Odisha news

ବିଜେପି ତରଫରୁ ମଣ୍ଡଳ ପ୍ରଶିକ୍ଷଣ ଶିବିର

0

ରାୟଗଡା (Rabindra Patkhandal): ଭାରତୀୟ ଜନତା ପାର୍ଟି ତରଫରୁ ରାୟଗଡା ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି, କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ପଦାଧିକାରୀଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ପ୍ରଶିକ୍ଷଣ ଶିବିର ରାୟଗଡା ସହରସ୍ଥିତ ସାଇପ୍ରି୍ୟା ନଗର ଠାରେ ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷଣ ଶିବିରରେ ଦଳକୁ ତୃଣମୂଳ ସ୍ତରରେ ଆହୁରି କିପରି ମଜବୁତ୍ କରାଯିବ ନେଇ ଗୁରୁମନ୍ତ୍ରୀ ଦେଇଥିଲେ ଜିଲ୍ଲା ସଭାପତି ଶିବ ପଟ୍ଟନାୟକ । ଯୁବ ଦଳ ତରଫର ଦଳକୁ ମଜବୁତ୍ କରିବା ପାଇଁ ଯେଉଁ ସବୁ ପ୍ରୟାସ ଜାରୀ ରହିଛି ତାହାକୁ ସଭାପତି ଶ୍ରୀପଟ୍ଟନାୟକ ଭୂୟସୀ ପ୍ରଂଶସା କରିଥିଲେ ।

ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା କାଳୀରାମ ମାଝୀ, ବସନ୍ତ ଉଲ୍ଲାକା, ବିଭୀଷଣ ପାଣି, ପ୍ରଶାନ୍ତ ପଟ୍ଟନାୟକ, କିଶୋର ଦିଶାରି, ବେଲଧର ମାଝୀ, ଉମା ମହେଶ୍ୱର ରାଓ ଓ ଅଶ୍ୱିନୀ କଂଚଡା ମଂଚରେ ମଂଚାସୀନ ରହି ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ରାୟଗଡା ନଗର ସଭାପତି ଶ୍ୟାମ କୁମାର ଦାଶ ପରିଚାଳନା କରିଥିଲେ । ପ୍ରଶିକ୍ଷକ ଭାବେ ବିଦ୍ୟା ଭୂଷଣ ପଣ୍ଡା, ତରୁଣ ଗରଡିଆ,ପ୍ରଶାନ୍ତ ପଟ୍ଟନାୟକ, ଗୋପୀ ଆନନ୍ଦ, କାଳିରାମ ମାଝି, ବସନ୍ତ ଉଲ୍ଲାକା, ବିଭୀଷଣ ପାଣି, ଅଜୟ ଚୂଲେଟ କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।

Leave A Reply