Odisha news

ପୁର୍ଣ୍ଣାଙ୍ଗରୂପନେବ କେବେ ରାୟଗଡ଼ା କୋଭିଡ ହସ୍ପିଟାଲ

0

ରାୟଗଡା (Rabindra patkhandal)-  କରୋନା ମହାମାରୀର ମୁକାବିଲା ପାଇଁ ଓଡିଶାର ସମସ୍ତ ଜିଲ୍ଲାରେ କୋଭିଡ କେୟାର ସେଂଟର ଖୋଲିବା ପାଇଁ ରାଜ୍ୟ ସରକାର ନିର୍ଦେଶନାମା ଜାରୀ କରିଥିଲେ । ରାୟଗଡା ଜିଲ୍ଲାରେ ଜେକେପୁର ସ୍ଥିତ ଇଏସଆଇ ଚିକିତ୍ସାଳୟ ପରିସରରେ କୋଭିଡ କେୟାର ସେଂଟର କାର୍ଯ୍ୟକ୍ଷମ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତିନେଇ ଶୁଭ ଉଦଘାଟନ କରାଗଲା । କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ରାୟଗଡା ଠାରେ କୋଭିଡ କେୟାର ସେଂଟର କାର୍ଯ୍ୟକ୍ଷମ ନିମନ୍ତେ ୫୦ ଲକ୍ଷ ଟଙ୍କାର ଆବଶ୍ୟକ ସାରଜଂମ କିଣିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଇଏସଆଇ ହସ୍ପିଟାଲ ପରିସରରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର ନିର୍ମାଣ ହୋଇଥିଲା ।

ମେ ୧୫ ତାରିଖ ଦିନ ୫ଟି ସଚିବ ଭି.କାର୍ତିକେୟନ ପାଣ୍ଡିୟାନ ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର କୋଭିଡ କେୟର ସେଂଟର ପରିଦର୍ଶନରେ ଆସିଥିଲେ । ଏଥି ସହ ୧୫ ରୁ ୨୦ ଦିନ ଭିତରେ କୋଭିଡ କେୟାର ସେଂଟରରେ ୧୦ଟି ଆଇସିୟୁ ଏବଂ ୫ଟି ଭେଂଟିଲେଟର କାର୍ଯ୍ୟକ୍ଷମ କରାଇବା ପାଇଁ ନିର୍ଦେଶ ଦେଇଥିଲେ । ସମୟ ଅତିବାହିତ ହୋଇଯାଇଥିଲେ ସୁଦ୍ଧା ବର୍ତମାନ ସୁଦ୍ଧା ରାୟଗଡାରେ କୋଭିଡ କେୟାର ସେଂଟର କାର୍ଯ୍ୟକ୍ଷମ ହୋଇପାରିନାହିଁ । କାରଣ ବର୍ତମାନ ସୁଦ୍ଧା ଅସ୍ପଷ୍ଟ । ଓଡିଶାର ଏକ ମାତ୍ର ଜିଲ୍ଲା କୋରନା ମହାମାରୀ ସଂକ୍ରମତ ହେବାର ୮୪ ଦିନ ଯାଏଁ ଗ୍ରୀନ ଜୋନ ବଜାୟ ରଖିଥିଲା ।

ବର୍ତମାନ ରାୟଗଡା ଜିଲ୍ଲାରେ ୨ଟି କୋରନା ରୋଗୀ ଚିହ୍ନଟ ହେବା ପରେ ରୋଗୀ ମାନଙ୍କୁ ପଡୋଶୀ ଜିଲ୍ଲା ଜୟପୁର ଏବଂ ଗଜପତିକୁ ସ୍ଥାନାନ୍ତରଣ କରାଯାଇଥିଲା । ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ରାୟଗଡାର କୋଭିଡ କେୟାର ସେଂଟର ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ଅନିଶ୍ଚିନ୍ତତା । ତେବେ ରାୟଗଡାରେ ହେବାକୁ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରେନା ସ୍ୱାବ ପରୀକ୍ଷଣ ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ସରି ଥିଲେ ସୁଧା ବର୍ତ୍ତମାନ ସୁଦ୍ଧା ପରୀକ୍ଷଣ ଆରମ୍ଭ ହୋଇପାରିନାହିଁ । ପ୍ରଥମେ ମେ ୨୨, ତା ପରେ ମେ ୨୫ ଏବଂ ଶେଷରେ ମେ ୩୧ ତାରିଖ ଦିନ ଶତପ୍ରତିଶତ ଭାବେ ଆଶା ରହିଥିଲା ଯେ ସ୍ୱାବ ପରୀକ୍ଷଣ ହେବ । ତେବେ ଆଜି ସୁୁଦ୍ଧା ରାୟଗଡାରେ ସ୍ୱାବ ପରୀକ୍ଷଣ ନ ହେବା କାରଣ ଲୋକ ଲୋଚନକୁ ଆସିପାରି ନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତବନ୍ଧୁ ନାୟକ ମଧ୍ୟ ପରୀକ୍ଷଣ ନ ହେବାର କାରଣ କହିପାରୁନଥିବା ବେଳେ କେବେ ସ୍ୱାବ ପରୀକ୍ଷଣ ହେବ ତାହା ସ୍ପଷ୍ଟ କରିପାରୁନାହାନ୍ତି । କାରଣ ଏକ ପ୍ରଶ୍ନବାଚୀ ମଧ୍ୟରେ ସୀମିତ ହୋଇ ରହିଯାଇଛି । ପଡୋଶୀ କୋରାପୁଟ ଜିଲ୍ଲାରେ ସ୍ୱାବ ପରୀକ୍ଷଣ ଆରମ୍ଭ ହୋଇଯାଇଥିଲେ ମଧ୍ୟ ରାୟଗଡା ଜିଲ୍ଲାରେ ସ୍ୱାବ ପରୀକ୍ଷଣ ନ ହେବାର କାରଣ କଣ ଅସ୍ୱଷ୍ଟ ।

Leave A Reply