ରାୟଗଡା (ରବୀନ୍ଦ୍ର ପାଟଖଣ୍ଡଳ ) : ରାୟଗଡା ଜିଲା ଗଠନକୁ ସୁକୃବାର ୨୭ପୁରି ୨୮ପସିଛି । ବୟସ ଯେଉଁ ପରିମାଣରେ ବଢ଼ିଚାଲିଛି ସମତାଳ ଦେଇ ଜିଲାର ବିକାଶ ଖସିଖସି ଯାଉଛି । ସ୍ୱତନ୍ତ୍ର ଜିଲା ଗଠନ ପରେ ସାଧାରଣ ଜନତା ଦେଖିଥିବା ସ୍ୱପ୍ନ ବାସ୍ତବର ଚିତ୍ର ନେଇପାରିଲାନାହିଁ । ବିକାଶ କେଉଁଠି ନା କେଉଁଠି ଅଟକିଯାଇଛି । ଝାଡାବାନ୍ତିର ବିଭିଷିକା ଏବଂ ରାସ୍ତା ନଥାଇ ଗଭିୁଣୀ ସ୍ୱାମୀ କାନ୍ଧରେ ବୁହାହୋଇ ଚିକିତ୍ସାଳୟକୁ ଆସିବା ଭଳି ଘଟଣା ଜିଲାର ବିକାଶର ନାରାକୁ କାଠଗଡାରେ ଠିଆ କରିଦେଇଛି । ଗମନାଗମନ, ଶିକ୍ଷା ଓ ମୁନ୍ଦାଏ ସ୍ୱଚ୍ଛ ପାଣି ଆଦି ସାଧାରଣ ସମସ୍ୟା ନେଇ ପାହାଡ ମୁଲକରୁ ଚିକ୍ରାର କରୁଛନ୍ତି ।
ରାୟଗଡ଼ା ଓ ଗୁଣପୁର ଉପଖଣ୍ଡକୁ ଜିଲ୍ଲା ଭାବରେ ଗଡ଼ିବା ପାଇଁ ପ୍ରବାଦ ପୁରୁଷ ତଥା ତକ୍ରାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପରିକଳ୍ପନା କରିଥିଲେ । ସେହି ପରିକଳ୍ପନାକୁ ସାକାର କରିବା ପାଇଁ ୧୯୯୨ ମସିହା ଅକ୍ଟୋବର ୨ ତାରିଖରେ ନୂତନ ଜିଲ୍ଲା ଭାବରେ ରାୟଗଡା ଜିଲ୍ଲା ଘୋଷଣା କରାଯାଇଥିଲା । ଏହି ଜିଲ୍ଲାର ବିକାଶ ଆକାଶକୁ ଛୁଇଁବ ବୋଲି ଉଦେ୍ଦ୍ୟଶରେ ଜିଲାର ସମ୍ପ୍ରସାରଣ କରି ରାୟଗଡାକୁ ଏକ ସ୍ୱତନ୍ତ୍ର ଜିଲାର ମାନ୍ୟତା ପ୍ରଦାନ କରଯାଇଥିଲା । ତେବେ ସେ ଆଶା ଜିଲ୍ଲା ହେବାର ୨୮ବର୍ଷ ପରେବି ଆଶା ହୋଇ ରହିଯାଇଛି । ଶାସକଦଳ ଏବଂ ଶାସନକଳର ଆନ୍ତରିକତା ଅଭାବରୁ ପୂର୍ଣ୍ଣାଙ୍ଗରୂପ ନେଇପାରିନାହିଁ ।
ବିକାଶ କହିଲେ ଭିତିଭୂମୀ ସଜାଡିବା ପାଇଁ ଗଢ଼ା ଚାଳିଛି ସରକାରୀ କାର୍ଯ୍ୟାଳୟ ସୁଉଚ ଅତ୍ୟାଧୁନିକ କୋଠା ଆଉ ରାସ୍ତାଘାଟ । ବୟସ ବଢ଼ବା ସଙ୍ଗେସଙ୍ଗେ ବିକାଶ ଲୋକଙ୍କ ଠାରୁ ଦୂରକୁ ଠେଲିହୋଇ ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବରାଦ ଅନୁଯାଇ ୨୦୦୬-୦୭ ଆର୍ଥିକ ବର୍ଷଠାରୁ ୨୦୧୮-୧୯ମଧ୍ୟରେ ବାର୍ଷକ ଜିଲାକୁ ୨୦୦କୋଟି ୫୦ଲକ୍ଷ ଟଙ୍କା ଜିଲାକୁ ଆସିଥିବା ଜିଲା ଯୋଜନା କମିଟି ବୌଠକରେ ସୂଚନା ଦିଆଯାଇଛି । ତନ୍ମଧ୍ୟରୁ ୧୮୦ କୋଟି ୭୪ଲକ୍ଷ ଟଙ୍କାର ବିକାଶ ଲୋକଙ୍କ ନିକଟରେ ପହଞ୍ଚାଯାଇଥିବା ଦର୍ଶାଯାଇଛି । ତେବେ ଚଳିତବର୍ଷ ବିଜୁ କେବିବେ ଯୋଜନାରେ ସଡ଼କ,ବିଜୁଳି, ପାଣି ଏବଂ ଅନ୍ୟାନ୍ୟ ଗଠନ ମୂଳକ ବିକାଶ ପାଇଁ ପ୍ରତି ବ୍ଲକକୁ ୫୦ ଲକ୍ଷ ଟଙ୍କାର ଯୋଜନା ରହିଛି । କିନ୍ତୁ ପଦ୍ମପୁର ଓ ଚନ୍ଦ୍ରପୁର ତରଫରୁ ଏଯାବତ କୌଣସି ଯୋଜନାର ଚିଠା ପ୍ରସ୍ତୁତ କରି ଜିଲ୍ଲା ପ୍ରସାଶନକୁ ଦେଇନାହାନ୍ତି ।
ତେବେ ବିଡ଼ମ୍ବନାର ବିଷୟ ଯେ ସମ୍ପୁର୍ଣ୍ଣ ହୋଇଥିବା କାର୍ଯ୍ୟ ଗୁଡ଼ିକର ଗତ ୨୦୧୬-୧୭ ଠାରୁ ୨୦୧୮-୧୯ ପର୍ଯ୍ୟନ୍ତ ଚନ୍ଦ୍ରପୁର ବ୍ଲକ ବିନିଯୋଗ ଦାଖଲ କରିନଥିବା ବେଳେ ୨୦୧୭-୧୮ର କୋଲନରା୨୦୧୮-୧୯ର ପଦ୍ମପୁର, କଲ୍ୟାଣସଂହପୁର ଏବଂ ଗୁଣପୁର ବ୍ଲକ ମଧ୍ୟ ବିନିଯୋଗ ପତ୍ର ଦେଇନଥିବା ଉଲ୍ଲେଖ ରହିଛି ଯୋଜନା ବୈଠକର ନଥିରେ । ତେବେ ଜିଲ୍ଲାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଗତ ୨୦୧୭-୧୮ରେ ମୋଟ ୮୨୭କୋଟି ୧୦ ଲକ୍ଷ ୫୯ ହଜାର ଅନୁଦାନ ପାପ୍ତ ହୋଇ ବିଭିନ୍ନ ପ୍ରକଳ୍ପରେ ଖର୍ଚ୍ଚ ହୋଇଥିଲା ।
ଠିକ ସେହିପରି ୨୦୧୮-୧୯ରେ ମୋଟ ୯୦୫ କୋଟି ୧୧ ଲକ୍ଷ ୩୩ ହଜାର ଅନୁଦାନ ପାପ୍ତ ହୋଇ ବିଭିନ୍ନ ପ୍ରକଳ୍ପରେ ଖର୍ଚ୍ଚ କରାଯାଉଛି । ତଥାପି ଦାଦନର ସୁଅ ଏହି ଜିଲାରୁ ଲମ୍ବିଛି । ଟଙ୍କା ପାଇଁ ଦେଶକୁ ଯାଇଥିବା ସ୍ୱାମୀଙ୍କୁ ଘର ଦାଣ୍ଡରେ ବସି ଭୂଆସୁଣି ଅନାଇ ରହିଛି । ଆଉ ଭୋକ ମେଣ୍ଟାଇବା ପାଇଁ ଜଙ୍ଗଲି ସାଗ ଆମ୍ବ ଟକୁଆ ଖାଇ ଲୋକେ ମୃତ୍ୟୁ ବରଣ କରୁଛନ୍ତି । ଜନସଂଖ୍ୟା ବଢ଼ୁଛି ତଦନୁଯାଇ ଲୋକଙ୍କଠାରେ ସ୍ୱାସ୍ଥ୍ୟଗତ ସମସ୍ୟା ବି ଦେଖାଦେଇଛି । କିନ୍ତୁ ସ୍ୱାସ୍ଥ୍ୟ ସେବା ଅନେକାଂଶରେ ଅପହଞ୍ଚ ହୋଇ ରହିଛି । ଜିଲାରେ ଡାକ୍ତରଙ୍କ ଘୋର ଅଭାବ ରହିଛି ।
ଜିଲା ସଦର ମହକୁମାରେ ଅସ୍ଥିଶଲ୍ୟ ବିଶେଷଜ୍ଞ, ଶିଶୁ ବିଶେଷଜ୍ଞ, ନିଶ୍ଚେତକ, ଭଳି ଗୁରୁତ୍ୱପୂର୍ଣ୍ଣ ବିଶେଷଜ୍ଞ ପଦ ଖାଲିପଡିଥିବା ଜିଲାର ସ୍ୱାସ୍ଥ୍ୟସେବା କେତେ ସୁଦୃଢ଼ ତହା ସ୍ପଷ୍ଟ କରୁଛି । କେତେବେଳେ ଡାକ୍ତର ଟ୍ୟୁମର ହୋଇଥିବା କହୁଥିିବା ବେଳେ ପେଟରୁ ଛୁଆ ଜନ୍ମ ନେଉଥିବା ବେଳ ଛୁଆ ସ୍ଥାନରେ ପେଟରୁ ଟ୍ୟୁମର ବାହାରୁଥିବା ଚଳିତ ବର୍ଷର ଏକ ସ୍ୱାସ୍ଥ୍ୟ ସେବାରେ ମାଇଲଖୁଣ୍ଟ ହୋଇ ଠିଆ ହୋଇଛି । ତେଣୁ ଉପଯୁକ୍ତ ସେବା ନପାଇପାରି ଲୋକେ ଅନ୍ଧବିଶ୍ୱାସରର ଶିକାରହୋଇ ଝାଡଫୁଙ୍କ ପଦ୍ଧତିକୁ ଆପଣାଇବାକୁ ବାଧ୍ୟ ହେଉଛନ୍ତି । ଅନ୍ଧ ବିଶ୍ୱାସରେ ବସୀଭୂତ ହୋଇ ଲୋକେ ହିଂସା କରିବାକୁ ପଛାଉ ନାହାନ୍ତି ।
ତେଣୁ ଗତ ୫ବର୍ଷରେ ପେଷଣ ଓ ଗୁଣିଆକୁ ନେଇ ୬୩ରୁ ଉଦ୍ଧ୍ୱର୍ ନୃଶଂସ ହତ୍ୟା ଏହି ଜିଲାର ବିକାଶକୁ ଅକ୍ଷେପ କରୁଛି । ମରୁଡି ଚିନ୍ତା ଏବେବି ଏହି ଜିଲାରୁ ଦୂର ହୋଇପାରିନାହି । ଜିଲାରେ ବଂଶଧାରା ଓ ନାଗାବଳୀ ଦୁଇଟି ବଡ ନଦୀ ପ୍ରବାହିତ ହୋଉଛି । କେତେଯେ ପାଣି ତଳମୂଣ୍ଡକୁ ବୋହିଯାଉଛି ତାହାର ହିସାବ ନାହିଁ । ପୋଡଶୀ ରାଜ୍ୟ ପାଣିକୁ ବିନିଯୋଗ କରିୁଥିବାବେଳେ ଆମେ ଦେଖଣାହାରି ସାଜିଛୁ । ଏହାର ସଠିକ ବିନିଯୋଗ ଓ ପରିକଳ୍ପନା ଅଭାବରୁ ଜିଲାରୁ ମରୁଡିର ଆଶଙ୍କା ଦୁର ହୋଇପାରୁନାହିିଁ ବୋଲି ଜଣେ ଚାଷୀ ବିଜୟ ମିଶ୍ର ଅଭିଯୋଗ କରିଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ସବୁ ପିଲାଙ୍କୁ ସ୍କୁଲମୁହା କରାଇବା ସରକାରଙ୍କ ଯୋଜନା ରାୟଗଡା ଜିଲାରେ ବାଟ ହୁଡିଛିି ।
ପାଡାଡିଆ ଇଲାକାର ପିଲାଙ୍କ ଭବିଷ୍ୟତ ଗାଇଗୋଠରେ କଟୁଥିବାବେଳେ ଛୋଟଛୋଟ ଝିଅମାନେ ରାସ୍ତା ପାଶ୍ୱରେ କୁଞ୍ଚାଏ ପରିବାଧରି ଗରାଖଙ୍କୁ ଅପେକ୍ଷା କରୁଥିବା ଏହି ଜିଲାର ନିତିଦିନିଆ ଦୃଶ୍ୟ । ତେଣୁ ଶିକ୍ଷାହାର ୪୯ ପ୍ରତିଶତରେ ଅଟକି ଯାଇଛି । ଗୋଟିଏ ଶ୍ରେଣୀକୁ ଗୋଟିଏ କୋଠରୀ ଏବଂ ଆବଶ୍ୟକ ଅନୁପାତରେ ଶିକ୍ଷକ ଉପଲବ୍ଧ କରାଯାଇପାରିନଥିବା ବେଳେ ଜିଲାରେ ୯୫୪ଟି ଶିକ୍ଷକ ପଦ ଖାଲିପଡିଛି । ତଥାପି ଶିକ୍ଷାଦାନ ଚାଲିଥିବା କୁହାଯାଉଛି । ପୁଷ୍ଟିହିନତା ଏଠାକାର ଶିଶୁଙ୍କ ଚିର ସହଚର କହିଲେ ଅତ୍ୟୁକ୍ତି ହେବନାହିଁ । ଅପରପକ୍ଷରେ ମୁନ୍ଦାଏ ପାଣିପାଇଁ ଗ୍ରମାଞ୍ଚଳର ଲୋକେ ଡହଳବିକଳ ହୋଉଥିବା ବେଳେ କେଉଁଠି ପାହାଡ଼ ଝରଣା, ଚୂଆଁ ଏବଂ ଜମରେ ଗାତ ଖୋଳି ପାଣି ପିଇ ଲୋକେ ନାନା ରୋଗରେ ପଡ଼ି ମୁତ୍ୟୁର ଯନ୍ତ୍ରଣା ଛଟପଟ ହେଉଛନ୍ତି । ଆଜି ବି ଏମିତି ଗାଁ ଅଛି ଜିିଲ୍ଲାରେ ଭାରତ ସ୍ୱାଧିନ ହୋଇ ୭୩ବର୍ଷ ହେଲାଣି ସେଠି ଝରଣା ପାଣିରେ ହିଁ ଜୀବନ ବଞ୍ଚି ରହିଛି । ତେବେ ଏ କିଭଳି ୨୮ ବର୍ଷର ବିକଶିତ ଜିଲାବୋଲି ଜଣେ ସ୍ୱେଚ୍ଛାସେବୀ ବାଦଲ କୁମାର ତା ପ୍ରଶ୍ନ କରିଛନ୍ତି ।


