Odisha news

କୋଭିଡ ଆଇନକାନୁନକୁ ଭାଙ୍ଗିଦେଲା ଜେ.କେ.କାଗଜକଳ

ରାୟଗଡା,୭ ।୨(ରବୀନ୍ଦ୍ର ପାଟଖଣ୍ଡଳ)-କୋଭିଡ଼ ଭଳି ବିପର୍ଯ୍ୟୟର ନିୟମ ନୀତି ନିୟମକୁ ଭାଙ୍ଗିଦେଲା ଜେକେ କାଗଜକଳ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ଼ ଆଇନ କାନୁନ ଜଳାଞ୍ଜଜଳୀ ଦେଇ ଆଗଧାଡ଼ିର ଯୋଦ୍ଧା ବଦଳରେ କାରଖାନାର କର୍ତ୍ତୃପକ୍ଷ ଯୋର କରି ନେଇଗଲେ ଟିକା ପ୍ରଶାସନକୁ ଦେଲେ ଧୋକା । ଆଉ ସମସ୍ତ ଘଟଣା ସୋସିଆଲ ମିଡ଼ିଆରେ ଘୁରିବୁଲିବା ପରେ ଏବେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଯାଞ୍ଚ ପାଇଁ ନିଦେ୍ର୍ଧଶ ଦେଇଛନ୍ତି ।

ଜିଲ୍ଲା ପ୍ରଶାସନର ଆଗଧାଡିର ଯୋଦ୍ଧା ବା ପ୍ରଶାସନିକ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଟୀକା ନେବା ପାଇଁ ସରକାରଙ୍କ ପକ୍ଷରୁ ଆଦେଶନାମା ଥିବା ସମୟରେ ରାୟଗଡ଼ା ଜିଲ୍ଲା ଜେ କେ କାଗଜକଳର କିଛି ମୂଖ୍ୟ ଅଧିକାରୀ ଓ କର୍ମଚାରୀମାନେ ଏହି କୋଭିଡ୍ ଟୀକା ନେଇଥିବା ଫୋଟ ଓ ଭିଡ଼ିଓ କାଗଜକଳର ଲୋକ ସମ୍ପର୍କ ଅଧିକାରୀ ସୋସିଆଲ ମିଡିଆରେ ନିଉଜ କଭେରେଜ ପାହିଁ ବିତରଣ କରିଥିଲେ । ଏହା ବିଜୁଳି ବେଗରେ ସୋସିଆଲ ମିଡ଼ିଆରେ ଘୁରି ବୁଲୁବା ଫୋଟ ଗୁଡ଼ିକ ଭାଇରାଲ ହେବା ପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଆର୍ତ୍ତବନ୍ଧୁ ନାୟକ ଯାଞ୍ଚ ପାଇଁ ନିଦେ୍ର୍ଧଶ ଦେବା ସହ ଏମାନେ କରୋନା ଯୋଦ୍ଧା ନୁହଁନ୍ତି ବୋଲି ଠକ୍‌ ରୋକ କହିଛନ୍ତି ।

ତେବେ ଜେକେପୁର ଟିକା କେନ୍ଦ୍ରରେ ୮୯ ଜଣ କୋଭିଡ୍ ଯୋଦ୍ଧାଙ୍କୁ ଟୀକା ପ୍ରଦାନ କରାଯାଇଥିଲା । ହେଲେ ସେଥିରେ ୨୬ଜଣ କାଗଜ କଳର କର୍ମଚାରୀଙ୍କ ନାମ ଯୋଡ଼ିଦେଇ ପ୍ରଶାସନକୁ କାଗଜକଳର ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ବୋଲି ଠକି ଟିକା କରଣ କରାଯାଇଥିବା ଖବର ମିଳୁଛି । ଏ ବିଷୟରେ ଜେକେ କାଗଜକଳର ପିଆର୍ଓ ଏସ କେ ନାଥଙ୍କୁ ପଚାରିବାରୁି ଆମେ କରେନା ଯୋଦ୍ଧା ତେଣେୁ ସରକାର ଆମକୁ ଟିକା ଦେଇଛନ୍ତି ବୋଲି ମୁହଁ ଟାଣରେ କହିଛନ୍ତି । କାଗଜକଳର ଠକି ନେଇ ଟିକା କରଣ କରିଥିବା ଅଧିକାରୀ ମାନେ ହେଲେ ଉପସଭାପତି ବିନୟ ଦ୍ୱିବେଦୀ, ପିଆର୍ଓ ଏସ କେ ନାଥ, ସିଏସଆର୍ ହରିହର ଖମାରୀ, ସେକୁରିଟୀ ଅଫିସର ଶିବ ପ୍ରସାଦ ରଥ,ବିଶ୍ୱଜିତ ଦ୍ୱିବେଦୀ, ଦୀପକ କୁମାର ସାମଲ, ମିଲନ ଲେଙ୍କା, ଟି ବିଜୟ କୁମାର ପ୍ରମୁଖ ଟୀକା ନେଇଥିବା ଜଣାପଡ଼ିଛି ।

Comments are closed.