Odisha news

ଗଞ୍ଜେଇ ମାଫିଆଙ୍କ ଚରାଭୂଇଁ ପାଲଟିଯାଇଛି ରାୟଗଡ଼ା

0

ରାୟଗଡା,୯ ।୧(ରବୀନ୍ଦ୍ର ପାଟଖଣ୍ଡଳ)-ରାୟଗଡା ଜିଲ୍ଲା ଗଞ୍ଜେଇ ମାଫିଆଙ୍କ ଚରାଭୂଇଁ ପାଲଟିଯାଇଛି । ମାଲକାନଗିରି କୋରାପୁଟ ଭଳି ସୀମାନ୍ତ ଜିଲ୍ଲା ହେଉବା ଚନ୍ଦ୍ରପୁର, ଗୁଡ଼ାରୀ ଏବଂ ପଦ୍ମପୁର ଭଳି ଦୁର୍ଗମ ଇଲାକାର ଉତ୍ପାଦିତ ଗଞ୍ଜେଇ ଚୋରାଚାଲାଣର କରିଡ଼ର ପାଲଟିଥିବା ବେଳେ ସହରରେ ବାରାମ୍ବାର ଗଞ୍ଜେଇ ମାଫିଆଙ୍କ ହାବୁଡ଼ରେ ପଡ଼ୁଛି ପୁଲିସ । ଯାହାକି ଏକ ସପ୍ତାହ ମଧ୍ୟରେ ପ୍ରାୟ ୨୨ଶହ କେଜି ଗଞ୍ଜେଇ ପୁଲିସ ଦ୍ୱାରା ଜବତ ହୋଇଛି ।

ବିଭିନ୍ନ ଉପାୟ ଅବଲମ୍ବନ କରି ଗଞ୍ଜେଇ ମାଫିଆ ମାନେ ଜିଲ୍ଲାରୁ ଗଞ୍ଜେଇ ସଂଗ୍ରହ କରି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି । ତେବେ ରାୟଗଡା ପୋଲିସର କଡା ପହରା ଯୋଗୁଁ ବର୍ତ୍ତି ପାରୁନାହାନ୍ତି ଗଞ୍ଜେଇ ଚାଲାଣକାରୀ । ଧରା ପଡୁଛନ୍ତି ପୋଲିସ ହାତରେ । ଆଜି ପୁଣି ଥରେ ରାୟଗଡା ସହରସ୍ଥିତ ୪ କି.ମି ଦୂର ସ୍ଥିତ ସିରିକୋଣା ଛକ ନିକଟରୁ ୨୭୧ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ରାୟଗଡା ପୋଲିସ । ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ରାୟଗଡା ପୋଲିସ ଟିମ ସକାଳ ୬.୨୫ ମିନିଟ ସମୟରେ ସିରିକୋଣା ଛକ ନିକଟରେ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଏକ ବୋଲେର ପିକଅପ୍ ଭ୍ୟାନ ସନେ୍ଦହଜନକ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା ରାୟଗଡା ପୋଲିସ ।

ପୋଲିସ ଯାଞ୍ଚ ସମୟରେ ଉକ୍ତ ଗାଡିରୁ ୧୨ଟି ବସ୍ତାରେ ୨୭୧ କେଜି ୭୦୦ ଗ୍ରାମ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ୫୮ ହଜାର ୫୦୦ ଟଙ୍କା ହେବ ବୋଲି ପୋଲିସ ଆକଳନ କରିଛି । ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଥିବା ଅମରେନ୍ଦ୍ର ଦାଶ ନାମକ ଜଣେ ବ୍ୟକ୍ତିକୁ ପୋଲିସ ଗରିଫ କରିଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜବତ ହୋଇଥିବା ଗଞ୍ଜେଇ ଆନ୍ଧ୍ରପ୍ରଦେଶ ରୁ ବାଲେଶ୍ୱରକୁ ଚାଲଣ ହେଉଥିବା ବୋଲି ଜଣାପଡିଛି । ଏ ନେଇ କେଶ ନଂ ୦୭, ତା ୦୮.୦୧.୨୦୨୧ ରିଖ ଧାରା ୨୦(ବି) (ଓଓ) (ସି) ଅବୈଧ ନିଶା ଦ୍ରବ୍ୟ ଚାଲାଣ ଅଭିଯୋଗରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରୀ ରଖିଛି ।

Nalco
Leave A Reply