ରାୟଗଡା,୧ ।୧(Rabindra Patkhandal)-ରାୟଗଡା ଜିଲ୍ଲାର ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏବଂ ପିଡ଼ି ଡ଼ିଆରଡ଼ିଏ ଆଇଏସ ଅମ୍ରିତ ଋତୁରାଜଙ୍କୁ ବଦଳୀ । ରାଜ୍ୟ ସରକାର ଜିଲ୍ଲାପାଳ ଶ୍ରୀବେହେରାଙ୍କୁ ପଦୋନ୍ନତି ଦିଆଯାଇ ରାଜସ୍ୱ ଏବଂ ଆପାଦ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଜଗତସିଂହପୁର ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ବଦଳି କରାଯାଇ ରାୟଗଡା ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।
ସେହିପରି ରାୟଗଡା ଜିଲ୍ଲାରେ କାର୍ଯ୍ୟରତ ପିଡି, ଡିଆରଡିଏ ଯୁବ ଆଇଏସ ଅମ୍ରିତ ଋତୁରାଜଙ୍କୁ ପଦୋନ୍ନତି ଦିଆଯାଇ ପ୍ରଥମଥର କେନ୍ଦ୍ରପଡା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ତାଙ୍କ କାର୍ଯ୍ୟକାଳ ସମୟରେ ରାୟଗଡ଼ା ଜିଲ୍ଲାର ଦୁର୍ଗମ ମାଓ ଅଧୁଷିତ ଅଞ୍ଚଳ ଚନ୍ଦ୍ରପୁର ବ୍ଳକ ମୋଟର ସାଇକେଲରେ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟାବୁଝି ବିଭିନ୍ନ ବିକାଶ କାର୍ଯ୍ୟକରି ଚର୍ଚ୍ଚିତ ହୋଇଥିଲେ । ରାୟଗଡ଼ା ଜିଲ୍ଲାରେ ଠିକ ସେହିଭଳି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଏସପି ଡଃ ଶ୍ରର୍ବଣା ବିବେକ ଏମ ଏବଂ ପିଡ଼ି ଡ଼ିଆରଡ଼ିଏ ଶ୍ରୀ ଋତୁରାଜଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ରାୟଗଡ଼ା ଜିଲ୍ଲାରେ କରୋନା ନିୟୋନ୍ତ୍ରଣ ହୋଇ ସୁଧାର ଆସିଛି । କିନ୍ତୁ ୧୦ ଦିନ ମଧ୍ୟରେ ଜିଲ୍ଲାର ପ୍ରମୁଖ ତିନି ଅଧିକାରୀ ମାନଙ୍କ ବଦଳୀନେଇ ଜିଲ୍ଲାର ସାଧାରଣ ଲୋକେ ଚିନ୍ତା ପ୍ରକାଶ କରୁଛନ୍ତି ।
