ରାୟଗଡା,୧୧ ।୯(Rabindra Patkhandal) : ରାୟଗଡା – କଳାହାଣ୍ଡି ସୀମାନ୍ତରେ ମାଓବାଦୀ ମାନଙ୍କ ସହ ପୋଲିସର ଗୁଳି ବିନିମୟ ପରେ ସୀମାନ୍ତ ରାସ୍ତାର ୧୫ଟି ସ୍ଥାନରେ ଖୋଳି ଦେଇଛନ୍ତି ମାଓବାଦୀ । ଏହି ସୀମାନ୍ତ ଅଞ୍ଚଳରେ ମାଓବାଦୀ ସକ୍ରିୟ ହୋଇଥିବା ଗୁଇନ୍ଦା ସୂତ୍ରରୁ ରାୟଗଡା ପୋଲିସକୁ ସୂଚନା ମିଳିଛି ।

ଗତ ୯ ତାରିଖ ଦିନ କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ମାଓବାଦୀ ମେଳି କରିଥିବାର ପୋଲିସକୁ ଖବର ମିଳିଥିବା । ସୂଚନା ମୁତାବକ କଳାହାଣ୍ଡି ପୋଲିସ (ଏସଓଜି ) ସୂଚନାକୁ ଆଧାର କରି ଜଙ୍ଗଲ ଭିତରେ କମ୍ବିଙ୍ଗ ଅପରେସନ କରାଯାଇଥିଲା । ପୋଲିସକୁ ଦେଖି ମାଓବାଦୀ ମାନେ ଗୁଳିଚାଳନା କରିଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ଗୁଳିଚାଳନା କରାଯାଇଥିଲା । ପୋଲିସର ଗୁଳିଚାଳନାରେ ମାଓବାଦୀ ମାନେ ଛତ୍ର ଭଙ୍ଗ ଦେଇଥିଲେ ମଧ୍ୟ ୫ ମାଓବାଦୀ ପୋଲିସର ଗୁଳିଚାଳନାରେ ମୃତ୍ୟୁବରଣ କରିଥିଲେ । ଏଥି ସହ ୨ ଏସଓଜି ଯବାନ ମଧ୍ୟ ମୃତ୍ୟୁବରଣ କରିଥିବା ଜଣାପଡିଛି ।

ପୋଲିସର ଅତର୍କିତ ଗୁଳିଚାଳନାରେ ମାଓବାଦୀ ଛତ୍ର ଭଙ୍ଗ ଦେଇଥିବା ବେଳେ କିଛି ମାଓବାଦୀଙ୍କୁ ଗୁଳି ବାଜିଥିବା କଳାହାଣ୍ଡି ପୋଲିସ ଅନୁମାନ କରିଛି । ତେବେ କାଳହାଣ୍ଡି ପୋଲିସର ଆକ୍ରମଣ ଯୋଗୁଁ ମାଓବାଦୀ ମାନେ ରାୟଗଡା- କଳାହାଣ୍ଡି ସୀମାନ୍ତରେ ଚଳପ୍ରଚଳ କରୁଥିବା ରାୟଗଡା ପୋଲିସକୁ ସୂଚନା ମିଳିଛି । ତେବେ ଗତକାଲି ରାତିରେ ମାଓବାଦ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଅମ୍ବାଦୋଳା ଠାରୁ ବେଲଘର ଯିବା ମୁଖ୍ୟ ରାସ୍ତାର ଝିଲିଗୁଡ଼ା ଗ୍ରାମ ଠାରେ ୧୫ଟି ସ୍ଥାନକୁ ଦୁଇ ଫୁଟ ଲେଖାଏଁ ଗାତ ଖୋଳି ଦେଇଛନ୍ତି । ଫଳରେ ରାୟଗଡା ଜିଲ୍ଲା ଆମ୍ବୋଦଳା ଦେଇ କନ୍ଧମାଳ ଯାତାୟତ ଠପ ହୋଇପଡିଛି ।

ରାୟଗଡା ସୀମାନ୍ତେର ମାଓବାଦୀ ପ୍ରବେଶ କରିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୀମାନ୍ତବର୍ତ୍ତୀ ଅଞ୍ଚଳ ଗୁଡିକରେ ପୋଲିସ ଏବଂ ସିଆରପିିଏଫ ତରଫରୁ କୁମ୍ବି ଅପରେସନ ଜୋରଦାର କରାଯାଇଛି । ନିୟମଗିରି ଅଞ୍ଚଳ, ମୁନିଗୁଡା ବ୍ଲକ ଅନ୍ତର୍ଗତ ରଘୁବାରୀ ପଞ୍ଚାୟତ ଘଞ୍ଚ ଜଙ୍ଗଲ ହୋଇଥିବା ମାଓବାଦୀ ମାନେ ଏଠାରେ ଲୁଚି ରହିଥିବା ପୋଲିସ ଅନୁମାନ କରିଛି । ଏ ନେଇ ରାୟଗଡା ଏସ.ପି ଡଃ.ଶ୍ରବଣ ବିବେକ ଏମ୍‌ ସୂଚନା ଦେଇଛନ୍ତି ଯେ ରାୟଗଡା ପୋଲିସ ଏବଂ ସିଆରପିଏଫ ଜବାନ ଏଲର୍ଟ ରହିଛନ୍ତି । ଯଦି ରାୟଗଡା ସୀମାନ୍ତରେ ମାଓବାଦୀ ମାନେ ପ୍ରବେଶ କରନ୍ତି ତା ହେଲେ ମାଓବାଦୀ ମାନଙ୍କୁ ଏନକାଉଣ୍ଟର କରାଯିବ ।

LEAVE A REPLY

Please enter your comment!
Please enter your name here