ରାୟଗଡା,୭ ।୨(ରବୀନ୍ଦ୍ର ପାଟଖଣ୍ଡଳ)-ରାୟଗଡା ଜିଲ୍ଲା ଅନ୍ତର୍ଗତ ଶେଷଖାଲ୍ ପୁଲିସକୁ ଏକ ବଡଧରଣର ସଫଳତା ମିଳିଛି । ପୁଲିସ ୪ ଜଣ ଲୁଟେରା ସଦସ୍ୟଙ୍କୁ ଗିରଫ କରିବା ସହ ୨ଟି ବାଇକ୍, ୫ଟି ମୋବାଇଲ ଫୋନ ଏବଂ ୨୦ ହଜାର ଟଙ୍କା ଜବତ କରିଛି । ରାୟଗଡା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଏହି ସୂଚନା ଦେଇଛନ୍ତି । ଏସ.ପିଙ୍କ ସୂଚନା ମୁତାବକ ଜାନୁୟାରୀ ୧୦ ତାରିଖ ଅପରାହ୍ନ ୪ଟା ସମୟରେ ଶେଷଖାଲ ଥାନା ଅନ୍ତର୍ଗତ ଜୋବାଗୁଡା ଓ ବାଲୁପାଡୁ ଗ୍ରାମ ମଧ୍ୟରେ ଲୁଟେରା ଗ୍ୟାଙ୍ଗର ସଦସ୍ୟ ମାନେ ଜଣେ ବ୍ୟକ୍ତିଙ୍କ ଠାରୁ ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ସହ ବାଇକ ଓ ମୋବାଇଲ ଫୋନ ଲୁଟ୍ କରିଥିଲେ ।
ଲୁଟ୍ କରିବା ପରେ ଗ୍ୟାଙ୍କର ସଦସ୍ୟ ମାନେ ପଡୋଶୀ ଆନ୍ଧ୍ରପ୍ରଦେଶକୁ ଫେରାର ହେବା ପାଇଁ ଉଦ୍ୟମ କରୁଥିଲେ । ତେବେ ଲୁଟ ଘଟଣା ଶେଷଖାଲ ପୁଲିସ ନିକଟରେ ପହଂଚିବା ପରେ ଶେଷଖାଲ ଥାନା ଅଧିକାରୀ ବିଜୟଲକ୍ଷମି ହିକକା, ଏସ୍.ଆଇ ମାନସ ସାହୁ ନେତୃତ୍ୱରେ ପୁଲିସ ଟିମ ଗଠନ ହୋଇ ଲୁଟେରା ଗ୍ୟାଙ୍କର ପିଛା କରିଥିଲେ । ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ।
Comments are closed.