Odisha news

ପାଳ ଗଦାରେ ନିଆଁଲାଗି ଦୁଇ ଶିଶୁକନ୍ୟା ଜୀବନ୍ତ ଦଗ୍ଧ

0

ରାୟଗଡା,୪ ।୨(ରବୀନ୍ଦ୍ର ପାଟଖଣ୍ଡଳ)-ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଲାକରିସ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପାଳଗଦାରେ ଖେଳୁ ଖେଳୁ ନିଆଁଲାଗି ଦୁଇ ଶିଶୁ କନ୍ୟା ଜୀବନ୍ତ ଦଗ୍ଧ ହୋଇଛନ୍ତି । ଗ୍ରାମ ନିକଟରେ ଥିବା ପରିବା ବାଡ଼ର ପାଳଗଦା କୁଡ଼ିଆରେ ଶୀତ ପାଇଁ ନିଆଁ ଲଗାଯାଇଥିଲା । ଲୋକେ ସବୁ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ତାପିବା ପରେ ନିଜ ନିଜ କାମରେ ସେଠାରୁ ଚାଲିଯାଇଥିଲେ । କିଛି ସମୟ ପରେ ମାନିଙ୍ଗ ମାଝୀଙ୍କ ଝିଅ କୁମାରୀ ମାଝୀ (୪) ଏବଂ ଦୁର୍ଯ୍ୟଧନ ମାଝୀଙ୍କ ଝିଅ ବିଦ୍ୟା ମାଝୀ (୩) ଦୁଇଜଣ ଶିଶୁ ଖେଳୁଥିବା ସମୟରେ ହଠାତ ନିଆଁ ଲାଗି ଥିବା ଲୋକେ ଦେଖି ପହଞ୍ଚିବା ବେଳକୁ ପାଳଗଦାଟି ସମ୍ପୁର୍ଣ୍ଣ ଜଳିଯାଇଛି । ବର୍ତ୍ତମାନ ସୁଦ୍ଧା କେଉଁ କାରଣରୁ ନିଆଁ ଲାଗିଲା ତାହା ଅଷ୍ପଷ୍ଠଥିବା ବେଳେ କାଶିପୁର ପୁଲିସ ଘଟଣା ସ୍ଥଳେ ଉପସ୍ଥିତ ରହି ତହନ୍ତ ଚଲାଇଛି ।

Leave A Reply