Odisha news

ପୂର୍ବତନ ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ଅଧିକାରୀଙ୍କ ବିୟଗରେ ଶୋକସଭା

0

ରାୟଗଡା : ପୂର୍ବତନ ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ରବି ଚନ୍ଦ୍ର ନାୟକଙ୍କ ବିୟଗରେ ରାୟଗଡା ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ବିଭାଗ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଶ୍ରଦ୍ଧାଜଂଳୀ ଜ୍ଞାପନ କରିଛନ୍ତି । ସ୍ୱର୍ଗତ ନାୟକ ରାୟଗଡା ଜିଲ୍ଲାର ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ଗତ ୨ ବର୍ଷ ତଳେ ତାଙ୍କୁ ପଡୋଶୀ ଜିଲ୍ଲା ଗଜପତିକୁ ବଦଳି ହୋଇଥିଲା । ରାୟଗଡା ଜିଲ୍ଲାରେ କାର୍ଯ୍ୟାକାଳ ସମୟରେ ଜିଲ୍ଲାର ସମସ୍ତ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ସହ ତାଙ୍କର ସୁ ସଂପର୍କ ମେଳାପି ଥିଲା । ସେ କିଛି ଦିନହେବ କରୋନା ଲକ୍ଷଣ ଥିବାରୁ ଗଜପତି ଜିଲ୍ଲା କୋବିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଗତ ସୋମବାର ଦିନ ଶ୍ୱାଶ ଜନିତ ସମସ୍ୟା ହେବାରୁ ଭୁବନେଶ୍ୱର ସ୍ଥିତ ଅସ୍ୱୀନି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଦୁଇ ଦିନ ଭେଣ୍ଟିଲେଟରରେ ରହିବା ପରେ ଗତକାଲି ରାତ୍ର ୧୦ଘଣ୍ଟା ସମୟରେ ମୃତୁ୍ୟ ବରଣ କରିଥିଲେ । ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତ କିମ୍ବା କରୋନା ଜନିତ ମୃତୁ୍ୟ ବୋଲି ସରକାରୀ ଭାବରେ ଘୋଷଣା କରାଯାଇ ନାହିଁ । ରାୟଗଡ଼ାରେ ତାଙ୍କ ନିଧନ ଖବର ଜାଣିବା ପରେ ସାମ୍ବାଦିକ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା ।

ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ବିଭାଗ କାର୍ଯ୍ୟାଳୟରେ ସ୍ୱର୍ଗତ ରବି ଚନ୍ଦ୍ର ନାୟକଙ୍କୁ ଶ୍ରଦ୍ଧାଜଂଳୀ ଜ୍ଞାପନ ସହ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ରାୟଗଡା ଜିଲ୍ଲା ସୂଚନା ଏବଂ ସୂଚନା ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ପୌରହିତ୍ୟରେ ଶ୍ରଦ୍ଧାଜଂଳୀ ସଭା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ନାୟକଙ୍କ ଫୋଟଚିତ୍ରରେ ଫୁଷ୍ପମାଲ୍ୟ ଏବଂ ଧୂପ ଦେଇ ଶ୍ରଦ୍ଧାଜଂଳୀ ଅର୍ପଣ କରାଯାଇଥିଲା । ଅନୁଷ୍ଠିତ ହୋଇଥିବା ଶୋକସଭା କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଯୁଗ୍ମ ନିଦେ୍ର୍ଦଶକ ଲୋକ ସଂପର୍କ ବିଭାଗ ଜଳନ୍ଧର ପୁଷିକା, ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ବିଭାଗର କର୍ମଚାରୀ,ସାମ୍ବାଦିକ ସୁରେଶ ମିଶ୍ର, ଗୋପ ରଂଜନ ବକ୍ସିପାତ୍ର, ସୁବ୍ରତ ଚୌଧୁରୀ, ସଂଗ୍ରାମ ପଟ୍ଟନାୟକ, ରଶ୍ମିରଂଜନ ଦୋରା, ରାମଦାସ ଲିମା, ରଂଜନ ରଥ, କେ.କେ.ଜେନା, ଭେଙ୍କଟରାବଣା, ଆମଜାଦ ଅଲ୍ଲୀ, ସୁଶାନ୍ତ ପ୍ରଧାନ, ଦୁର୍ଗା ପାଢୀ, ଗୌରୀ ପଟ୍ଟନାୟକ, ନଳିନୀ ପାଣି, ରଂଜନ ମହାନ୍ତି, ସନ୍ତୋଷ ଦଳେଇ, ସୁବାଷ ସୁରିଆ, ସନ୍ତୋଷ ପାଣିଗ୍ରାହୀ, ଶିବ ଗୌଡ, ସ୍ମୃତି ମହାନ୍ତି, ଗୌପିନାଥ ଗୌଡ, ଏମ.ନନ୍ଦ, ନିତିନ ଏବଂ ରବିନ୍ଦ୍ର ପାଟଖଣ୍ଡାଳ ଉପସ୍ଥିତ ଥିଲେ ।

Nalco
Leave A Reply