ପ୍ରମୁଖ ଓ ଶ୍ରେଷ୍ଠପର୍ବ ପୋଙ୍ଗଲ ଅଟେ । ଆମ ଜିଲ୍ଲା ରାୟଗଡ଼ା ଆନ୍ଧ୍ର ପ୍ରଦେଶର ସୀମାନ୍ତରେ ଅବସ୍ଥିତ । ସାଧାରଣତଃ ଏଠାରେ ତେଲୁଗୁ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି । ଏମାନଙ୍କ ମୁଖ୍ୟ ଜୀବିକା ବାଣିଜ୍ୟ । ବର୍ତ୍ତମାନ ସମ୍ପୂର୍ଣ ଜିଲ୍ଳାର ତେଲୁଗୁ ସମ୍ପ୍ରଦାୟ ମଧ୍ୟରେ ପୋଙ୍ଗାଲକୁ ନେଇ ଚଳଚଞ୍ଚଳ ରାୟଗଡ଼ା ଏବଂ ଆଖପାଖ ଅଞ୍ଚଳ । ଜିଲ୍ଲାଟି ଆନ୍ଧ୍ର ସିମାନ୍ତରେ ରହୁଥିବାରୁ ତେଲୁଗୁ ସମ୍ପ୍ରଦାୟର ଛାପା ବେଶ ଅନୁଭୁତ ହେଉଛି । ରାୟଗଡ଼ା ଓ ଗୁଣୁପୁର ଅଞ୍ଚଳରେ ପାଳନ କରାଯାଉଛି ମକର ସଂକ୍ରାନ୍ତି ବା ପୋଙ୍ଗଲ । ଏହି ପର୍ବ ହିନ୍ଦୁ ଧର୍ମର ଏକ ପ୍ରମୁଖ ଗଣପର୍ବ, ଏହି ପର୍ବକୁ ଓଡ଼ିଶାରେ ମକର ସଂକ୍ରାନ୍ତି, ଆନ୍ଧ୍ରପ୍ରଦେଶରେ ପୋଙ୍ଗଲ ଓ ହରିୟାଣା ଓ ପଞ୍ଜାବରେ ଲହଡି ଓ ଉତ୍ତରାୟଣ ପର୍ବ ନାମରେ ପରିଚିତ । ରାୟଗଡ଼ା ଜିଲ୍ଲାଟି ଆନ୍ଧ୍ର ସିମାନ୍ତରେ ରହୁଥିବାରୁ ତେଲୁଗୁ ସମ୍ପ୍ରଦାୟର ଛାପା ବେଶ ଅନୁଭୁତ ହେଉଛି ଗାଁ ଠାରୁ ସହର ଭାଇଚାରାର ପର୍ବ । ସେ ପୋଙ୍ଗାଲ ହେଉ କି ଉଗାଦି ସବୁଠି ଆନ୍ଧ୍ର ସଂସ୍କୃତି ବେସ ବାରିହୋଇପଡ଼ୁଛି । ସେଇଥିପାଇଁ ଏଠି ସମସ୍ତ ଭାଷା ଭାଷୀ ମିଳିମିଶି ପୋଙ୍ଗଲକୁ ବେଶ ଉତ୍ସାହ ଉଦିପନା ସହିତ ପାଳନ କରିଥାନ୍ତି । କେବଳ ତେଲୁଗୁ ସମ୍ପ୍ରଦାୟ ନୁହଁ ଏଠାରେ ବସବାସ କରୁଥିବା ଆଦିବାସି ସମ୍ପ୍ରଦାୟ ମଧ୍ୟ ଏହି ପର୍ବକୁ ଜାକଜମକରେ ପାଳନ କରିଥାନ୍ତି । ଗତ ରାତିଠାରୁ ଆରମ୍ଭ ହୋଇଯାଇଛି ଏହିପର୍ବ ସ୍ଥାନୀୟ ଭେଂକେଟେଶ୍ୱର କଲ୍ୟାଣ ମଣ୍ଡପଠାରେ କଳିଙ୍ଗବୈଶ୍ୟ ସଂଘତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ତେଲୁଗୁ ସମ୍ପ୍ରଦାୟର ପୁରୁଷ ଏବଂ ମହିଳାମାନେ ପାରମ୍ପରିକ ପୋଷାକ ପରିଧାନକରି ଗିଈ ଗୋବରରୁ ତିଆରି ପିଡିକାରେ ଅଗ୍ନି ସଂଯୋଗ କରି ଭୋଗି ଜାଳନ୍ତି ଯେଉଁଥିରେ ପୂଜା ପାଠ ଓ ବିଧିବିଧାନ ଅନୁସାରେ ସଜାଡି ଯାଇଥିବା କାଠରେ ଅଗ୍ନି ସଂଯୋଗ କରିବା ସହ ସେହି ଚତୁପାର୍ଶ୍ୱରେ ରଙ୍ଗ ବିରଙ୍ଗ ମୁରୁଜରେ ଝୋଟି ରୋଙ୍ଗଲି ଆଙ୍କି ଥିବା ଦେଖିବାକୁ ମିଳେ । ଏହି ପର୍ବ ପାଳନ ଖୁସିରେ ଉପସ୍ଥିତ ଜନ ସାଧାରଣଙ୍କୁ ମିଠା ବାଣ୍ଟିବା ସହ ଜଳଖିଆ ତିଆରି କରି ଦିଆଯାଇଥାଏ । ମକର ସଂକ୍ରାନ୍ତି ପର୍ବ ଦିନ ନିଜ ନିଜର ପିତୃଲୋକଙ୍କ ସଦଗତି ନିମନ୍ତେ ପୂଜା ପାଠ କରିବା ସହ ପରିବାରର ସମସ୍ତ ବ୍ୟକ୍ତି ନୂତନ ବସ୍ତ୍ର ପରିଧାନ କରନ୍ତି ଓ ବନ୍ଧୁବର୍ଗଙ୍କୁ ନୂତନ ବସ୍ତ୍ର ଉପହାର ରୂପରେ ଦିଅନ୍ତି । ଏହି ଉତ୍ସବକୁ ତିନିଦିନ ଧରି ପାଳନ କରନ୍ତି । ଏହି ଉତ୍ସବ ପ୍ରଥମ ଦିନ ଭୋଗି, ପରେ କାଡୁମୁ ଏବଂ ଶେଷରେ ନାକାକାଡୁମୁ ଭାବେ ପାଳନ କରାଯାଏ ବୋଲି କହିଛନ୍ତି କଳିଙ୍ଗବୈଶ୍ୟ ସଂଙ୍ଘର ଅଧକ୍ଷ ଡ଼ି.ଭି.ରାଓ । ସେହିଭଳି ସହରର ମୁଖ୍ୟ ରାସ୍ତାରେ ମଧ୍ୟ ମା ଅଗ୍ନିଗଙ୍ଗମା କମିଟି ତରଫରୁ ଭୋଗି କର୍ଯ୍ୟକ୍ରମକୁ ସେହ ଅଂଚଳର ତେଲୁଗୁ ସମ୍ପ୍ରଦାୟର ଲୋକେ ଭୋଜିଭାତର ଆୟଜନ କରି ପଙ୍ଗାଲ ପାଳନ କରିଛନ୍ତି । ସହର ତଥା ଜିଲ୍ଲାରେ ଏହିଭୋଗି କାର୍ଯ୍ୟକ୍ରମ ବହୁମାତ୍ରା ଦେଖିବାକୁ ମିଳିଥିବାବେଳେ ବିଶେଷକରି କଂଗ୍ରେସ ଭବନ ଗୋଳି, ରାମକୃଷ୍ନ ନଗର, ନୂଆ ବସ୍ ଷ୍ଟାଣ୍ଡ ଭଳି ଅନେକ ସ୍ଥାନରେ ଭୋଗି ପାଳନ କରିଥିଲେ, ଭୋର ସକାଳୁ ଭୋଗିନିଆଁରେ ହଳଦୀ, ଝୁଣା ,ମହୁ ଭଳି ବିଭିର୍ଣ୍ଣ ପ୍ରକାର ଔଷଧୀୟ ସାମଗ୍ରୀ ପକାଇ ଭୋଗି ନିଆଁରେ ପାଣିଗରମକରି ସ୍ନାନକରିବା ଦ୍ୱାରା ଚର୍ମ ରୋଗ,ପାପ କ୍ଷୟ ହେବା ବିଶ୍ୱାସ ରହି ଆସିଥିବାରୁ ସେହି ଗରମ ପାଣିରେ ତେଲୁଗୁ ସମ୍ପ୍ରଦାୟ ଲୋକେ ସ୍ନାନ କରୁଥିବା ସତ୍ୟସାଇ ସେବା ସମିତି ସଦସ୍ୟ ତଥା ବରିଷ୍ଠ ନାଗରିକ ଶ୍ରୀସତ୍ୟନାରାୟଣ ପ୍ରକାଶ କରିଛନ୍ତି ।ତୃତୀୟ ତଥା ଶେଷ ଦିନ କାଡୁମୁରେ ଗୋମାତା ତଥା ଗାଇଗୋରୁଙ୍କୁ ସୁଖାଦ୍ୟ ଦିଆଯାଇ ପୁଜାଅର୍ଚନା ସାଙ୍ଗକୁ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ । ଶେଷ ଦିନ ପରିବାରର ଝିଅଜ୍ୱାଇଁଙ୍କୁ ନିମନ୍ତ୍ରଣ କରି ଭୋଜି ଭାତ ସହିତ ଆମିଶ ଭୋଜନକୁ ପ୍ରାଧାନ୍ୟ ଦିଆଯାଇ ଏହି ଭାଇଚାରାର ପର୍ବ ପାଳନ କରିଥାନ୍ତି ।

Nalco
Leave A Reply