Odisha news

ରାୟଗଡା : ସକାଳ ୭ ରୁ ଦିନ ୨ଟା ଯାଏଁ ଖୋଲା ରହିବ ଦୋକାନ ; ଜିଲ୍ଲାପାଳ

0

ରାୟଗଡା : ରାୟଗଡା ଜିଲ୍ଲାରେ ଧୀରେ ଧୀରେ କୋରନା ଆକ୍ରାନ୍ତର କାୟା ବିସ୍ତାର କରୁଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାରେ ଦୋକାନ ଖୋଲିବା ସମୟକୁ ବଦଳାଇଛନ୍ତି । ପୂର୍ବରୁ ଦୋକାନ ଖୋଲିବା ସମୟ ସକାଳ ୭ଟାରୁ ଅପରାହ୍ନ ୨ଟା ଯାଏଁ ଥିଲା । ଆଜି ଠାରୁ ପୁଣି ଥରେ ପୂର୍ବ ସମୟ ଅର୍ଥାତ ସକାଳ ୭ଟାରୁ ଦିନ ୨ଟା ଯାଏଁ ଦୋକାନ ଖୋଲିବା ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିଦେ୍ର୍ଧଶନାମା ଜାରୀ କରିଛନ୍ତି । ପୂର୍ବପରି ସ୍କୁଲ, କଲେଜ, କୋଚିଙ୍ଗ ସେଂଟର, ସିନେମା ହଲ, ସପିଙ୍ଗ ମଲ, ଜିମ୍, ବାର, ଅଡିଟୋରିୟମ, ପାର୍କ, ସୁଇମିଙ୍ଗ ପୁଲ, ସାପ୍ତାହିକ ହାଟ ସହ ଧାର୍ମିକ ଅନୁଷ୍ଠାନ ଗୁଡିକ ୩୧ ଅଗଷ୍ଟ ଯାଏଁ ବନ୍ଦ ରହିବ ।

Order No. 1484 dt. 30.06.20- Extn. of Lockdown

ତେବେ ଅତ୍ୟାବଶ୍ୟକ ସେବା ପ୍ରଦାନ କରୁଥିବା ଦୋକାନ ମେଡିକଲ ଷ୍ଟୋର, ପାଥଲୋଜି, ଗ୍ୟାସ ବିତରଣ, ଗ୍ୟାରେଜ, ସ୍ପେୟାର ପାର୍ଟ, ଇଲେକ୍ଟ୍ରିକାଲ ସର୍ଭିସ୍ ସେଂଟର, ଢାବା, ହୋଟେଲ ( କେବଳ ପାର୍ସଲ ) ପାଇଁ ଅନୁମତି ଦିଆଯାଇଛି । ତେବେ ଆଜି ଠାରୁ ରାୟଗଡା ସହରରେ ପରିବା, ଗ୍ରୋସରୀ, ଆମିଷ, ମୋବାଇଇ, କମ୍ପ୍ୟୁଟର, ଲୁଗା , ସାଲୁନ, ଚା , ବହି, ଜେରକ୍ସ, ଷ୍ଟେସନାରୀ ଇତ୍ୟାଦି ଦୋକାନ ସକାଳ ୭ଟାରୁ ଅପରାହ୍ନ ୨ଟା ଯାଏଁ ଖୋଲିବାକୁ ପ୍ରଶାସନ ତରଫରୁ ଅନୁମତି ପ୍ରଦାନ କରାଯାଇଛି ।

ଏଥି ସହ ପ୍ରବାସୀ ଫେରାନ୍ତଙ୍କ ପାଇଁ ବଧ୍ୟତାମୂଳକ ଭାବେ ୧୪ ଦିନ ପାଇଁ ସଙ୍ଗରୋଧ କେନ୍ଦ୍ର କିମ୍ବା ଘରୋଇ ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ ନିର୍ଦେଶନାମା ଜାରୀ କରାଯାଇଛି । ବାହାରକୁ ବାହାରିଲେ ମାସ୍କ ଲଗାଇ ବାହାରିବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । ଗୋଟିଏ ଜାଗାରେ ୭ ଜଣରୁ ଉଦ୍ଧ୍ୱର୍ ବ୍ୟକ୍ତି ଏକତ୍ରିତ ନହେବା, ବିବାହ ଉତ୍ସବରେ ୫୦ ଜଣରୁ ଅଧିକ ବ୍ୟକ୍ତି ସାମିଲ ନ ହେବା ଏବଂ ଅନ୍ତିମ ସଂସ୍କାର ଭଳି କାର୍ଯ୍ୟକ୍ରମ ଅନୁନ୍ୟ ୨୦ ଜଣକୁ ନେଇ କରିବା ପାଇଁ ମଧ୍ୟ ପ୍ରଶାସନ ତରଫରୁ ନିର୍ଦେଶ ଜାରୀ କରାଯାଇଛି । ଜାରୀ କରାଯାଇଥିବା ନିୟମକୁ ଉଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ପ୍ରଶାସନ ତରଫରୁ ନିଦେ୍ର୍ଧଶନାମା ଜାରୀ କରାଯାଇଛି ।

Leave A Reply

Your email address will not be published.