Odisha news

କୁଳମଣି ବଳାରଙ୍କ ହତ୍ୟାକୁ ନେଇ ରାୟଗଡ଼ାରେ ବିଜେପିର ବିକ୍ଷୋଭ

0

ରାୟଗଡା,୫ ।୧ : ମହଙ୍ଗା ବ୍ଲକର ପୂର୍ବତନ ଚେୟାରମ୍ୟାନ ତଥା ବରିଷ୍ଠ ବିଜେପି କର୍ମୀ କୂଳମଣି ବରାଳଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ ସହ ରାୟଗଡ଼ା ଥାନା ଘେରାଉ କରିଛି ବିଜେପି ଯୁବମୋର୍ଚ୍ଚା । ଏଥି ସହ ହତ୍ୟା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ସଂପୃକ୍ତ ଥିବା ନେଇ ବିଜେପି ଅଭିଯୋଗ କରିବା ସହ ଆଇନ ମନ୍ତ୍ରୀଙ୍କ ଇସ୍ତାଫା ଦାବୀ କରିଛି । ଗାନ୍ଧୀ ପାର୍କ ଠାରୁ ଏକ ର୍ୟାଲିରେ ବାହାରି ହତ୍ୟା ଘଟଣାର ଦୃଢ ନିନ୍ଦା କରିବା ସହ ହତ୍ୟା ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କ ଉପରେ ନାରାବାଜି କରି ଥାନା ଘେରାଉ କରିଥିଲେ ବିଜେପି କର୍ମୀ ମାନେ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନିଜ ଯୋଜନା କହି ବ୍ୟାପକ ଦୂର୍ନିତି ହେଉଥିବା ଅଭିଯୋଗ କରିବାରୁ କୂଳମଣି ବରାଳଙ୍କୁ ହତ୍ୟା କରାଯାଇଛି ବୋଲି ବିଜେପି ଜିଲ୍ଲା ନଗର ସଭାପତି ଶ୍ୟାମ କୁମାର ଦାଶ ପ୍ରକାଶ କରିଛନ୍ତି । ଏବଂ ଏହି ହତ୍ୟାକାଣ୍ଡ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଇଶାରାରେ ହୋଇଥିବ ମଧ୍ୟ ଅଭିଯୋଗ କରିବା ସହ ଆଇନ ମନ୍ତ୍ରୀଙ୍କୁ ବହିଷ୍କାର ଦାବୀ କରିଛି । ବିକ୍ଷୋଭ ପ୍ରଦର୍ଶନ ସମୟରେ ଯୁବମୋର୍ଚ୍ଚା ସଭାପତି ନିଳାଦ୍ରୀ ବିହାରୀ ପାତ୍ର, ଯୁବ ଆଦିବାସୀ ନେତା ବସନ୍ତ ଉଲ୍ଲାକା, ବିଦ୍ୟା ପଣ୍ଡା, ଅଜୟ ଚୂଲେଟ, ଗୋପାଳ ପାଢୀ, ଜଗଦିଶ ରାଓ, ସୁଶାନ୍ତ ମିଶ୍ର, ସୁମିତ୍ରା ସାହୁ, ତନଭି ଅଗ୍ରବାଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply