ରାୟଗଡା ୨୩/୧୨(Rabindra Patkhandal) : ରାୟଗଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ବାରିଝୋଲା ଠାରେ ଆଜି ଜିଲ୍ଲା ସାମ୍ବାଦିକ ସଂଘର ଏକ ବନ୍ଧୁ ମିଳନ ତଥା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସାମ୍ବାଦିକ ସଂଘ, ଏହାର ୧୫ତମ ବାର୍ଷିକ ବନ୍ଧୁ ମିଳନରେ ଜିଲ୍ଳାର ବିଭିନ୍ନ ପ୍ରାନ୍ତରେ ଥିବା ଗଣମାଧ୍ୟମ ପ୍ରତିନିଧି ମାନେ ଆସି ଯୋଗଦାନ କରିଥିଲେ। ଏହି ବନ୍ଧୁ ମିଳନ ଉତ୍ସବରେ ସଭାପତି ବିଜୟ କୁମାର ମିଶ୍ର ପ୍ରଥମେ ସ୍ବାଗତ ଭାଷଣ ଦେଇ ସମସ୍ତ ନୂତନ ଓ ପୁରାତନ ସାମ୍ବାଦିକ ବନ୍ଧୁଙ୍କୁ ଆମନ୍ତ୍ରଣ କରିଥଲେ।
ସଂଘର ଉପଦେଷ୍ଟା ତଥା ବିଶିଷ୍ଟ ସାମ୍ବାଦିକ ଓ ସମାଜସେବୀ ଶ୍ରୀ ବାଦଲ ତା ତାଙ୍କ ବକ୍ତବ୍ୟରେ ସାମ୍ବାଦିକ ମାନଙ୍କୁ ସମାଜରେ ତାଙ୍କ କର୍ତ୍ତବ୍ୟ ଓ ଉଜ୍ବଳ ଭବିଷ୍ୟତ ପାଇଁ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ। ସେହିପରି ସଂଘର ଅନ୍ୟ ଏକ ଅନନ୍ୟ ବ୍ୟକ୍ତିତ୍ଵ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ କୀର୍ତ୍ତି ଚନ୍ଦ୍ର ସାହୁ ମଧ୍ୟ ତାଙ୍କ ଅଭିଭାଷଣରେ ସାମ୍ୱାଦିକ ଭାଈ ମାନଙ୍କୁ ନିଜ ଅତୀତ ଜୀବନରେ ଘଟିଥିବା ମୂଲ୍ୟବାନ ସ୍ମୃତି କୁ ଉପସ୍ଥାନ କରି ସମସ୍ତଙ୍କ ମନରେ ନୂତନ ଆଶା ଓ ଉଦ୍ଦୀପନା ଜାଗ୍ରତ କରିଥିଲେ। ସଂପାଦକ ରବୀନ୍ଦ୍ର ପାଟଖଣ୍ଡାଳ ବାର୍ଷିକ ବିବରଣୀ ତଥା ବିଗତ ଦିନରେ ସଂଘ ପକ୍ଷରୁ କରାଯାଇଥିବା ସମସ୍ତ ଜନ ମଙ୍ଗଳ କାର୍ଯ୍ୟକ୍ରମର ବିସ୍ତ୍ରୁତ ବିବରଣୀ ପାଠ କରିଥଲେ। ଏହି ବର୍ଷର ବନ୍ଧୁ ମିଳନ ଉତ୍ସବରେ ଜିଲ୍ଳାର ପ୍ରାୟ ୧୫ ଜଣ ନୂଆ ସାମ୍ୱାଦିକ ବନ୍ଧୁ ସଂଘ ସହ ଯୋଡି ହୋଇଥିଲେ। ଏହା ସହ ସଂଘର କାର୍ଯ୍ୟକାରିଣୀ ସଦସ୍ୟ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ଚୟନ ପ୍ରକିୟାରେ ସାମ୍ବାଦିକ ଅଜୟ କୁମାର ରଥଙ୍କୁ ସଭାପତି, ରାଜେନ୍ଦ୍ର ମିଶ୍ରଙ୍କୁ ସାଧାରଣ ସଂପାଦକ, ରବୀନ୍ଦ୍ର ପାଟଖଣ୍ଡାଳଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି। ଏତଦ୍ ବ୍ୟତୀତ ଜିଲ୍ଳାର ଅନ୍ୟାନ୍ୟ କିଛି ସାମ୍ୱାଦିକ ମାନଙ୍କୁ ମଧ୍ଯ କିଛି ପଦବୀ ଦେଇ ସଂଘର କାର୍ଯ୍ୟକ୍ରମକୁ ସୂଚାରୁ ଓ ସରଳ କରିବା ପାଇଁ ମନୋନୀତ କରାଯାଇଛି। ଉପସଭାପତି ଭାବେ ରାମନାଗୁଡ଼ାର ଦିଲ୍ଲୀପ ପଣ୍ଡା, ପଦ୍ମପୁରର ଜଗନ୍ନାଥ ପାଣିଗ୍ରାହୀ ସଂପାଦକ ଭାବେ ଗୁଣୁପୁର ବ୍ରଜ ସୁନ୍ଦର ପାଢ଼ୀ ଓ ସହ ସଂପାଦକ ଭାବେ ସନ୍ତୋଷ କୁମାର ଗୁରୁ ଏବଂ ସେହିପରି ପ୍ରତି ବ୍ଲକ ସ୍ତରରେ ଜଣେ ଜଣେ କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବରେ କାଶିପୁର ରବିନ୍ଦ୍ର ବଦ୍ଯ , କୋଲନରା ମନୋଜ ଜେନା, ଚନ୍ଦ୍ରପୁର ବିଜୟ ଉଲ୍ଲକା , ପଦ୍ମପୁର ଇନ୍ଦ୍ରଜିତ ପଣ୍ଡା, ଗୁଣୁପୁର ଲକ୍ଷ୍ମୀ ନାରାୟଣ ମହାଙ୍କୁଡ, ରାମନାଗୁଡ଼ା ସୁଭଜିତ୍ ପଟ୍ଟନାୟକ, ମୁନିଗୁଡ଼ା କ୍ଷମା ପ୍ରସାଦ ଦାସ, ଗୁଡ଼ାରୀ ତ୍ରିପତି ବିଡିକା ପ୍ରମୁଖଙ୍କୁ ଚୟନ କରାଯାଇଛି। ଚୟନ ପ୍ରକିୟା ପରେ ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ଉପଦେଷ୍ଟା ବାଦଲ ତା ଓ କୀର୍ତ୍ତି ଚନ୍ଦ୍ର ସାହୁ ଶୁଭାଶିଷ ପ୍ରଦାନ କରି ସଂଘକୁ ଆଗମୀ ଦିନରେ ଆହୁରି ଶକ୍ତିଶାଳୀ ତଥା ପ୍ରଭାବଶାଳୀ କରି ସମାଜର ମଙ୍ଗଳ ପାଇଁ ଶୁଭ ମନାସି ଥିଲେ। ପରିଶେଷରେ ଉପସ୍ଥିତ ସମସ୍ତ ବନ୍ଧୁଙ୍କୁ ବିଜୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
