ରାୟଗଡା,୯।୬ (Rabindra patkhandal) ରାୟଗଡ଼ା ଓ କୋଲନାରା ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନକଲେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା। ପ୍ରଥମେ ସ୍ଥାନୀୟ ଦେବଦୋଳା ଗ୍ରାମରେ ଥିବା ଆଦର୍ଶ ଚାଷୀଙ୍କ ଡାୟିରୀ ଫାର୍ମ ଓ ନରେଗା ଯୋଜନରେ ନିର୍ମିତ ଗୁହାଳ ବୁଲିଦେଖିଥିଲେ ଓ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ଉତ୍ସାହିତ କରିଥିଲେ । ସେହିପରି କୋଲନାରା ବ୍ଲକର ମୁକୁନ୍ଦପୁର ଗ୍ରାମରେ ଚାଷୀ ରବୀନ୍ଦ୍ର ନାଥ ନାୟକଙ୍କ ମିଶ୍ରିତ କୃଷି ଫାର୍ମ ପରିଦର୍ଶନ କରିଥିଲେ। ସେଠାରେ ଉଭୟ ମାଛ ଚାଷ,ବତକ ପାଳନ , ଗୋପାଳନ ସାଙ୍ଗକୁ ଉଦ୍ୟାନ କୃଷି କାର୍ଯ୍ୟ କରାଯାଉଥିବା ଦେଖିଲେ ଜିଲ୍ଳାପାଳ ଚାଷୀଙ୍କ ସଫଳତା ଦେଖି ଜିଲ୍ଲା ପାଇଁ ଏହା ଏକ ଉଦାହରଣ ସୃଷ୍ଟି ହୋଇଛି ବୋଲି କହିବା ସହ ବିଭିନ୍ନ ପରାମର୍ଶ ଦେଇଥିଲେ ।
ଚାଷ ସମ୍ବନ୍ଧୀୟ ଚାଷୀଙ୍କ ସହିତ ଆଲୋଚନା ବେଳେ ଉତ୍ପାଦିତ ଦ୍ରବ୍ଯର ବିକ୍ରୟ ସମସ୍ୟା କଥା ଚାଷୀଙ୍କଠାରୁ ବୁଝିବା ପରେ ବିପଣନ ପାଇଁ ଓରମାସ ଓ ଉଦ୍ୟାନ ବିଭାଗ ଦ୍ବାରା କରାଯିବାକୁ ବିଭଗୀୟ ଅଧିକାରୀ ମାନଙ୍କୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଲେ। ପରେ ସ୍ଥାନୀୟ ଜେକେପୁର ଠାରେ ପରିଚାଲିତ କଭିଡ଼ି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ ସେଠାରେ କାର୍ଯ୍ୟରତ ଚିକିତ୍ସା ଅଧିକାରୀ, ସ୍ବାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ସେଠାରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରିବା ସହିତ କାର୍ଯ୍ୟକାରୀ ସଂସ୍ଥା ଓ ଯନ୍ତ୍ରୀମାନଙ୍କ ସହିତ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂବନ୍ଧରେ ଆଲୋଚନା କରିଥିଲେ ଓ ଶିଘ୍ର କାମ ସମ୍ପୂର୍ଣ କରିବାକୁ କହିଥିଲେ । ଏହିସବୁ ସ୍ଥାନ ପରିଦର୍ଶନ ସମୟରେ ଜିଲ୍ଳାପାଳଙ୍କ ସହିତ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଦେବେନ୍ଦ୍ର ନାଥ ବିଶ୍ବାଳ, ବିଡ଼ିଓ କଲନାରା ,ଏଡିଭିଓ,ମୁକୁନ୍ଦପୁର ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ।