Odisha news

ଦିବଙ୍ଗତ କରୋନା ଯୋଦ୍ଧା ପରିବାରକୁ ସରକାରଙ୍କ ତରଫରୁ ୫୦ଲକ୍ଷ ଟଙ୍କା ପ୍ରଦାନ

0

ରାୟଗଡା (rabindra patkhandal)-କରୋନା ମହାମାରୀ ସମୟରେ ଜନସାଧାରଣଙ୍କୁ ସଚେତନତା ଓ ସୁରକ୍ଷା ପ୍ରଦାନ ସମୟରେ ନିଜେ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା କରୋନା ଯୋଦ୍ଧା ସ୍ୱର୍ଗତ ରାଜେନ୍ଦ୍ର କୁମାର ଦେହୁରୀଙ୍କ ଧର୍ମପତ୍ନୀଙ୍କୁ ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ରାଶି ୫୦ ଲକ୍ଷ ଟଙ୍କା ଜିଲ୍ଲାପ୍ରଶାସନ ପ୍ରଦାନ କରିଛି । ସୂଚନାଯୋଗ୍ୟ ଯେ ରାୟଗଡା ଜିଲ୍ଲା ମୁନିଗୁଡା ଥାନାରେ ଆଇ.ଆଇ.ସି ଭାବେ ସ୍ୱର୍ଗତ ରାଜେନ୍ଦ୍ର କୁମାର ଦେହୁରୀ ୧୭ ମାର୍ଚ୍ଚ ୨୦୨୦ ରୁ ୪ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ କରୋନା ଯୋଦ୍ଧା ଭାବେ କାର୍ଯ୍ୟରତ ଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଜାରୀ କରାଯାଉଥିବା ଲକଡାଉନ, ସଟଡାଉନ ନିୟମକୁ କଡାକଡି ଭାବେ ପାଳନ କରି ନିଜ ଥାନା ଅଞ୍ଚଳବାସୀଙ୍କୁ କରୋନା ସଂପର୍କରେ ସଚେତନତା କରାଉଥିଲେ । ସ୍ୱର୍ଗତ ଦେହୁରୀ ୫ ସେପ୍ଟେମ୍ବର ୨୦୨୦ରେ କରୋନା ସଂକ୍ରମିତ ଚିହ୍ନଟ ହୋଇ ଭୂବନେଶ୍ୱର ଠାରେ ଚିକିତ୍ସାଧିନ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ୧୦ ସେପ୍ଟେମ୍ବର ୨୦୨୦ ରେ ତାଙ୍କର ଦେହାନ୍ତ ହୋଇଥିଲା । ମୁନିଗୁଡା ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦ ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ସରକାରୀ କର୍ମଚାରୀ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ ସରକାରଙ୍କ ତରଫରୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ତାଙ୍କ ପରିବାରବର୍ଗଙ୍କୁ ପ୍ରଦାନ କରାଯାଇଥିବା ନେଇ ଯେଉଁ ଘୋଷଣା ହୋଇଥିଲା ଓ ଜିଲ୍ଲା ପ୍ରଶାସନର ସୁପାରିଶ କ୍ରମେ ଆର୍ଥିକ ସହାୟତା ରାଶିକୁ ସ୍ୱର୍ଗତ ଦେହୁରୀଙ୍କ ଧର୍ମପତ୍ନୀ ରାକ୍ଷୀ ଦେହୁରୀଙ୍କୁ ଆଜି ପ୍ରଶାସନ ତରଫରୁ ପ୍ରଦାନ କରାଯାଇଛି । ସହାୟତା ରାଶିକୁ ରାକ୍ଷୀ ଦେହୁରୀଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଟ୍ରାନ୍ସଫର କରାଯାଇଛି । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସ୍ୱର୍ଗତ ଦେହୁରୀଙ୍କ ପତ୍ନୀ ରାକ୍ଷୀ ଦେହୁରୀଙ୍କୁ ରାଶି ପ୍ରଦାନ କରିବା ସହ ଶୋକସନ୍ତପ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ । ଏଥି ସହ ସରକାରଙ୍କ ତରଫରୁ ସମସ୍ତ ସାହାର୍ଯ୍ୟ ଓ ସହଯୋଗ ପ୍ରଦାନ ନିମନ୍ତେ ମଧ୍ୟ ପ୍ରତିଶ୍ରୁତି ଦେଇିଥିଲେ । ଏହି ଅବସରରେ ସ୍ୱର୍ଗତ ଦେହୁରୀଙ୍କ ଝିଅ ସମୀକ୍ଷା ଦେହୁରୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣା ବିବେକ ଏମ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply