ରାୟଗଡା(Rabindra Patkhnadal : ରାୟଗଡା ଜିଲ୍ଲାର ସୀମାନ୍ତ ଅଞ୍ଚଳ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା । ପିତାମହଲ ଗ୍ରାମ ପଞ୍ଚାୟତ ସ୍ଥିତ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ସହ କୋଡେଷୁ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଯାଇ ତାହାର ଭିତ୍ତିିଭୂମିର ସମୀକ୍ଷା କରିଥିଲେ । ଉକ୍ତ ବିଦ୍ୟାଳୟ ନିମନ୍ତେ ନବନିର୍ମିତ ଭୋଜନାଳୟ, କୋଡେଷୁ ଅଙ୍ଗନବାଡି କେନ୍ଦ୍ର ଗୃହ, ସୋଲାର ଜଳ ଯୋଗଣ ପ୍ରକଳ୍ପ ଓ ଜଙ୍ଗଲ ବିଭାଗ ତରଫରୁ ନିର୍ମିତ ଗୋଷ୍ଠୀ କେନ୍ଦ୍ର ପରିଦର୍ଶନ କରିଥିଲେ ।
ଅଙ୍ଗନବାଡି କେନ୍ଦ୍ର ପିଲାଙ୍କୁ ପ୍ରଦାନ କରାଯାଇଥିବା ପୋଷାକ, ଜୋତା ତଥା ପିଲାମାନଙ୍କୁ ପ୍ରଦାନ କରାଯାଉଥିବା ପୁଷ୍ଟିକର ଖାଦ୍ୟ ବିଷୟରେ ପଚାରି ବୁଝିଥିଲେ । ବଡ ଇରୁକୁବାଡି ଗ୍ରାମ ପଞ୍ଚାୟତର ଟୋକାପାଡୁ ଗ୍ରାମ ପରିଦର୍ଶନ କରି ଅର୍ଥ କମିଶନ ପାଣ୍ଠିରେ ନିର୍ମିତ ଗୋଷ୍ଠୀ ସ୍ନାନାଗାର, ସୌର ଚାଳିତ ପାଇପ ଜଳ ଯୋଗାଣ ପ୍ରକଳ୍ପ, ବିଦ୍ୟାଳୟରେ ନିର୍ମିତ ଭୋଜନାଳୟ, ମନେରେଗା ଯୋଜନାରେ ଟୋକାପାଡୁ ଗ୍ରାମ୍ୟ ରାସ୍ତା, ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧୀନ ନୂତନ ପୋଖରୀ ଓ ୧.୭୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବହୁମୂଖୀ ଫାର୍ମ ପଣ୍ଡ ପରିଦର୍ଶନ କରିଥିଲେ । ନିର୍ବାଚିତ ପ୍ରତିନିଧି ଓ ଗ୍ରାମବାସୀ ମାନଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।
ଏଥି ସହ ଟୋକାପାଡୁ ଗ୍ରାମରେ ନୂତନ ଅଙ୍ଗନବାଡି ଗୃହ ନିର୍ମାଣ ନିମନ୍ତେ ରାୟଗଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝିଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଗାଜିଗାଁ ଠାରେ ରାଜ୍ୟ ଅର୍ଥ କମିଶନ ପାଣ୍ଠିରେ ଦଶ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧିନ ସାପ୍ତାହିକ ହାଟ ବୁଲି ଦେଖିଥିଲେ । ଆର.ଡି ରାସ୍ତା ଠାରୁ ଗାଣ୍ଡାବାଲସା ପର୍ଯ୍ୟନ୍ତ ମନରେଗା ଯୋଜନାରେ ହେଉଥିବା ରାସ୍ତାକାର୍ଯ୍ୟକୁ ତୁରନ୍ତ ସମ୍ପୁର୍ଣ୍ଣ କରିବା ସହ ଜାଙ୍ଗେସୁ ନଦୀରେ ନିର୍ମାଣଧୀନ ପୋଲ କାମକୁ ଶୀଘ୍ର ଶେଷ କରିବା ପାଇଁ ମଧ୍ୟ ନିଦେ୍ର୍ଧଶ ଦେଇଥିଲେ । ଏଥି ସହ ଜେମାଦେଇପେଣ୍ଠ ପଞ୍ଚାୟତରେ ସୌର ଚାଳିତ ଜଳଯୋଗାଣ, ସ୍ନାନାଗାର ଓ ଆବାସ ଯୋଜନା ଅନ୍ତର୍ଗତ ନିର୍ମାଣଧିନ ଗୃହ ପରିଦର୍ଶନ କରିଥଲି । ଜିଲ୍ଲାପାଳ ଶ୍ରୀବେହେରାଙ୍କ ପରିଦର୍ଶନ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ରର ମାଝି, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁ ଚରଣ ନାୟକ ଓ ନିର୍ବାଚିତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
