ରାୟଗଡା,୧୫ ।୯(ରବୀନ୍ଦ୍ର ପାଟଖଣ୍ଡଳ )- ଲକ ଲାଉନ ନିୟମ କିଛିଟା ମାତ୍ରାରେ କୋହଳ ହେବା ପରେ ପ୍ରବାସୀ ଦାଦନ ଶ୍ରମିକ ମାନେ ନିଜ ନିଜ କାର୍ଯ୍ୟକ୍ଷେତ୍ରକୁ ଯିବା ପାଇଁ ବାହାରିଥିବା ଦେଖାଦେଇଛି । ଏଥି ନିମନ୍ତେ ଶ୍ରମିକ ମାନେ କାର୍ଯ୍ୟ କରୁଥିବା କଂପାନୀ ତରଫରୁ ସ୍ୱତନ୍ତ୍ର ବସ ବନେ୍ଦାବସ୍ତ କରାଯାଇଥିବା ବେଳେ ରେଳ ବିଭାଗ ତରଫରୁ ସ୍ୱତନ୍ତ୍ର ଟ୍ରେନ ମଧ୍ୟ ଚାଲୁ କରାଯାଇଛି ।

ଗତ ୧୦ ତାରିଖ ଦିନ ବିହାର ଜାମୁଇ ଜିଲ୍ଲାର ୨୨ ଜଣ ଦାଦନ ଶ୍ରମିକଙ୍କ ସହ ଓଡିଶାର ବୌଦ୍ଧ, ରାଉରକେଲା, ସୁନ୍ଦରଗଡ ଜିଲ୍ଲାରୁ ମୋଟ ୫୮ ଜଣ ଯାତ୍ରୀଙ୍କୁ ନେଇ ତାମିଲନାଡୁର ଏକ ବସ ରାୟଗଡା ଦେଇ ଯାଉଥିଲା ।

ବସଟି ରାୟଗଡା ସଦର ମହକୁମା ଠାରୁ ୧୦ କି.ମି ଦୂରସ୍ଥିତ ଗୁମ୍ମା ଘାଟିରେ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ୯ ଜଣ ଶ୍ରମିକ ଆହାତ ହୋଇଥିବା ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଚିକିତ୍ସା ପରେ ସମସ୍ତ ଦାଦନ ଶ୍ରମିକ ମାନଙ୍କୁ ଶ୍ରମ ବିଭାଗକୁ ହସ୍ତାନ୍ତର କରାଯାଇଥିଲା ।

ସମସ୍ତ ଦାଦନ ଶ୍ରମିକଙ୍କୁ ଅଶୋକ ମଣ୍ଡପ ଠାରେ ଥଇଥାନ କରାଯାଇଥିଲା । ଘଟଣା ସଂପର୍କରେ ଜିଲ୍ଲା ପ୍ରଶାସନ ତରଫରୁ ବିହାର ସରକାରଙ୍କୁ ଘଟଣା ସଂପର୍କରେ ଅବଗତ କରାଯାଇଥିଲା । ଉଦ୍ଧାର ହୋଇଥିବା ଓଡିଶାର ସମସ୍ତ ଦାଦନ ଶ୍ରମିକ ମାନଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଯାଥିଲେ ସୁଦ୍ଧା ବିହାର ରାଜ୍ୟର ଦାଦନ ଶ୍ରମିକ ବତ୍ତ୍‌ର୍ମାନ ସୁଦ୍ଧା ଅଶୋକ କଲ୍ୟାଣ ମଣ୍ଡପ ଠାରେ ଅଛନ୍ତି ।

ବିହାର ସରକାର ଦାଦନ ଶ୍ରମିକ ମାନଙ୍କୁ ନେବା ପାଇଁ କୌଣସ ବନେ୍ଦାବସ୍ତ କରି ନଥିବା ଯୋଗୁଁ ୨୨ ଜଣ ଦାଦନ ଶ୍ରମିକ ଅଶୋକ ମଣ୍ଡପ ଠାରେ ଅଟକି ରହିଛନ୍ତି । ବିହାର ସରକାର ସେମାନଙ୍କୁ କେବେ ନେବେ ନିଜ ଭିଟାମାଟିକୁ ବୋଲି ଚାହିଁ ବସିଛନ୍ତି ଉଦ୍ଧାର ହୋଇଥିବା ଦାଦନ ଶ୍ରମିକ ।

LEAVE A REPLY

Please enter your comment!
Please enter your name here