Odisha news

ଆମ୍ବେଦକରଙ୍କ ୬୪ତମ ମହାପରିନିର୍ବାଣ ଦିବସ ପାଳିତ

0

ରାୟଗଡା(Rabindra Patkhandal) : ଭାରତ ସମ୍ବିଧାନର ପ୍ରଣେତା ତଥା ଭାରତ ରତ୍ନ ବିଜେତା ବାବାସାହବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ୬୪ତମ ମହାପରିନିର୍ବାଣ ଦିବସ ସାର ଭାରତ ବର୍ଷରେ ପାଳିତ ହୋଇଯାଇଅଛି । ରାୟଗଡା ସହରରେ ମଧ୍ୟ ବାମସେଫ୍ ଦଳ ତରଫରୁ ମହାପରିନିର୍ବାଣ ଦିବସ ପାଳନ କରାଯାଇଅଛି । ରାୟଗଡା ସହରସ୍ଥିତ ବସଷ୍ଟାଣ୍ଡ ନିକଟରେ ଥିବା ଆମ୍ବେଦକରଙ୍କ ପ୍ରତିମୂ୍ର୍ତିରେ ବହୁମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଭକ୍ତିପୂତ ଶ୍ରଦ୍ଧାଜଂଳୀ ଜ୍ଞାପନ କରିଥିଲେ । ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଯୁବ ଆଦିବାସୀ ନେତା ଜିତୁ ଜାକେସିକା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗର ଅବସରପ୍ରାପ୍ତ ସହ ନିର୍ଦେଶକ ଜଳନ୍ଧର ପୁଷିକା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଆମ୍ବେଦକରଙ୍କ ସ୍ମୃତିଚାରଣ କରିଥିଲେ ।

Leave A Reply